Advertisment

କାଲି ଓଡ଼ିଶା ଆସିବେ ହକି ହିରୋ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ଅଲିମ୍ପିକ୍ ଗେମ୍ସରେ ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷର ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟାଇ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ସଫଳତା ପରେ ଭାରତୀୟ ପୁରୁଷ ହକି ଟିମକୁ ଚାରିଆଡ଼ୁ ଶୁଭେଚ୍ଛାରୁ ସୁଅ ଛୁଟୁଛି। ଭାରତୀୟ ହକି ଟିମର ପ୍ରାୟୋଜକ ଥିବା ଓଡ଼ିଶା ମଧ୍ୟ ଏଥିରେ ପଛାଇ ନାହିଁ। ସେହିପରି ମହିଳା ଦଳ ପଦକରୁ ବଞ୍ଚିତ ହୋଇଥିଲେ ହେଁ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ମନ ଜିଣିଛି। […]

author-image
Ranjit Kumar Jena
କାଲି ଓଡ଼ିଶା ଆସିବେ ହକି ହିରୋ

mens-hockey

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ଅଲିମ୍ପିକ୍ ଗେମ୍ସରେ ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷର ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟାଇ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ସଫଳତା ପରେ ଭାରତୀୟ ପୁରୁଷ ହକି ଟିମକୁ ଚାରିଆଡ଼ୁ ଶୁଭେଚ୍ଛାରୁ ସୁଅ ଛୁଟୁଛି। ଭାରତୀୟ ହକି ଟିମର ପ୍ରାୟୋଜକ ଥିବା ଓଡ଼ିଶା ମଧ୍ୟ ଏଥିରେ ପଛାଇ ନାହିଁ। ସେହିପରି ମହିଳା ଦଳ ପଦକରୁ ବଞ୍ଚିତ ହୋଇଥିଲେ ହେଁ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ମନ ଜିଣିଛି। ମଙ୍ଗଳବାର ଉଭୟ ପୁରୁଷ ଓ ମହିଳା ଦଳକୁ ରାଜଧାନୀ ଭୁବନେଶ୍ୱରୀ ସମ୍ବର୍ଦ୍ଧନା ଦିଆଯିବ।

Advertisment

ଆସନ୍ତାକାଲି ଦିନ ୧୧ଟାରେ ଖେଳାଳିମାନେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯିବ। ଏହାପରେ ୨ ଟିମମକୁ ସ୍ୱତନ୍ତ୍ର ବସରେ ହୋଟେଲକୁ ନିଆଯିବ। ଖେଳାଳିଙ୍କୁ ସ୍ୱାଗତ କରିବା ଲାଗି ବଡ଼ ବଡ଼ ପୋଷ୍ଟର ଏୟାରପୋର୍ଟରୁ ଜାଭିୟର ଛକ ଯାଏ ଲଗାଯାଇଛି। ହୋଟେଲରେ କିଛି ଘଣ୍ଟା ବିଶ୍ରାମ ନେବା ପରେ ସଂଧ୍ୟା ୫ଟାରେ କଳିଙ୍ଗ ଷ୍ଟାଡିୟମରେ ଖେଳାଳିଙ୍କ ଫଟୋସୁଟ୍ କରାଯିବ। ସଂଧ୍ୟା ସାଢ଼େ ୬ଟାରେ ଲୋକସେବା ଭବନରେ ସମ୍ବର୍ଦ୍ଧିତ କରିବେ ରାଜ୍ୟ ସରକାର।

ଖେଳାଳିଙ୍କ ରହିବା ଓ ଖାଇବା ଲାଗି ହୋଟେଲ୍ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତ ହୋଇଛି। ଏବେଠାରୁ ହୋଟେଲକୁ ସୁନ୍ଦର ଫୁଲରେ ସଜାଇ ଦିଆଯାଇଛି। ଖେଳାଳିମାନଙ୍କୁ ସେମାନଙ୍କ ମନ ପସନ୍ଦର ଡିସ୍ ଦେବା ଲାଗି ସବୁ ରକମର ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୋଇଛି। ଯିଏ ଯାହା ଖାଇବେ, ସେଥିଲାଗି ବିଶେଷ ଭାବେ ଧ୍ୟାନ ଦିଆଯାଇଛି। କରୋନା ଗାଇଡଲାଇନ୍ ଓ ନ୍ୟୁଟ୍ରିସନକୁ ଗୁରୁତ୍ୱ ଦେଇ ମେନ୍ୟୁ ପ୍ରସ୍ତୁତ ହୋଇଛି। ବ୍ରୋଞ୍ଜ୍ ବିଜେତା ପୁରୁଷ ଦଳରେ ଓଡ଼ିଶାର ଅମିତ୍ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ରହିଥିବା ବେଳେ, ମହିଳା ଟିମରେ ଦୀପଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ ଅଛନ୍ତି। ଏପରିକି ଓଡ଼ିଶା ଉଭୟ ଦଳର ପ୍ରାୟୋଜକ ରହିଛି।

Advertisment

Indian women's hockey team signs off 4th at Olympics after narrow loss |  The News Minute

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଟୋକିଓ ଅଳିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ ଆପ୍ୟାୟିତ କରିଛନ୍ତି। ସୋମବାର ସକାଳେ ସ୍ୱତନ୍ତ୍ର ବସରେ ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିବା ପରେ କଣ୍ଟିଜେଣ୍ଟର ପ୍ରତ୍ୟେକ ଖେଳାଳିଙ୍କର ଫଟୋସୁଟ୍ କରାଯାଇଥିଲା।

ଏହାପରେ ଖେଳାଳିଙ୍କ ସହ ବ୍ରେକଫାକଷ୍ଟ କରିଥିଲେ ପ୍ରଧାନମନ୍ତ୍ରୀ। ନିଜ ପ୍ରତିଶ୍ରୁତି ରକ୍ଷା କରି ବ୍ୟାଡମିଣ୍ଟନ ତାରକା ତଥା ଟୋକିଓରେ ବ୍ରୋଞ୍ଜ୍ ମେଡାଲ୍ ଜିତିଥିବା ପିଭି ସିନ୍ଧୁଙ୍କ ସହ ଆଇସକ୍ରିମ୍ ଖାଇଥିଲେ ମୋଦି। ଏହା ସହିତ ଜାଭେଲିନରେ ସ୍ୱର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରାଙ୍କୁ ତାଙ୍କର ପ୍ରିୟ ଚୁର୍ମା ଖାଇବାକୁ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ହକି ଟିମ୍ ପାଖରେ କିଛି ସମୟ ବିତାଇବା ସହ ନିଜ ଅଟୋଗ୍ରାଫ ଥିବା ହକି ଷ୍ଟିକ୍ ଉପହାର ଦେଇଥିଲେ।

Tokyo Olympics