ପାରାଦୀପରେ ଓଡ଼ିଶାର ପ୍ରଥମ ନଦୀଭିତ୍ତିକ ଜେଟିକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରାଦୀପଠାରେ ଓଡ଼ିଶାର ପ୍ରଥମ ନଦୀଭିତ୍ତିକ ଜେଟିକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ଆଜି ଉଦଘାଟନ କରିଛନ୍ତି । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ସୋନେୱାଲ ଇଫକୋ ନଦୀଭିତ୍ତିକ ଜେଟି ଓ ସହ ବନ୍ଦରର କାର୍ଗୋ ବ୍ୟାରେଜକୁ ମଧ୍ୟ ପତାକା ଦେଖାଇ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ମହାନଦୀକୁ ବଙ୍ଗୋପସାଗର ସହ ସଂଯୋଗ କରାଇ ଆମେ ଉପକୂଳ ଓ ଆନ୍ତଃ […]

Sarbananda Sonowal

Sarbananda Sonowal

Ordigital Desk
  • Published: Monday, 25 April 2022
  • Updated: 25 April 2022, 10:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରାଦୀପଠାରେ ଓଡ଼ିଶାର ପ୍ରଥମ ନଦୀଭିତ୍ତିକ ଜେଟିକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ଆଜି ଉଦଘାଟନ କରିଛନ୍ତି ।

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ସୋନେୱାଲ ଇଫକୋ ନଦୀଭିତ୍ତିକ ଜେଟି ଓ ସହ ବନ୍ଦରର କାର୍ଗୋ ବ୍ୟାରେଜକୁ ମଧ୍ୟ ପତାକା ଦେଖାଇ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ମହାନଦୀକୁ ବଙ୍ଗୋପସାଗର ସହ ସଂଯୋଗ କରାଇ ଆମେ ଉପକୂଳ ଓ ଆନ୍ତଃ ଜଳପଥ ମଧ୍ୟରେ ସଂଯୋଗର ଏକ ନୂଆ ପଦକ୍ଷେପ ନେଇଛୁ । ବଙ୍ଗୋପସାଗରର ଉପକୂଳ ଜଳ ଓ ମହାନଦୀର ଆନ୍ତଃନଦୀ ଜଳକୁ ପାରାଦୀପ ବନ୍ଦର ମଧ୍ୟ ଦେଇ ମିଶ୍ରଣ କରାଇ ବିକାଶର ଏକ ଅପାର ସମ୍ଭାବନା ସୃଷ୍ଟି କରାଯାଇଛି । ସାମୁଦ୍ରିକ ଭିଜନ-୨୦୩୦ ଅନ୍ତର୍ଗତ ପାରାଦୀପ ବନ୍ଦର ଏକ ବିଶାଳ ବନ୍ଦର ହେବ ଯେଉଁଠି କର୍ମଚାରୀ, ଷ୍ଟେକ ହୋଲଡର, ରପ୍ତାନୀକାରୀ ଓ ଆମଦାନୀକାରୀ ସମସ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।

https://twitter.com/sarbanandsonwal/status/1518577100256866305?s=20&t=9mrWauVd_CNHz2hQUfiHrQ

ପାରାଦୀପ ଆଗାମୀ ଦିନରେ ଏସିଆର ଏକ ପ୍ରମୁଖ ଶିଳ୍ପ ହବ୍ ହେବାକୁ ଯାଉଛି । କେନ୍ଦ୍ର ସରକାର ଏଠାରେ ବୃହତ୍ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ପ୍ରାୟ ୧୦ହଜାର କୋଟି ଟଙ୍କାର ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି । ଇଫକୋ ଏଠାରେ ନଦୀଭିତ୍ତିକ ଜେଟି ଆରମ୍ଭ କରି ଜଳପଥ ମାଧ୍ୟମରେ ପରିବହନର ସମ୍ଭାବନା ସୃଷ୍ଟି କରିଛି । ଏହି ନଦୀଭିତ୍ତିକ ଜେଟି କାର୍ଯ୍ୟକ୍ଷମ ହେବା ଦ୍ୱାରା ପରିବହନ କ୍ଷେତ୍ରରେ ଏକ ଅଧ୍ୟାୟ ସୃଷ୍ଟି ହୋଇଛି ଓ ଏହା ମଧ୍ୟ ବହୁମୁଖୀ ପରିବହନ ବ୍ୟବସ୍ଥାକୁ ବିକଶିତ କରାଇଛି । ଏହି ଜେଟିରେ ଏବେ ପ୍ରାୟ ୨୨୦୦ ଡିଡବ୍ଲ୍ୟୁଟି ପର୍ଯ୍ୟନ୍ତ ଜାହାଜ ଲାଗିପାରିବ । ଭବିଷ୍ୟତରେ ଅଧିକ ବଡ଼ ଜାହାଜ ଏଠାରେ ଲାଗିବା ନିମନ୍ତେ ଏହି ନଦୀଭିତ୍ତିକ ଜେଟିକୁ ଅଧିକ ବିକଶିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ଷ୍ଟିଭେଡର୍ସ ଲିଃ ଏହି ଜେଟି ନିର୍ମାଣ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos