Advertisment

ଭୁବନେଶ୍ୱରରେ ରହିବେ, କଟକରେ ଖେଳିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ରହିବେ। କଟକରେ ଖେଳିବେ। କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ନିମନ୍ତେ ଖେଳାଳିଙ୍କ ପାଇଁ ଏଭଳି ଭେନ୍ୟୁ ଚୂଡ଼ାନ୍ତ ହୋଇଛି। ଖେଳାଳିମାନେ ଭୁବନେଶ୍ୱର ମେ’ ଫେୟାର ହୋଟେଲରେ ରହିବେ। ଭଳକି ଭଳି ପୃଷ୍ଟିକର ଖାଦ୍ୟ ଖାଇବେ। ଏଥିନିମନ୍ତେ ହୋଟେଲ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ତେଣେ ମେ’ ଫେୟାର ହୋଟେଲର ସୁରକ୍ଷା ବ୍ୟବସ୍ଥାକୁ ଆଜି ଯାଞ୍ଚ କରିଛନ୍ତି ଡିସିପି। ଟିମ୍ ଇଣ୍ଡିଆ ଓ ଦକ୍ଷିଣ […]

ଭୁବନେଶ୍ୱରରେ ରହିବେ, କଟକରେ ଖେଳିବେ

Brabati

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ରହିବେ। କଟକରେ ଖେଳିବେ। କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ନିମନ୍ତେ ଖେଳାଳିଙ୍କ ପାଇଁ ଏଭଳି ଭେନ୍ୟୁ ଚୂଡ଼ାନ୍ତ ହୋଇଛି। ଖେଳାଳିମାନେ ଭୁବନେଶ୍ୱର ମେ’ ଫେୟାର ହୋଟେଲରେ ରହିବେ। ଭଳକି ଭଳି ପୃଷ୍ଟିକର ଖାଦ୍ୟ ଖାଇବେ। ଏଥିନିମନ୍ତେ ହୋଟେଲ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ତେଣେ ମେ’ ଫେୟାର ହୋଟେଲର ସୁରକ୍ଷା ବ୍ୟବସ୍ଥାକୁ ଆଜି ଯାଞ୍ଚ କରିଛନ୍ତି ଡିସିପି।

Advertisment

ଟିମ୍ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ଏଠାରେ ରହିବା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ। ୨୧ ପ୍ଲାଟୁନ ଫୋର୍ସଙ୍କ କଡର୍ନ ଭିତରେ ହୋଟେଲ ରହିବ। ଖେଳାଳି ଆସିବା, ରହଣି, ନେଟ ପ୍ରାକ୍ଟିସ ନିମନ୍ତେ ଯାତାୟାତ ବେଳେ ସୁରକ୍ଷାକୁ କଡ଼ାକଡ଼ି କରାଯିବ।

ଏପଟେ ହୋଟେଲ କର୍ତ୍ତୃପକ୍ଷଙ୍କ କହିବା କଥା ଖେଳାଳି, କୋଚ ଓ ସେମାନଙ୍କ ସହ ଆସୁଥିବା ଅଫିସିଆଲଙ୍କ ରହିବା ନିମନ୍ତେ ଉପଲବ୍ଧ ୧୦୦ଟି ରୁମ୍ ଭିତରୁ ୯୬ରୁମ ବୁକ୍ ହୋଇସାରିଛି। ଖେଳାଳିମାନେ ପହଞ୍ଚିବା କ୍ଷଣି ଶଙ୍ଖ ଧ୍ୱନୀ, ଘୋଡ଼ା ନାଚ, ଗୋଲାପ ଫୁଲ ବର୍ଷା ସହ ଉତ୍ତରୀୟ ଦେଇ ସମସ୍ତଙ୍କୁ ସ୍ୱାଗତ କରାଯିବା।

Advertisment

ଖେଳାଳିଙ୍କ ନିମନ୍ତେ ପନ୍ ପୃଷ୍ଟିକର ଖାଦ୍ୟ ଦେବାକୁ ହୋଟେଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଖାଦ୍ୟ ତାଲିକାରେ ଇଣ୍ଡିଆନ, ଚାଇନିଜ, ମହାଦେଶୀୟ ଖାଦ୍ୟ, ଓଡ଼ିଆ ଶୁଖିଲା ଖାଦ୍ୟ ପ୍ରଭୃତି ରହିଛି।

ତେଣେ ବାରବାଟୀ ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ କାଲିଠୁ କାଉଣ୍ଟରରେ ଟିକେଟ ବିକ୍ରି ହେବ। ୯ଟି କାଉଣ୍ଟରରେ ସକାଳ ୯ଟାରୁ ଟିକେଟ ବିକ୍ରି ଆରମ୍ଭ କରାଯିବ। ପ୍ରଥମ ଥର ଲାଗି ମହିଳାଙ୍କ ପାଇଁ ୨ଟି ଟିକେଟ କାଉଣ୍ଟର ଖୋଲାଯିବ। ଟିକେଟ ବିକ୍ରି ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe