Advertisment

ଆସନ୍ତା ୩୧ରୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ବିମାନ

ଜୟପୁର(ଓଡ଼ିଶା ରିପୋର୍ଟର): ଆସନ୍ତା୩୧ ତାରିଖରୁ କୋରାପୁଟ ଜିଲ୍ଲା ଜୟପୁରକୁ ଉଡ଼ିବ ବିମାନ। ଭୁବନେଶ୍ୱରରୁ ଜୟପୁରକୁ ଇଣ୍ଡିଆ ଓ୍ୱାନ୍ ଏୟାର ବିମାନ ଉଡ଼ିବ। ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛି ଇଣ୍ଡିଆ ଓ୍ୱାନ୍ ଏୟାର ବିମାନ। ଯାତ୍ରୀମାନେ indiaoneair.com ୱେବସାଇଟରେ ଟିକେଟ ବୁକିଂ କରିପାରିବେ। ତାହା ପୁଣି ମାତ୍ର ୯୯୯ ଟଙ୍କାରେ। ଏନେଇ କମ୍ପାନୀ ପକ୍ଷରୁ ଟୁଇଟ୍ କରି ଦର୍ଶାଯାଇଛି। ରାଜ୍ୟର ଚତୁର୍ଥ ବିମାନ ବନ୍ଦର ଭାବେ ଜୟପୁର ଏୟାରପୋର୍ଟକୁ ମିଳିସାରିଛି ଏରୋଡ୍ରମ୍ ଲାଇସେନ୍ସ। ଜୟପୁର ଏୟାର ପୋର୍ଟକୁ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଆସନ୍ତା ୩୧ରୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ବିମାନ

india one air

ଜୟପୁର(ଓଡ଼ିଶା ରିପୋର୍ଟର): ଆସନ୍ତା୩୧ ତାରିଖରୁ କୋରାପୁଟ ଜିଲ୍ଲା ଜୟପୁରକୁ ଉଡ଼ିବ ବିମାନ। ଭୁବନେଶ୍ୱରରୁ ଜୟପୁରକୁ ଇଣ୍ଡିଆ ଓ୍ୱାନ୍ ଏୟାର ବିମାନ ଉଡ଼ିବ। ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛି ଇଣ୍ଡିଆ ଓ୍ୱାନ୍ ଏୟାର ବିମାନ।

Advertisment

ଯାତ୍ରୀମାନେ indiaoneair.com ୱେବସାଇଟରେ ଟିକେଟ ବୁକିଂ କରିପାରିବେ। ତାହା ପୁଣି ମାତ୍ର ୯୯୯ ଟଙ୍କାରେ। ଏନେଇ କମ୍ପାନୀ ପକ୍ଷରୁ ଟୁଇଟ୍ କରି ଦର୍ଶାଯାଇଛି।

ରାଜ୍ୟର ଚତୁର୍ଥ ବିମାନ ବନ୍ଦର ଭାବେ ଜୟପୁର ଏୟାରପୋର୍ଟକୁ ମିଳିସାରିଛି ଏରୋଡ୍ରମ୍ ଲାଇସେନ୍ସ। ଜୟପୁର ଏୟାର ପୋର୍ଟକୁ ବିମାନ ଉଡ଼ାଣ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଅନୁମତି ଦେଇଥିଲା । ‘ଉଡାନ୍’ ଯୋଜନାରେ ଜୟପୁର ବିମାନବନ୍ଦରକୁ ଲାଇସେନ୍ସ ପ୍ରଦାନ କରାଯାଇଥିବା ନେଇ DGCA ପକ୍ଷରୁ ସୂଚନା  ଦିଆଯାଇଥିଲା। ଜୟପୁରକୁ ‘ଉଡାନ୍’ ଯୋଜନାରେ ଇଣ୍ଡିଆ ଓ୍ୱାନ୍ ବିମାନ ସେବା ପ୍ରଦାନକାରୀ କମ୍ପାନୀ ବିମାନ ସେବା ଯୋଗାଇଦେବା ନେଇ ପୂର୍ବରୁ ଘୋଷଣା କରିସାରିଛି। ଏଥିପାଇଁ କମ୍ପାନୀ ପକ୍ଷରୁ ଟ୍ରାଏଲ ରନ୍ ବି ଶେଷ ହୋଇଥିଲା।

Advertisment