ଜଗନ୍ନାଥ ଓଡ଼ିଆଙ୍କ ପରିଚୟ ଥିଲେ, ଏବେ ନବୀନ: ପ୍ରତାପ ଦେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୁଳନା କଲେ ବିଜେଡି ନେତା ତଥା ଶିଳ୍ପମନ୍ତ୍ରୀ ପ୍ରତାପ ଦେବେ। ଖାଲି ତୁଳନା କଲେନି, ଓଡ଼ିଶାର ମୁଖ୍ୟ ପରିଚୟ ନବୀନ ପଟ୍ଟନାୟକ ବୋଲି ବି କହିଦେଲେ। ଭୁବନେଶ୍ୱର ବରମୁଣ୍ଡା ଠାରେ ଅନୁଷ୍ଠିତ ବିଜେଡିର ବିଶାଳ ସାଂଗଠନିକ ସଭା ଓ ପଦଯାତ୍ରା ପ୍ରସ୍ତୁତି ଶିବିରରେ ସେ ଆଜି ଏହା କହିବା ପରେ ଏହାକୁ ନେଇ ଜୋର ଚର୍ଚ୍ଚା ଚାଲିଛି। ପ୍ରତାପ ଦେବ କହିଥିଲେ ଯେ, ସାଢ଼େ ୪କୋଟି […]

bjd

bjd

Niranjan Mishra
  • Published: Friday, 30 September 2022
  • Updated: 30 September 2022, 09:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୁଳନା କଲେ ବିଜେଡି ନେତା ତଥା ଶିଳ୍ପମନ୍ତ୍ରୀ ପ୍ରତାପ ଦେବେ। ଖାଲି ତୁଳନା କଲେନି, ଓଡ଼ିଶାର ମୁଖ୍ୟ ପରିଚୟ ନବୀନ ପଟ୍ଟନାୟକ ବୋଲି ବି କହିଦେଲେ। ଭୁବନେଶ୍ୱର ବରମୁଣ୍ଡା ଠାରେ ଅନୁଷ୍ଠିତ ବିଜେଡିର ବିଶାଳ ସାଂଗଠନିକ ସଭା ଓ ପଦଯାତ୍ରା ପ୍ରସ୍ତୁତି ଶିବିରରେ ସେ ଆଜି ଏହା କହିବା ପରେ ଏହାକୁ ନେଇ ଜୋର ଚର୍ଚ୍ଚା ଚାଲିଛି।

ପ୍ରତାପ ଦେବ କହିଥିଲେ ଯେ, ସାଢ଼େ ୪କୋଟି ଓଡ଼ିଆଙ୍କର ଗୋଟିଏ ପରିଚୟ ଥିଲା, ପ୍ରଭୁ ଜଗନ୍ନାଥ। ଏବେ ଆପଣମାନେ ଭାରତ ବର୍ଷର ଯେକୌଣସି ଜାଗାକୁ ଯିବେ ଓ ଓଡ଼ିଶାରୁ ବୋଲି ପରିଚୟ ଦେବେ, ସମ୍ମୁଖରେ ଥିବା ବ୍ୟକ୍ତିଙ୍କ ମୁହଁରୁ ପ୍ରଥମେ ନବୀନ ପଟ୍ଟନାୟକଙ୍କ ନାଁ ବାହାରିବ।

ତା’ହେଲେ ବିଜେଡି ନେତା ଓ ମନ୍ତ୍ରୀମାନଙ୍କ ମତରେ, ଓଡିଶାର ପରିଚୟ କ’ଣ ଆଉ ମହାପ୍ରଭୁ ଜଗନ୍ନାଥ ନୁହଁନ୍ତି ? ସାରା ବିଶ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ’ଣ ହେଉଛନ୍ତି ଓଡ଼ିଶାର ପରିଚୟ? ଓଡ଼ିଶା ଲୋକଙ୍କ ପାଖରେ ସେମାନେ ଏହି ବାର୍ତ୍ତା ଦେବାକୁ ଚାହୁଁଛନ୍ତି କି ?

ଯେଉଁ ମହାପ୍ରଭୁ ଜଗନ୍ନାଥଙ୍କ ବ୍ୟତୀତ ଅନ୍ୟ କାହାକୁ ବି କୌଣସି ଓଡ଼ିଆ ପରିଚୟ ବୋଲି ଭାବନାକୁ ଆଣେନି, ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କିନ୍ତୁ ଓଡ଼ିଶାର ମୁଖ୍ୟ ପରିଚୟ ବୋଲି ଖୋଲାଖୋଲି ଦଳୀୟ ସଭାରେ ଘୋଷଣା କରିଛନ୍ତି ମନ୍ତ୍ରୀ ପ୍ରତାପ ଦେବ। ଏହାକୁ ବିଜେପି କଡ଼ା ଭାଷାରେ ନିନ୍ଦା କରିଛି।

ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଏଭଳି ବକ୍ତବ୍ୟ ରଖି ଅହଙ୍କାରର ଶୀର୍ଷରେ ବିଜେଡି ପହଞ୍ଚିଛି। ଜଗନ୍ନାଥଙ୍କ ବିକଳ୍ପ ଭାବେ ନିଜ ଦଳର ନେତାଙ୍କୁ ଦେଖିବା ଆରମ୍ଭ କରିଛନ୍ତି। ଏହାଠାରୁ ଆଉ କଦର୍ଯ୍ୟ ମାନସିକତା, ଚାଟୁକାରିତା ଆଉକିଛି ବି ନ ହୋଇପାରେ। ଓଡ଼ିଶାବାସୀଙ୍କୁ ଏହାଠାରୁ ବଡ଼ ଅପମାନ କିଛି ନ ହୋଇପାରେ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଜନତା ମଇଦାନ ସଭାକୁ କାଉଣ୍ଟର ଲାଗି ବା ବାଦବୁଦିଆରେ ବରମୁଣ୍ଡାରେ ବିଜେଡି ସମାବେଶ କରିଥିବା ବେଳେ ଏଥିରେ ବକ୍ତବ୍ୟ ରଖି ମନ୍ତ୍ରୀ ପ୍ରତାପ ଦେବ ବିବାଦୀୟ ଭାଷଣ ରଖି ଆଲୋଚନାକୁ ଆସିଛନ୍ତି। ଗୋଟାଏ ପଟେ ବିଜେଡି ଏଭଳି କାଉଣ୍ଟର ସଭା କରିବା ପଛରେ ବିଜେପି ମୁଖିଆଙ୍କ ଗସ୍ତ ଭୟ ଲୁଚି ରହିଥିବା ଆଲୋଚନା ହେଉଥିବା ବେଳେ ଅନ୍ୟପଟେ ବିବାଦୀୟ ମନ୍ତବ୍ୟ ଏହାକୁ ତେଜିବାରେ ସହାୟକ ହୋଇଛି।

ଏହି ସମାବେଶରେ ବିଜେଡିର ଆଉ ଜଣେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଞ୍ଚରେ ଗର୍ଜନ କରି ଦରଦାମ୍ ବୃଦ୍ଧି ଓ ଓଡ଼ିଶାକୁ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ବିରୋଧୀ ବିଜେପି ଦଳର ଜଣେ ନେତାଙ୍କ ଆଡ଼କୁ ଇଙ୍ଗିତ କରିଥିଲେ। ହେଲେ ଯାହାକୁ ନିଶାନା କରିଥିଲେ ତାଙ୍କ ନାଁ ଧରି ନଥିଲେ। କହିଥିଲେ, ନାଁ ଧରିବାକୁ ମନା କରାଯାଇଛି।

ରଣେନ୍ଦ୍ରଙ୍କ ଏଭଳି ବକ୍ତବ୍ୟ ପରେ ପ୍ରଶ୍ନ ଉଠିଛି, ତାଙ୍କ ବାକ୍ ସ୍ୱାଧୀନତା କିଏ ଛଡ଼ାଇ ନେଇଛି? ଯିଏ ବି ମନା କରିଛି, ତାଙ୍କୁ ବିଜେପିର ଉକ୍ତ ନେତାଙ୍କୁ ଏତେ ଭୟ କାହିଁକି ? ବିଜେପି ନେତାଙ୍କ ବିରୋଧରେ କିଛି ନ କହିବାକୁ କିଏ ଓ କାହିଁକି ତାଗିଦ୍ କରିଛି ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story