Advertisment

ଖେଳାଳି ଖାଇବେ ଛେନାପୋଡ଼, ଚକୁଳି; ସ୍ୱାଗତ ପାଇଁ କରାଯାଇଛି ପ୍ଲାଟର ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା  ରିପୋର୍ଟର):  ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟସ୍ଥ  ଦ୍ୱିତୀୟ ଟି-୨୦ ମ୍ୟାଚ।  ଏଥିପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଦଳର ଖେଳାଳି। ଭୁବନେଶ୍ୱର ମେ’ ଫେୟାର ହୋଟେଲରେ ଦୁଇ ଦେଶର ଖେଳାଳିଙ୍କର ରହିବାର ବ୍ୟବସ୍ଥା କରାଯାଇଛି। ଏଠାରେ ଖେଳାଳିଙ୍କୁ ସ୍ୱାଗତ କରିବା ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଥିବା ବେଳେ ସେମାନଙ୍କ ଖାଦ୍ୟପେୟ ଉପରେ ଦିଆଯାଇଛି ବିଶେଷ ଧ୍ୟାନ। ଦୁଇ ଦେଶର ଖେଳାଳି ହୋଟେଲରେ ପ୍ରବେଶ ବେଳେ ଯୋଡ଼ି ଶଙ୍ଖ ବାଜିବ। […]

ଅଦ୍ୟତନ ହୋଇଛି
ଖେଳାଳି ଖାଇବେ ଛେନାପୋଡ଼, ଚକୁଳି; ସ୍ୱାଗତ ପାଇଁ କରାଯାଇଛି ପ୍ଲାଟର ବ୍ୟବସ୍ଥା

bbsR

Advertisment

ଭୁବନେଶ୍ୱର(ଓଡ଼ିଶା  ରିପୋର୍ଟର):  ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟସ୍ଥ  ଦ୍ୱିତୀୟ ଟି-୨୦ ମ୍ୟାଚ।  ଏଥିପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଦଳର ଖେଳାଳି। ଭୁବନେଶ୍ୱର ମେ’ ଫେୟାର ହୋଟେଲରେ ଦୁଇ ଦେଶର ଖେଳାଳିଙ୍କର ରହିବାର ବ୍ୟବସ୍ଥା କରାଯାଇଛି। ଏଠାରେ ଖେଳାଳିଙ୍କୁ ସ୍ୱାଗତ କରିବା ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଥିବା ବେଳେ ସେମାନଙ୍କ ଖାଦ୍ୟପେୟ ଉପରେ ଦିଆଯାଇଛି ବିଶେଷ ଧ୍ୟାନ।

Advertisment

ଦୁଇ ଦେଶର ଖେଳାଳି ହୋଟେଲରେ ପ୍ରବେଶ ବେଳେ ଯୋଡ଼ି ଶଙ୍ଖ ବାଜିବ। ଏହା ସହିତ ବିଭିନ୍ନ ଓଡ଼ିଆ ପାରମ୍ପରିକ ବାଦ୍ୟଯନ୍ତ୍ର ବାଜିବ। ଏହି ସମୟରେ ଘୋଡ଼ା ନାଚ ବି ଦେଖିବାକୁ ମିଳିବ। ଏହାପରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ମିଠା ଓ କେକ୍‌ର ପ୍ଲାଟର ପ୍ରସ୍ତୁତ କରାଯାଇଛି। ଲୋ-କ୍ୟାଲୋରୀ ଥିବା ମିଠାକୁ ଖେଳାଳିଙ୍କୁ ଦିଆଯିବ। ପ୍ରତି ଖେଳାଳିଙ୍କ ଫଟୋକୁ ରଖି ଏହି ପ୍ଲାଟର ପ୍ରସ୍ତୁତ ହୋଇଛି।

[caption id="attachment_740546" align="aligncenter" width="677"]cricket ସ୍ୱାଗତ ପାଇଁ କରାଯାଇଛି ପ୍ଲାଟର ବ୍ୟବସ୍ଥା[/caption]

Advertisment

ଏହାପରେ ସ୍ୱାସ୍ଥ୍ୟକର ଡ୍ରିଙ୍କସ୍, ଜୁସ୍ ଓ ସୁପ୍ ବ୍ୟବସ୍ଥା ହୋଇଛି। ସକାଳ ବ୍ରେକଫାଷ୍ଟଠୁ ଆରମ୍ଭ କରି ରାତିର ଡିନର ଯାଏ ସବୁ ଖାଦ୍ୟ ଉପରେ ବିଶେଷ ଧ୍ୟାନ ରଖାଯାଇଛି। ଏହି ଅବସରରେ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ଓଡ଼ିଆ ଖାଦ୍ୟର ବ୍ୟବସ୍ଥା ବି ହୋଇଛି।  ଖେଳାଳିମାନଙ୍କୁ ଚକୁଳି, କାକରା, ମଣ୍ଡା ଓ ଛେନାପୋଡ଼ ପରଷା ଯିବ ବୋଲି ମେଫେୟାର ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱର ମେ' ଫେୟାର ହୋଟେଲର ମୁଖ୍ୟ ସେଫ୍ ମୃଦଳ ମଣ୍ଡଳ କହିଛନ୍ତି, ଦୁଇ ଦଳର ଖେଳାଳିଙ୍କ ସ୍ୱାଗତ ପାଇଁ ପ୍ଲାଟର ବ୍ୟବସ୍ଥା କରାଯାଇଛି।  ଯେଉଁ ଥିରେ ସୁଗାର କେକ୍‌ ଉପରେ ଖେଳାଳିମାନଙ୍କର ଫଟୋ ରହିଛି। ପ୍ଲାଟର ଲୋ-କ୍ୟାଲୋରୀ ଥିବା ମିଠା ଓ ଚକୋଲେଟ ମଧ୍ୟ ରହିଛି। ସେମାନଙ୍କୁ  ନିଜ ରୁମ୍‌ରେ ପ୍ଲାଟର ସହ ଡ୍ରିଙ୍କସ୍ ଦିଆଯାଇ ସ୍ୱାଗତ କରାଯିବ।

India Vs South Africa
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe