ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ଛାତ୍ରଛାତ୍ରୀଙ୍କ ବିନା ସ୍କୁଲରେ ପାଳନ ହେବ ସ୍ୱାଧୀନତା ଦିବସ। କେବଳ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଗହଣରେ ପାଳନ ହେବ ସ୍ୱାଧୀନତା ଦିବସ। ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍ ଆଧାରରେ ପାଳନ ହେବ ସ୍ୱାଧୀନତା ଦିବସ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି।
ମହାମାରୀ କରୋନା ପାଇଁ ଗତ ତିନି ବର୍ଷ ହେଲା ସ୍ୱାଧୀନତା ଦିବସରେ ପିଲାମାନେ ସାମିଲ ହୋଇପାରିନଥିଲେ। କେବଳ ଶିକ୍ଷକମାନେ ସ୍କୁଲ ଯାଇ ଜାତୀୟ ପତାକା ଉତ୍ତୋଳନ କରୁଥିଲେ। କରୋନା ଟିକା ବାହାରିଲା ପରେ ଜଣାପଡ଼ୁଥିଲା ଏଥର ପିଲାମାନେ ପ୍ୟାରେଡ୍ରେ ସାମିଲ ହେବେ। ହେଲେ ତାହା ମଧ୍ୟ ସମ୍ଭବ ହେଲା ନାହିଁ। ଏଥର ମଧ୍ୟ ସ୍ୱାଧୀନତା ଦିବସରେ ପିଲାମାନେ ସ୍କୁଲକୁ ଆସିପାରିବେ ନାହିଁ ବୋଲି ରାଜ୍ୟ ସରକାର ଗାଇଡ୍ଲାଇନ୍ ଜାରି କରିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, କୋଭିଡ୍ ଗାଇଡ୍ଲାଇନ୍ରେ ପିଲାମାନେ ସ୍କୁଲ ଆସିପାରିବେ, କିନ୍ତୁ ସ୍ୱାଧୀତନା ଦିବସ ପ୍ୟାରେଡ୍ରେ ସାମିଲ ହୋଇପାରିବେ ନାହିଁ। ଇଏ କେଉଁପ୍ରକାର ବିଚାର?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।