Advertisment

ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରାଦୀପ ବନ୍ଦରରେ ହୋଇଥିବା ଲାଞ୍ଚ କାରବାର ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଛି ସିବିଆଇ। ଏନେଇ ମହିମା ମିଶ୍ରଙ୍କ ଓକିଲ ଜୟଦୀପ ପାଲ୍ ସୂଚନା ଦେଇଛନ୍ତି। ଆଜି ଭୋରୁ ଚର୍ଚ୍ଚିତ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ସିବିଆଇ କାର୍ଯ୍ୟାଳୟରେ ହାଜର ହେବାପରେ ତାଙ୍କୁ ଗୁଡ଼ାଇ ତୁଡ଼ାଇ ଅନେକ ପ୍ରଶ୍ନ ପଚରାଉଚରା କରାଯାଇଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇ ସ୍ୱାସ୍ଥ୍ୟପରୀକ୍ଷା ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଯାଇଥିଲା। ଚର୍ଚ୍ଚିତଙ୍କ ବୋନ […]

ଅଦ୍ୟତନ ହୋଇଛି
ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ

charchita-mishra-&-mahima-m

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରାଦୀପ ବନ୍ଦରରେ ହୋଇଥିବା ଲାଞ୍ଚ କାରବାର ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଛି ସିବିଆଇ। ଏନେଇ ମହିମା ମିଶ୍ରଙ୍କ ଓକିଲ ଜୟଦୀପ ପାଲ୍ ସୂଚନା ଦେଇଛନ୍ତି। ଆଜି ଭୋରୁ ଚର୍ଚ୍ଚିତ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ସିବିଆଇ କାର୍ଯ୍ୟାଳୟରେ ହାଜର ହେବାପରେ ତାଙ୍କୁ ଗୁଡ଼ାଇ ତୁଡ଼ାଇ ଅନେକ ପ୍ରଶ୍ନ ପଚରାଉଚରା କରାଯାଇଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇ ସ୍ୱାସ୍ଥ୍ୟପରୀକ୍ଷା ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଯାଇଥିଲା। ଚର୍ଚ୍ଚିତଙ୍କ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ହୋଇଥିବାରୁ ତାଙ୍କ ପାଇଁ ଘର ଖାଇବା ଓ ମେଡିସିନ ଯୋଗାଇ ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ଓକିଲ ଜୟଦୀପ ପାଲ୍ କହିଛନ୍ତି।

Advertisment

ସେ କହିଛନ୍ତି,ଗତ ୪ ତାରିଖରେ ପାରାଦୀପ ଅଫିସରେ ସିବିଆଇ ରେଡ୍‌ ସମୟରେ ଚର୍ଚ୍ଚିତ ମିଶ୍ର ସେଠାରେ ଉପସ୍ଥିତ ଥିଲେ। ଅସିବିଆଇର କର୍ମଚାରୀମାନେ ତାଙ୍କ ସହିତ କଥା ହୋଇଥିଲେ।  ପରେ ଚର୍ଚ୍ଚିତ ୩ ଟାବେଳେ ବୈବସାୟିକ କାମରେ ବାହାରକୁ ଯାଇଥିଲେ। ହେଲେ ସିବିଆଇ ତାଙ୍କୁ ପଚରାଉଚରା କରିବା ପାଇଁ ଡାକିବ ବୋଲି କିଛି ସୂଚନା ଦେଇନଥିଲା। ଗତକାଲି  ସନ୍ଧ୍ୟାବେଳେ ଏଫ୍‌ଆଇଆର  କପି ଦେଖିବା ପରେ ଅଭିଯୁକ୍ତ ତାଲିକାରେ ଚର୍ଚ୍ଚିତଙ୍କ ନାଁ ରହିଛି ବୋଲି ଆମେ ଦେଖିଥିଲୁ।  ଆଜି ଭୋରୁ ସିବିଆଇ କାର୍ଯ୍ୟାଳୟରେ ସେ  ହାଜର ହୋଇଥିଲେ। ତାଙ୍କର ଜାମିନ ପାଇଁ  ଆମେ କୋର୍ଟରେ ଆବେଦନ କରିବୁ।

ପାରାଦୀପ ବନ୍ଦରରେ ହୋଇଥିବା ଲାଞ୍ଚ କାରବାର ମାମଲାରେ ଗତକାଲି ୪ ଜଣଙ୍କୁ ସିବିଆଇ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ ଓ OSL  ଅପରେସନ ଡିଜିଏମ୍‌ ସୂର୍ଯ୍ୟ ନାରାୟଣଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ। ଗିରଫ ହୋଇଥିବା ଚତୁର୍ଥ ବ୍ୟକ୍ତିଜଣକ ହେଉଛନ୍ତି କେସିଟି ଗ୍ରୁପ ପୋର୍ଟ ଅପରେସନ ମ୍ୟାନେଜର ଶଙ୍ଖଶୁଭ୍ର ମିତ୍ର। ଚର୍ଚ୍ଚିତ ମିଶ୍ର ଗିରଫ ହେବା ପରେ  ପାରାଦୀପ ବନ୍ଦରରେ ହୋଇଥିବା ଲାଞ୍ଚ କାରବାର ମାମଲାରେ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି।

Advertisment

ଅନ୍ୟପକ୍ଷରେ ଗତକାଲି ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ବଡ଼ ପୁଅ ଚନ୍ଦନ ମିଶ୍ରଙ୍କୁ  ଦିନ୧୧ଟାରୁ ବାପପୁଅଙ୍କୁ ମାରାଥନ ଜେରା କରିଥିଲା ସିବିଆଇ। ଦୀର୍ଘ ୨୦ ଘଣ୍ଟାର ଜେରା ପରେ ଆଜି ଭୋରୁ ସିବିଆଇ ଅଫିସରୁ ବାହାରି ଥିଲେ ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ପୁଅ। ସିବିଆଇ ଅଫିସରୁ ବାହାରିବା ପରେ ମହିମା ମିଶ୍ର କହିଥିଲେ- ପୁଣି ଆଜି ସିବିଆଇ ହାଜର ହେବା ପାଇଁ ଡାକିଛି। ୨୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ସିବିଆଇ ପଚରାଉଚରା ପାଇଁ ଡାକିଛି। ମୁଁ OSL ସହ  ସଂପୃକ୍ତ ନୁହେଁ। କାହିଁକି ଡାକୁଛି ମୁଁ ଜାଣିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe