Advertisment

ରାଜ୍ୟରେ ୧୦୦ଟି ଚାର୍ଜିଂ ଷ୍ଟେସନ ଖୋଲିବ ଇଣ୍ଡିଆନ୍‌ ଅଏଲ୍‌

ରାଜ୍ୟର ୧୫୨ ପେଟ୍ରୋଲ ପମ୍ପରେ EV ଚାର୍ଜିଂ ଷ୍ଟେସନ ରହିଛି। ସେହିପରି ରାଜ୍ୟରେ ଏବେ ଇଣ୍ଡିଆନ୍‌ ଅଏଲର ୧୯ଟି ସିଏନ୍‌ଜି ଷ୍ଟେସନ ଥିବା ବେଳେ ଆସନ୍ତା ଆର୍ଥିକ ବର୍ଷ ଆଉ ୮ଟି ନୂଆ ସିଏନ୍‌ଜି ଷ୍ଟେସନ୍‌ ଖୋଲିବ।

IOCL

IOCL

Advertisment

ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟରେ ୧୦୦ଟି ନୂଆ ପେଟ୍ରୋଲ ପମ୍ପରେ EV ଚାର୍ଜିଂ ଷ୍ଟେସନ ଖୋଲିବ ଇଣ୍ଡିଆନ୍‌ ଅଏଲ। ଏବେ ରାଜ୍ୟର ୧୫୨ ପେଟ୍ରୋଲ ପମ୍ପରେ EV ଚାର୍ଜିଂ ଷ୍ଟେସନ ରହିଛି। ସେହିପରି ରାଜ୍ୟରେ ଏବେ ଇଣ୍ଡିଆନ୍‌ ଅଏଲର ୧୯ଟି ସିଏନ୍‌ଜି ଷ୍ଟେସନ ଥିବା ବେଳେ ଆସନ୍ତା ଆର୍ଥିକ ବର୍ଷ ଆଉ ୮ଟି ନୂଆ ସିଏନ୍‌ଜି ଷ୍ଟେସନ୍‌ ଖୋଲିବ। ଏହାସହ କମ୍ପାନୀ ଖୁବଶୀଘ୍ର ବାଲେଶ୍ୱର ସୋରଠାରେ ରାଜ୍ୟର ପ୍ରଥମ LNG ପମ୍ପ ଖୋଲିବ। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଇଣ୍ଡିଆନ ଅଏଲ ଓଡ଼ିଶା ମୁଖ୍ୟ ମହାପ୍ରବନ୍ଧକ ଏନ.ଏମ୍‌. ନିମଜି।

Advertisment

ଆଇସିଏଲ୍‌ ସିଜିଏମ୍‌ କହିଛନ୍ତି, ୨୦୪୬ ସୁଦ୍ଧା ନେଟ୍‌ ଜିରୋ ଏମିସନ୍‌ କମ୍ପାନୀ ହେବ ଇଣ୍ଡିଆନ ଅଏଲ। ସେଥିପାଇଁ ଗ୍ରୀନ୍‌ ଇନିସିଏଟିଭକୁ ଗୁରୁତ୍ଵ ଦିଆଯାଉଛି। ଏହି ପଦକ୍ଷେପ ସ୍ୱରୂପ ଇଲେକ୍ଟ୍ରିକ୍‌ ଯାନ ପାଇଁ ଆଲୁମିନିୟମ୍‌ ଏୟାର ବ୍ୟାଟେରୀ ତିଆରି ସହ ହାଇଡ୍ରୋଜେନ୍‌ ଇନ୍ଧନ ଚାଳିତ ବସ ଚଳାଚଳ ଦିଗରେ କାମ କରୁଛି ବୋଲି ଆଇସିଏଲ୍‌ ସିଜିଏମ୍‌ କହିଛନ୍ତି।

ସେ କହିଛନ୍ତି, ଆସନ୍ତା ୪ ମାସ ମଧ୍ୟରେ ରାଜ୍ୟରେ ୫ ନୂଆ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯିବ। ଏସବୁ ପ୍ରକଳ୍ପରେ ୯୯୨୬ କୋଟି ଟଙ୍କା ପୁଞ୍ଜନିବେଶ ହୋଇଛି। ଏହି ପ୍ରକଳ୍ପ ମଧ୍ୟରେ ରହିଛି, ୧୬୧ କୋଟି ଟଙ୍କା ମୂଲ୍ୟର ଖୋର୍ଦ୍ଧା LPG ବଟଲିଂ ପ୍ଲାଣ୍ଟ, ୬୯୦ କୋଟି ଟଙ୍କାର ପାରାଦୀପ LPG ଇମ୍ପୋର୍ଟ ଟର୍ମିନାଲ, ୨୩୨୧ କୋଟି ଟଙ୍କାର ପାରାଦୀପ-ହାଇଦ୍ରାବାଦ ପାଇପଲାଇନ, ୧୧୦୦ କୋଟିର ପାରାଦୀପ-ସୋମନାଥପୁର-ହଳଦିଆ ପ୍ରଡକ୍ଟ ପାଇପଲାଇନ ଓ ପାରାଦୀପ ରିଫାଇନରୀରେ ୫୬୫୪ କୋଟିର ମୋନୋ ଇଥିଲିନ ଗ୍ଲାଇକଲ ପ୍ରକଳ୍ପ ରହିଛି। ସେହିପରି ଆସନ୍ତା ଆର୍ଥିକ ବର୍ଷ ପାରାଦୀପ ରିଫାଇନରୀରେ ୧୩ ହଜାର ୮୦୬ କୋଟି ଟଙ୍କା ପୁଞ୍ଜନିବେଶରେ ସ୍ଥାପନ ହେଉଥିବା PX - PTAକୁ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି IOCL ଓଡ଼ିଶା ମୁଖ୍ୟ କହିଛନ୍ତି।

Advertisment
Odisha IOCL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe