Advertisment

ପ୍ରଗତିଶୀଳ ପତ୍ରିକା ‘ଯୁଗ ପ୍ରବର୍ତ୍ତକ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମାଜିକ ଓ ପାରିବାରିକ ସଂସ୍କାର ହିଁ ଆଜି ଆମ ସମାଜରେ ଦେଖାଦେଇଥିବା ନୈତିକ ଅଧୋଗତିକୁ ପ୍ରତିରୋଧ କରିପାରିବ। ଗଣ ସାଂସ୍କୃତିକ ମଞ୍ଚ ପକ୍ଷରୁ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ଓ ପ୍ରଗତିଶୀଳ ପତ୍ରିକା ‘ଯୁଗ ପ୍ରବର୍ତ୍ତକ’ର ଉନ୍ମୋଚନ ଉତ୍ସବରେ ଏହି ମତ ଦେଇଥିଲେ ବିଶିଷ୍ଟ ବ୍ୟକ୍ତିମାନେ। ରବିବାର ପୂର୍ବାହ୍ଣରେ ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପଦାର୍ଥ ବିଜ୍ଞାନ ପ୍ରଫେସର ଲମ୍ବୋଦର ପ୍ରସାଦ ସିଂହ, ବିଶିଷ୍ଟ […]

author-image
Ordigital Desk
ପ୍ରଗତିଶୀଳ ପତ୍ରିକା ‘ଯୁଗ ପ୍ରବର୍ତ୍ତକ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ

1-1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମାଜିକ ଓ ପାରିବାରିକ ସଂସ୍କାର ହିଁ ଆଜି ଆମ ସମାଜରେ ଦେଖାଦେଇଥିବା ନୈତିକ ଅଧୋଗତିକୁ ପ୍ରତିରୋଧ କରିପାରିବ। ଗଣ ସାଂସ୍କୃତିକ ମଞ୍ଚ ପକ୍ଷରୁ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ଓ ପ୍ରଗତିଶୀଳ ପତ୍ରିକା ‘ଯୁଗ ପ୍ରବର୍ତ୍ତକ’ର ଉନ୍ମୋଚନ ଉତ୍ସବରେ ଏହି ମତ ଦେଇଥିଲେ ବିଶିଷ୍ଟ ବ୍ୟକ୍ତିମାନେ। ରବିବାର ପୂର୍ବାହ୍ଣରେ ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପଦାର୍ଥ ବିଜ୍ଞାନ ପ୍ରଫେସର ଲମ୍ବୋଦର ପ୍ରସାଦ ସିଂହ, ବିଶିଷ୍ଟ ଚିତ୍ରଶିଳ୍ପୀ ଶୀତଳ କୁମାର ମହାପାତ୍ର, ଧଉଳି କଳା ଓ ହସ୍ତଶିଳ୍ପ ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ, କବି ଓ ରେଲୱେ ପ୍ରଶାସକ ନିରାକାର ଦାସ, ଔପନ୍ୟାସିକ ଓ ସାମ୍ବାଦିକ ଚିତ୍ତରଂଜନ ଚିରଞ୍ଜିତ ଏବଂ ଗାଳ୍ପିକ ଔପନ୍ୟାସିକ ଅମରେଶ ବିଶ୍ୱାଳ।

Advertisment

publive-image

ଏହି ଅବସରରେ ଏକ ସୁନ୍ଦର ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ରାଜ୍ୟର ବହୁ ସ୍ଥାନରୁ ବିଭିନ୍ନ ବୟସ ବର୍ଗର ୨୦ରୁ ଅଧିକ ଚିତ୍ରଶିଳ୍ପୀ ଏଥିରେ ଭାଗ ନେଇ ନିଜର ଚିତ୍ରକଳା ପ୍ରଦର୍ଶନ କରିଥିଲେ। ପତ୍ରିକା ‘ଯୁଗ ପ୍ରବର୍ତ୍ତକ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ ହେବାପରେ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଅତିଥିମାନେ। ଏହି ଅବସରରେ ଦୁଇଜଣ କଣ୍ଠଶିଳ୍ପୀ ସଂଗୀତ ପରିବେଷଣ କରିଥିଲେ। ପତ୍ରିକାର ସମ୍ପାଦକ ତଥା ବିଶିଷ୍ଟ ପ୍ରଗତିଶୀଳ ନେତା ରାଜେନ୍ଦ୍ର ବର୍ମା ସଭାଟିକୁ ପରିଚାଳନା କରିଥିଲେ।

publive-image