Advertisment

ଧାମନଗର ଉପନିର୍ବାଚନ: କେଉଁଠି ବୁଥ୍ ରିଗିଂ ତ କେଉଁଠି ମୁହାଁମୁହିଁ

ଭଦ୍ରକ (ପ୍ରାର୍ଥ ସାରଥୀ ନାୟକ): ଧାମନଗର ଉପନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ କେଉଁଠି ବୁଥ୍ ରିଗିଂ ହୋଇଛି ତ ଆଉ କେଉଁଠି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଧାମନଗର କଟସାହି ପଞ୍ଚାୟତର ଖଳାଗଡ଼ିଆରେ ସ୍କୁଲର ୨୨ ଓ ୨୩ ନମ୍ବର ବୁଥ୍‌ରେ ରିଗିଂ ହୋଇଥିବା ଅଭିଯୋଗ ହୋଇଛି। ବିଜେଡି କର୍ମୀ ରିଗିଂ କରିଥିବା ବିଜେପି କର୍ମୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଚପା ଉତ୍ତେଜନା ପ୍ରକାଶ ପାଇଥିଲା। ଜିଲ୍ଲାପାଳ,ସେକ୍ଟର ଅଫିସର ଓ ପୁଲିସ […]

ଧାମନଗର ଉପନିର୍ବାଚନ: କେଉଁଠି ବୁଥ୍ ରିଗିଂ ତ କେଉଁଠି ମୁହାଁମୁହିଁ

vote

Advertisment

ଭଦ୍ରକ (ପ୍ରାର୍ଥ ସାରଥୀ ନାୟକ): ଧାମନଗର ଉପନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ କେଉଁଠି ବୁଥ୍ ରିଗିଂ ହୋଇଛି ତ ଆଉ କେଉଁଠି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।

Advertisment

ଧାମନଗର କଟସାହି ପଞ୍ଚାୟତର ଖଳାଗଡ଼ିଆରେ ସ୍କୁଲର ୨୨ ଓ ୨୩ ନମ୍ବର ବୁଥ୍‌ରେ ରିଗିଂ ହୋଇଥିବା ଅଭିଯୋଗ ହୋଇଛି। ବିଜେଡି କର୍ମୀ ରିଗିଂ କରିଥିବା ବିଜେପି କର୍ମୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଚପା ଉତ୍ତେଜନା ପ୍ରକାଶ ପାଇଥିଲା। ଜିଲ୍ଲାପାଳ,ସେକ୍ଟର ଅଫିସର ଓ ପୁଲିସ ପହଞ୍ଚିବା ପରେ ଉତ୍ତେଜନା ଥମିଥିଲା।

ସେହିପରି ଧାମନଗରର ଡରାଙ୍ଗ ପଞ୍ଚାୟତର ରାମେଶ୍ୱରପୁର ୧୬୯ ଓ ୧୭୦ନଂ ବୁଥରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହେବାରୁ ଗୋଟିଏ ଗୋଷ୍ଠୀର ୨ଜଣ ଆହତ ହୋଇଥିଲେ।  ଉଭୟଙ୍କୁ ଧାମନଗର ଗୋଷ୍ଠୀ କେନ୍ଦ୍ର ଭର୍ତ୍ତି କରାଯାଇଛି। ଧାମନଗର ଥାନାରେ ଏନେଇ ମାମଲା ରୁଜୁ ହୋଇଛି।

Advertisment

ଧାମ ନଗର ଉପ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଦିନ ୧ଟା ସୁଦ୍ଧା ୩୮.୭୫% ମତଦାନ ହୋଇଥିବା  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଉପନିର୍ବାଚନ ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ  ଚାଲିବ।

Dhamnagar Bypoll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe