bls
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବାଲେଶ୍ୱର ଜିଲ୍ଲାରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି। ତେବେ ସରକାର ସମସ୍ତ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି। ୫ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ମହିଳାଙ୍କ ବୟସ ଯଥାକ୍ରମେ ୫୫, ୨୨, ୨୩ ଓ ୨୯ ବର୍ଷ। ଅନ୍ୟ ଜଣେ ଆକ୍ରାନ୍ତ ୨୭ ବର୍ଷୀୟ ଯୁବକ ବୋଲି ଜଣାପଡ଼ିଛି।
ସମସ୍ତ ଆକ୍ରାନ୍ତଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେବାରୁ ସେମାନେ ହୋମ୍ କ୍ୱାରେଣ୍ଟିନ୍ରେ ଥିଲେ। ସେମାନେ ସମସ୍ତେ ବାଲେଶ୍ୱର କଣ୍ଟେନମେଣ୍ଟ ଜୋନ୍ର ବୋଲି ଜଣାଯାଇଛି । ୫ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ଟ୍ୱିଟ୍ ଯୋଗେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୭୨ ଜଣ ଚିକିତ୍ସାଧୀନ ରହିଛନ୍ତି। ୩୫ ଜଣ ସୁସ୍ଥ ହୋଇଛନ୍ତି। ଏହାସହ ଜଣଙ୍କ ମୃତ୍ୟୁ ଘଟିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/04/bls-5677777777.jpg)