Advertisment

ଏହି ସବୁ ଜିଲ୍ଲାରୁ ଆସିଲେ ରହିବେ ସରକାରୀ କ୍ୱାରେଣ୍ଟାଇନ୍‌ରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହଟ୍‌ସ୍ପଟ୍‌ ଜିଲ୍ଲାରୁ କେହି ଭୁବନେଶ୍ୱର ଆସିଲେ ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିବେ। ରାଜଧାନୀରେ ବଢୁଥିବା ସଂକ୍ରମଣ ରୋକିବା ନେଇ ଭୁବନେଶ୍ୱର ମହାନଗର ନିଗମ (BMC) ଏପରି ପ୍ରୟାସ କରିଛି। ୫ ଜିଲ୍ଲାରୁ କେହି ଭୁବନେଶ୍ୱର ବସ୍ତି ଅଞ୍ଚଳ ଆସିଲେ, ସେମାନେ କ୍ୱାରେଣ୍ଟାଇନ୍‌ରେ ରହିବେ। ସେହି ୫ ଜିଲ୍ଲା ହେଲା ଗଞ୍ଜାମ, କଟକ, ବାଲେଶ୍ୱର, ଗଜପତି ଓ ଯାଜପୁର। ଏସବୁ ଜିଲ୍ଲାରୁ କେହି ଭୁବନେଶ୍ୱର ବସ୍ତି ଅଞ୍ଚଳ ଆସିଲେ, ରହିବେ ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିବେ। ଆସୁଥିବା ଲୋକମାନେ […]

ଅଦ୍ୟତନ ହୋଇଛି
ଆଉ ଜଣେ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ତାଙ୍କର ରହିଛି ପଶ୍ଚିମବଙ୍ଗ ଲିଙ୍କ

corona-in-jajpur

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହଟ୍‌ସ୍ପଟ୍‌ ଜିଲ୍ଲାରୁ କେହି ଭୁବନେଶ୍ୱର ଆସିଲେ ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିବେ। ରାଜଧାନୀରେ ବଢୁଥିବା ସଂକ୍ରମଣ ରୋକିବା ନେଇ ଭୁବନେଶ୍ୱର ମହାନଗର ନିଗମ (BMC) ଏପରି ପ୍ରୟାସ କରିଛି। ୫ ଜିଲ୍ଲାରୁ କେହି ଭୁବନେଶ୍ୱର ବସ୍ତି ଅଞ୍ଚଳ ଆସିଲେ, ସେମାନେ କ୍ୱାରେଣ୍ଟାଇନ୍‌ରେ ରହିବେ।

Advertisment

ସେହି ୫ ଜିଲ୍ଲା ହେଲା ଗଞ୍ଜାମ, କଟକ, ବାଲେଶ୍ୱର, ଗଜପତି ଓ ଯାଜପୁର। ଏସବୁ ଜିଲ୍ଲାରୁ କେହି ଭୁବନେଶ୍ୱର ବସ୍ତି ଅଞ୍ଚଳ ଆସିଲେ, ରହିବେ ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିବେ। ଆସୁଥିବା ଲୋକମାନେ ୧୪ ଦିନ ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିବେ। ଏସବୁ ଜିଲ୍ଲାରୁ କେହି ଆସିଲେ ଧରିବ ସ୍ଲମ୍‌ ସର୍ଭେଲାନ୍ସ ଟିମ୍‌। ସ୍ଲମ୍‌ ସର୍ଭେଲାନ୍ସ ଟିମ ଜରିଆରେ ଧରାଯାଇ କ୍ୱାରେଣ୍ଟାଇନ୍‌ ପଠାଇ ଦିଆଯିବ। ଏନେଇ ବିଏମ୍‌ସି ସ୍ପଷ୍ଟ କରିଛି।

https://twitter.com/bmcbbsr/status/1276524603351814144?s=20

ଗଣମାଧ୍ୟମକୁ ସୂଚନା ଦେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଭୁବନେଶ୍ୱରକୁ ୮୬୮୧ଜଣ ଲୋକ ଅନ୍ୟ ରାଜ୍ୟ ବା ଦେଶରୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୨୭୯୧ଜଣ ଲୋକ ଏବେବି କ୍ୱାରେଣ୍ଟାଇନରେ ରହିଛନ୍ତି। ଭୁବନେଶ୍ୱରରେ ମୋଟ ୨୭୪ଜଣ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩୨ଜଣ ସକ୍ରିୟ ଅଛନ୍ତି। ବାକି ୧୨୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସକ୍ରିୟ ଥିବା ୧୩୨ଟି ପଜିଟିଭ୍ ମାମଲାରୁ ୨୫ଜଣ ଅନ୍ୟ ରାଜ୍ୟରୁ ଆସିଥିବା ଶ୍ରମିକ ବୋଲି ଚିହ୍ନଟ ହୋଇଛି। ଭୁବନେଶ୍ୱରରେ ସିଲ୍ ହୋଇଥିବା ଘରୋଇ ହସ୍ପିଟାଲଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୯ରେ ପହଂଚିଛି।

Advertisment

ଗତକାଲି ଭୁବନେଶ୍ୱରର ୧୦ଟି ଘରୋଇ ହସ୍ପିଟାଲ ଉପରେ ରେଡ୍ କରାଯାଇଥିଲା । ସେମାନେ କୋଭିଡ୍ ଗାଇଡଲାଇନ ମାନୁନଥିବାରୁ ସେମାନଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି ଓ ୨୪ଘଣ୍ଟା ମଧ୍ୟରେ ସେସବୁ ବ୍ୟବସ୍ଥା ସୁଧାରିବାକୁ କୁହାଯାଇଛି। ନଚେତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଆଜି ମଧ୍ୟ ବାକି ଘରୋଇ ହସ୍ପିଟାଲରେ ଚଢ଼ଉ ଜାରି ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe