ରାଜନେତା ଶିଳ୍ପାୟନରେ ବାଧକ: ଶିଳ୍ପସଂଘ ମୁଖ୍ୟ 

ଯାଜପୁର: ରାଜ୍ୟ ସରକାର ମେକ୍‌-ଇନ୍‌-ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ରାଜ୍ୟକୁ ଦେଶୀ ଓ ବିଦେଶୀ ଶିଳ୍ପପତିମାନଙ୍କୁ ଆଣିବାକୁ ଚେଷ୍ଟା କରୁଛନ୍ତି। ଏହା ଅନେକାଂଶରେ ସଫଳ ହୋଇଥିବା ମଧ୍ୟ ଦିଣ୍ଡିମ୍‌ ପିଟୁଛନ୍ତି। ହେଲେ ଓଡ଼ିଶାରେ ଶିଳ୍ପାୟନର ବାସ୍ତବ ଚିତ୍ର କେମିତି ରହିଛି ତାହା ପଦାରେ ପଡ଼ିଛି। ଆଉ କେହି ନୁହେଁ ଏକ ଶିଳ୍ପସଂଘର ମୁଖ୍ୟ ରାଜନେତାମାନେ ଶିଳ୍ପାୟନ ସହ କେମିତି ଖେଳ ଖେଳୁଛନ୍ତି ଓ ଗରିବ ଶ୍ରମିକଙ୍କ ଉପରେ ନିଜର ସର୍ବଭୌମତ୍ୱ ଜାହିର କରୁଛନ୍ତି, ସେକଥା ଉଲ୍ଲେଖ କରି ରାଜ୍ୟ […]

kalinganagar

Rakesh Mallick
  • Published: Friday, 09 November 2018
  • , Updated: 09 November 2018, 10:59 PM IST

ଯାଜପୁର: ରାଜ୍ୟ ସରକାର ମେକ୍‌-ଇନ୍‌-ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ରାଜ୍ୟକୁ ଦେଶୀ ଓ ବିଦେଶୀ ଶିଳ୍ପପତିମାନଙ୍କୁ ଆଣିବାକୁ ଚେଷ୍ଟା କରୁଛନ୍ତି। ଏହା ଅନେକାଂଶରେ ସଫଳ ହୋଇଥିବା ମଧ୍ୟ ଦିଣ୍ଡିମ୍‌ ପିଟୁଛନ୍ତି। ହେଲେ ଓଡ଼ିଶାରେ ଶିଳ୍ପାୟନର ବାସ୍ତବ ଚିତ୍ର କେମିତି ରହିଛି ତାହା ପଦାରେ ପଡ଼ିଛି। ଆଉ କେହି ନୁହେଁ ଏକ ଶିଳ୍ପସଂଘର ମୁଖ୍ୟ ରାଜନେତାମାନେ ଶିଳ୍ପାୟନ ସହ କେମିତି ଖେଳ ଖେଳୁଛନ୍ତି ଓ ଗରିବ ଶ୍ରମିକଙ୍କ ଉପରେ ନିଜର ସର୍ବଭୌମତ୍ୱ ଜାହିର କରୁଛନ୍ତି, ସେକଥା ଉଲ୍ଲେଖ କରି ରାଜ୍ୟ ଶିଳ୍ପାୟନର ଗତି କେଉଁଆଡେ ଯାଉଛି ତା'ର ଏକ ବିବରଣୀ ଦେଇଛନ୍ତି।

ଓଡ଼ିଶାର ସ୍ଥାନୀୟ ରାଜନେତାମାନେ ଶିଳ୍ପାୟନରେ ବାଧକ ସାଜୁଛନ୍ତି ବୋଲି ଆଜି ସାଂଘାତିକ ଅଭିଯୋଗ ଆଣିଛନ୍ତି କଳିଙ୍ଗନଗର ଶିଳ୍ପସଂଘ ମୁଖ୍ୟ ପୁରୁଷୋତ୍ତମ କାଣ୍ଡୋଇ। ସାମାନ୍ୟ ଅବଦାନ ନଥାଇ ମଧ୍ୟ ଏହି ରାଜନେତାମାନେ ନିଜକୁ କାରଖାନାର ମାଲିକ ଭାବୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଏପରିକି ଏହି ରାଜନେତାମାନେ ଶ୍ରମିକମାନଙ୍କୁ ନିଜର ଚାକର ବୋଲି ଭାବୁଛନ୍ତି ବୋଲି କାଣ୍ଡୋଇ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ଶିଳ୍ପପତିଙ୍କୁ ଅସୁବିଧାରେ ପକାଇବାକୁ ଏହି ରାଜନେତାମାନେ ଟିକେ ବି ସୁଯୋଗକୁ ହାତଛଡ଼ା କରୁନାହାନ୍ତି। ଏମାନେ ନିଜକୁ ଓଡ଼ିଶାର ରାଜା ବୋଲି ଭାବୁଛନ୍ତି। ଏମିତି କାରବାର ନେଇ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଜଣାଇଛୁ। ହେଲେ ମାସ ମାସ କାଳ ଅପେକ୍ଷା କରିବା ପରେ ବି କିଛି ଉତ୍ତର ମିଳିନାହିଁ।”

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ନିଯୁକ୍ତି ସୃଷ୍ଟିକାରୀଙ୍କୁ ହତାଶ କରାନଯାଉ: ବୈଜୟନ୍ତ

ରାଜ୍ୟରେ ବିନା ହଇରାଣରେ କିଭଳି ଶିଳ୍ପ ଚାଲିପାରିବ ସେ ନେଇ ମୁଖ୍ୟମନ୍ତ୍ରୀ ଦେଖନ୍ତୁ ବୋଲି ସେ ଦାବି କରିଛନ୍ତି।

ରାଜ୍ୟ  ସରକାରଙ୍କ ମେକ୍‌-ଇନ୍‌-ଓଡ଼ିଶାକୁ ନେଇ ଶ୍ରୀ କାଣ୍ଡୋଇ ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟ ସରକାର ନିବେଶକମାନଙ୍କୁ ଆମନ୍ତ୍ରଣ କରି ସୁନେଲି ସ୍ୱପ୍ନ ଦେଖାଉଛନ୍ତି। ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ଜଣାନାହିଁ, ଏଠାକୁ ଆସିବା ପରେ ସେମାନେ କିଭଳି ଅସୁବିଧାର ସମ୍ମୁଖୀନ ହେବେ।

https://youtu.be/dcuVmS4WAO0

Related story