Advertisment

‘ହୀରାକୁଦ‌କୁ ଜଳ ପ୍ରବେଶ କମିବା ଆରମ୍ଭ କରିଛି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗତକାଲି ଠାରୁ ହୀରାକୁଦ ଡ୍ୟାମ୍‌ର ୪୬ଟି ଗେଟ୍ ଖୋଲା ଯାଇଥିବା ବେଳେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ଆଶ୍ୱସ୍ତିକର ଖବର ଦେଇଛନ୍ତି। ଆଜି ଭୋର ୪ଟା ବେଳୁ ହୀରାକୁଦ ଡ୍ୟାମ୍‌କୁ ଜଳ ପ୍ରବେଶ କମିବା ଆରମ୍ଭ କରିଛି। ଏହା ଆଗକୁ ଆହୁରି କମିବ ବୋଲି ଆଶା କରାଯାଉଥିବା ସେ ଲେଖିଛନ୍ତି। Inflow into Hirakud has started showing a decline from […]

ଅଦ୍ୟତନ ହୋଇଛି
‘ହୀରାକୁଦ‌କୁ ଜଳ ପ୍ରବେଶ କମିବା ଆରମ୍ଭ କରିଛି’

SRC

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗତକାଲି ଠାରୁ ହୀରାକୁଦ ଡ୍ୟାମ୍‌ର ୪୬ଟି ଗେଟ୍ ଖୋଲା ଯାଇଥିବା ବେଳେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ଆଶ୍ୱସ୍ତିକର ଖବର ଦେଇଛନ୍ତି। ଆଜି ଭୋର ୪ଟା ବେଳୁ ହୀରାକୁଦ ଡ୍ୟାମ୍‌କୁ ଜଳ ପ୍ରବେଶ କମିବା ଆରମ୍ଭ କରିଛି। ଏହା ଆଗକୁ ଆହୁରି କମିବ ବୋଲି ଆଶା କରାଯାଉଥିବା ସେ ଲେଖିଛନ୍ତି।

Advertisment


ଏହା ସହିତ ଏସ୍‌ଆର୍‌ସି ଲେଖିଛନ୍ତି ଯେ ମୁଣ୍ଡଳିରେ ସର୍ବାଧିକ ୧୦ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ ବୋଲି ଆଶା କରାଯାଉଛି। ଆସନ୍ତାକାଲି ଅପରାହ୍ଣ ପର୍ଯ୍ୟନ୍ତ ମୁଣ୍ଡଳିରେ ଏହି ସ୍ଥିତି ଜାରି ରହିପାରେ।

Advertisment

ସେହିପରି ଆଜି ସକାଳ ୬ଟା ସୁଦ୍ଧା ମହାନଦୀ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ସମସ୍ତ ପ୍ରମୁଖ ଗଜ୍ ଷ୍ଟେସନ୍‌ (ପାଣି ମାପକ କେନ୍ଦ୍ର)ରେ ବିପଦ ସଂକେତ ତଳେ ପ୍ରବାହିତ ହେଉଥିବା ନେଇ ଏସ୍‌ଆର୍‌ସି ଅନ୍ୟ ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।


ବନ୍ୟାଜଳ ଯୋଗୁ ମହାନଦୀ ଅବବାହିକାରେ ଥିବା ବୌଦ୍ଧ ଜିଲ୍ଲାର ହରଭଙ୍ଗା, ସୁବର୍ଣ୍ଣପୁରର ଉଲୁଣ୍ଡା, ବରଗଡ଼ର ଅମ୍ବାଭୋନା, ଝାରସୁଗୁଡ଼ାର ଲଖନପୁର ଆଦି ବ୍ଲକର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି।

ସେହିପରି ମହନଦୀ ଫୁଲିବା ଯୋଗୁ ଉପକୂଳିଆ ଅଞ୍ଚଳରେ ଚିନ୍ତା ବଢ଼ିଛି।  କଟକ ଜିଲ୍ଲା ବାଙ୍କୀ ବ୍ଲକର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ବାହ୍ୟଜଗତରୁ କଇଁମୁଣ୍ଡି, ଶୁଖୁଆଖେଳା ଏବଂ ବିଲିପଡ଼ା ଅଞ୍ଚଳ ବିଛିନ୍ନ ହୋଇଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe