Advertisment

ଚର୍ଚ୍ଚାରେ ‘କାଳିଆ’ ସ୍ପଷ୍ଟୀକରଣ, ସତ ଢ଼ୋକିଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଗତକାଲି ‘କାଳିଆ’ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାର ହିସାବ ଦେବାର ୨୪ଘଣ୍ଟା ନପୁରୁଣୁ ଆଜି ଏକ ସ୍ପଷ୍ଟୀକରଣ ଦେଇଛନ୍ତି । ଯେଉଁଥିରେ ରାଜନୀତିକ ବାଧ୍ୟବାଧକତା କାରଣରୁ ନିଜେ କହିଥିବା ସତକୁ ଏବେ ଢ଼ୋକିବାକୁ ପ୍ରୟାସ କରିଛନ୍ତି। ଆଉ ‘ଯୋଗ୍ୟ-ଅଯୋଗ୍ୟ’ର ପରିଭାଷାକୁ ଏଭଳି ଭାବେ ଉପସ୍ଥାପିତ କରିଛନ୍ତି ଯାହାକି ରାଜ୍ୟ ସରକାରଙ୍କ ଅସହାୟତାକୁ ପଦାରେ ପକାଇଛି। ରାଜ୍ୟ କୃଷି ବିଭାଗ ଆଜି ସନ୍ଧ୍ୟାରେ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଏହି ସ୍ପଷ୍ଟୀକରଣ ଦେଇ […]

କାଳିଆ ଯୋଜନାରୁ ବାଦ୍ ପଡ଼ିବେ ଅଯୋଗ୍ୟ : କୃଷିମନ୍ତ୍ରୀ

KALIA

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଗତକାଲି ‘କାଳିଆ’ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାର ହିସାବ ଦେବାର ୨୪ଘଣ୍ଟା ନପୁରୁଣୁ ଆଜି ଏକ ସ୍ପଷ୍ଟୀକରଣ ଦେଇଛନ୍ତି । ଯେଉଁଥିରେ ରାଜନୀତିକ ବାଧ୍ୟବାଧକତା କାରଣରୁ ନିଜେ କହିଥିବା ସତକୁ ଏବେ ଢ଼ୋକିବାକୁ ପ୍ରୟାସ କରିଛନ୍ତି। ଆଉ ‘ଯୋଗ୍ୟ-ଅଯୋଗ୍ୟ’ର ପରିଭାଷାକୁ ଏଭଳି ଭାବେ ଉପସ୍ଥାପିତ କରିଛନ୍ତି ଯାହାକି ରାଜ୍ୟ ସରକାରଙ୍କ ଅସହାୟତାକୁ ପଦାରେ ପକାଇଛି।

Advertisment

ରାଜ୍ୟ କୃଷି ବିଭାଗ ଆଜି ସନ୍ଧ୍ୟାରେ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଏହି ସ୍ପଷ୍ଟୀକରଣ ଦେଇ କହିଛି ଯେ, ବିଭିନ୍ନସ୍ତରରେ ଏକ ବିଶାଳୟ ଚୟନ ପ୍ରକ୍ରିୟା ମାଧ୍ୟମରେ କାଳିଆ ଯୋଜନାରେ ମିଳିଥିବା ୧.୧୯ କୋଟି ଦରଖାସ୍ତକାରୀଙ୍କ ମଧ୍ୟରୁ ୫୧.୦୫ ଲକ୍ଷ ହିତାଧିକାରୀଙ୍କୁ ଚୟନ କରାଯାଇଥିଲା । ତେବେ ଏହି ହିତାଧିକାରୀମାନଙ୍କ ଯାଞ୍ଚ ପରେ ମାତ୍ର ୩୨ହଜାର (୧୨ ହଜାର ବଡ଼ଚାଷୀ ଓ ୨୦ହଜାର ସରକାରୀ କର୍ମଚାରୀ/ପେନସନଭୋଗୀ) ଅଯୋଗ୍ୟ ବିବେଚିତ ହୋଇଛନ୍ତି। ଅନ୍ୟ ୯୯% ରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ଯୋଗ୍ୟ। ଏହି ଯୋଜନାରେ ପ୍ରାୟ ୩ଲକ୍ଷ ଯୋଗ୍ୟ ହିତାଧିକାରୀ ପରିବାରର ଅନ୍ୟ ସଦସ୍ୟମାନେ(୯ହଜାର ନାବାଳକ/ନାବାଳିକା) ମଧ୍ୟ ସହାୟତା ରାଶି ପାଇଛନ୍ତି। ପ୍ରକୃତପକ୍ଷେ ଏମାନେ ଅଯୋଗ୍ୟ ହିତାଧିକାରୀ ନୁହଁନ୍ତି। ମାତ୍ର କାଳିଆ ଯୋଜନାରେ ଗୋଟିଏ ପରିବାରରୁ କେବଳ ଜଣେ ମାତ୍ର ଏହି ସହାୟତା ପାଇପାରିବେ। ତେଣୁ ସେହି କ୍ଷେତ୍ରରେ ପରିବାରର ଜଣକୁ ସହାୟତା ପାଇଁ ଯୋଗ୍ୟ ବିବେଚନା କରି ଅନ୍ୟମାନେ ପାଇଥିବା ରାଶିକୁ ପରବର୍ତ୍ତୀ କିସ୍ତି ରୂପେ ବିବେଚନା କରାଯାଇପାରିବ।

ଗତକାଲି କୃଷି ମନ୍ତ୍ରୀ ଅରୁଣ ସାହୁ ‘କାଳିଆ’ ଯୋଜନାର ୩.୪୧ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ଯେଉଁ ତଥ୍ୟ ଦେଇଥିଲେ ଆଜି ମଧ୍ୟ ତାଙ୍କ ବିଭାଗ ସେହି ତଥ୍ୟକୁ ଦୋହରାଇଛି । କିନ୍ତୁ ଏହି ଅଯୋଗ୍ୟଙ୍କ ମଧ୍ୟରୁ ୩.୦୯ଲକ୍ଷ ହିତାଧିକାରୀଙ୍କୁ ସିଧାସଳଖ ଅଯୋଗ୍ୟ ନକହି ବୁଲେଇ ବଙ୍କେଇ ଅଯୋଗ୍ୟ କହିବାକୁ ଉଦ୍ୟମ କରିଛି।

Advertisment

ପ୍ରଶ୍ନ ଉଠୁଛି, କାଳିଆ ଯୋଜନାର ଗାଇଡଲାଇନ ଅନୁସାରେ ଗୋଟିଏ ପରିବାରକୁ କେବଳ ଜଣେ ମାତ୍ର ବ୍ୟକ୍ତି ଏହାର ହିତାଧିକାରୀ ହୋଇପାରିବେ। ଯଦି ପରିବାରର ଏକାଧିକ ସଦସ୍ୟ ଏହି ଯୋଜନାର ହିତାଧିକାରୀ ହୋଇଥିବେ ତା’ହେଲେ ସେମାନେ ସିଧାସଳଖ ଅଯୋଗ୍ୟ ବିବେଚନା ହେବେ। ଗତକାଲି ଏହି ‘ଅଯୋଗ୍ୟ’ର ସତ ପରିଭାଷା ଦେଇଥିବା କୃଷି ବିଭାଗ ଆଜି କାହା ଚାପରେ ଏହି ୩ଲକ୍ଷ ହିତାଧିକାରୀଙ୍କୁ ସିଧାସଳଖ ‘ଅଯୋଗ୍ୟ’ କହିବାକୁ କୁଣ୍ଟାବୋଧ କରୁଛି। ବିଜେଡି ମୁଖପାତ୍ର ପ୍ରତାପ ଦେବ ଏହି ଅଯୋଗ୍ୟର ପରିଭାଷାକୁ ନେଇ ମଧ୍ୟ ବିତଣ୍ଡା ଯୁକ୍ତି କରିବାକୁ ପଛାଇ ନାହାନ୍ତି। ଯଦି ଏହି ୩ଲକ୍ଷ ହିତାଧିକାରୀ ଯୋଗ୍ୟ ତା’ହେଲେ ସମ୍ପୃକ୍ତ ହିତାଧିକାରୀଙ୍କୁ ଯୋଜନାର ପରବର୍ତ୍ତୀ କିସ୍ତି ଦେବାରେ ସମସ୍ୟା କେଉଁଠି, କାହିଁକି ସେହି ଅର୍ଥକୁ ସେମାନଙ୍କର ପରିବାରର ସଦସ୍ୟ(ଅନ୍ୟ ହିତାଧିକାରୀ)ଙ୍କ ଆକାଉଣ୍ଟରେ ଆଡଜଷ୍ଟ କରିବାକୁ କୃଷି ବିଭାଗ କହୁଛି।

ତେଣୁ ସରକାରୀ ଯୋଜନାରେ ଏଭଳି ହୀନ ରାଜନୀତିରୁ ବିରତ ରହି ବିଜେଡି ସରକାର ସ୍ପଷ୍ଟ ଆଭିମୁଖ୍ୟ ପୋଷଣ କରିବା ଉଚିତ୍ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe