ରଥଯାତ୍ରା ବନ୍ଦ ହେଉ କହୁଥିବା ଲୋକେ ଓଡ଼ିଶାର ଶତ୍ରୁ: ଅଫତାବ୍ ହୋସେନ୍‌

ଆଜି ସୁପ୍ରିମକୋର୍ଟରେ ରଥଯାତ୍ରା ଶୁଣାଣି। ପ୍ରଧାନବିଚାରପତି ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କରିବେ ଶୁଣାଣି। ଆବେଦନକାରୀଙ୍କ ମଧ୍ୟରେ ଅଛନ୍ତି ଜନ୍ମରେ ମୁସଲିମ୍ ଅଫତାବ୍‌ ହୋସେନ୍‌। ଜଗନ୍ନାଥ ସଂସ୍କୃତି ପ୍ରତି ସେ କିପରି ଯୋଡ଼ିହେଲେ ଏବଂ ଆଜିର ଆବେଦନରେ କ’ଣ ଦାବି ରଖିଛନ୍ତି। ଏମିତି କିଛି ପ୍ରଶ୍ନକୁ ନେଇ ‘ଓଡ଼ିଶା ରିପୋର୍ଟର’ର ସାକ୍ଷାତକାର। ଓଡ଼ିଶା ରିପୋର୍ଟର- ଆମେ ଜାଣିବାକୁ ପାଇଲୁ ଆପଣ ରଥଯାତ୍ରା ସପକ୍ଷରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏଥିରେ କ’ଣ ଦାବି ରହିଛି ଏବଂ କେବେଠାରୁ […]

jagannath

jagannath

Subrat Kumar Nayak
  • Published: Thursday, 18 June 2020
  • Updated: 18 June 2020, 04:05 PM IST

Sports

Latest News

ଆଜି ସୁପ୍ରିମକୋର୍ଟରେ ରଥଯାତ୍ରା ଶୁଣାଣି। ପ୍ରଧାନବିଚାରପତି ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କରିବେ ଶୁଣାଣି। ଆବେଦନକାରୀଙ୍କ ମଧ୍ୟରେ ଅଛନ୍ତି ଜନ୍ମରେ ମୁସଲିମ୍ ଅଫତାବ୍‌ ହୋସେନ୍‌। ଜଗନ୍ନାଥ ସଂସ୍କୃତି ପ୍ରତି ସେ କିପରି ଯୋଡ଼ିହେଲେ ଏବଂ ଆଜିର ଆବେଦନରେ କ’ଣ ଦାବି ରଖିଛନ୍ତି। ଏମିତି କିଛି ପ୍ରଶ୍ନକୁ ନେଇ ‘ଓଡ଼ିଶା ରିପୋର୍ଟର’ର ସାକ୍ଷାତକାର।

ଓଡ଼ିଶା ରିପୋର୍ଟର- ଆମେ ଜାଣିବାକୁ ପାଇଲୁ ଆପଣ ରଥଯାତ୍ରା ସପକ୍ଷରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏଥିରେ କ’ଣ ଦାବି ରହିଛି ଏବଂ କେବେଠାରୁ ଆବେଦନ ହେଲାଣି?
ଅଫତାବ୍- ମୁଁ ପ୍ରଥମେ ସାଢ଼େ ୪ କୋଟି ଓଡ଼ିଆଙ୍କୁ ନମସ୍କାର କରୁଛି। ମୁଁ କେବେ ମଧ୍ୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇନଥିଲି। ସୁପ୍ରିମକୋର୍ଟ ଦ୍ୱାରସ୍ଥ ହେବାର କାରଣ ଅଛି। ଯେତେବେଳେ କିଛି ବ୍ୟକ୍ତି ବା ମହୋଦୟ ବା ତାଙ୍କ ଅନୁଷ୍ଠାନ ସାମ୍ପ୍ରତିକ କରୋନା ସମୟରେ ରଥଯାତ୍ରା ବନ୍ଦ ପାଇଁ ହାଇକୋର୍ଟ ଗଲେ ମୁଁ କିଛି କହିନଥିଲି। କିନ୍ତୁ ଯେତେବେଳେ ହାଇକୋର୍ଟ କହିଲେ ଆପଣ ହାତୀ ଦ୍ୱାରା ହେଉ ବା ମେସିନ୍‌ ଦ୍ୱାରା ହେଉ ସ୍ୱଳ୍ପ ସେବାୟତରେ ନୀତି କରିପାରିବେ। ରଥଯାତ୍ରା କିପରି ହେବ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର ବୋଲି କୁହାଯାଇଥିଲା। କିନ୍ତୁ ରାଜ୍ୟ ସରକାର ନିଷ୍ପତ୍ତି ନନେଉଣୁ ରାୟକୁ ଅମାନ୍ୟ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ। ସେଇ ସମୟରେ ମୁଁ ରଥଯାତ୍ରା ସପକ୍ଷରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲି।

ଏହି ମାମଲା କିଏ ଲଢ଼ୁଛନ୍ତି ଏବଂ କେବେ ଓ କେଉଁ ବିଚାରପତିଙ୍କ ଖଣ୍ଡପୀଠରେ ଏହା ଶୁଣାଣି ହେବ କିଛି ସୂଚନା ଅଛି?
ଅଫତାବ୍- ପ୍ରଣୟ କୁମାର ମହାପାତ୍ର ମୋ କେଶ ଲଢ଼ୁଛନ୍ତି। ଆଜି ଅର୍ଥାତ ୧୮ ଜୁନ୍‌ରେ ଶୁଣାଣି ହେବ। ଖଣ୍ଡପୀଠରେ ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ୍‌ ଏସ୍‌ଏ ବୋବଡେ, ଜଷ୍ଟିସ୍ ଏଏସ୍‌ ବୋପାନ୍ନା ଏବଂ ଜଷ୍ଟିସ୍‌ ହୃଶିକେଶ ରାୟ ମଧ୍ୟ ଅଛନ୍ତି।

ଏବେ ସମଗ୍ର ବିଶ୍ୱରେ ଧର୍ମାନୁଷ୍ଠାନ ବନ୍ଦ ରହିଛି। ସୀମିତ ଲୋକଙ୍କୁ ନେଇ ପୂଜା ବା ପ୍ରାର୍ଥନା ହେଉଛି। କରୋନା ସମୟରେ ମଧ୍ୟ ରଥଯାତ୍ରା ଉଚିତ ବୋଲି କାହିଁକି ଭାବୁଛନ୍ତି?
ଅଫତାବ୍- ଆମ ଓଡ଼ିଶା ଯଦି ଆଜି ବିଶ୍ୱ ଦରବାରରେ ପରିଚିତ ହୋଇଛି, ତାହା ଏହି ରଥଯାତ୍ରା ନିମନ୍ତେ। ଓଡ଼ିଶା ସାଢ଼େ ୪ କୋଟି ଲୋକଙ୍କର ଯଦି ଏକ ପରିବାର, ଏହାର ମୁଖ୍ୟ ହେଉଛନ୍ତି ମହାପ୍ରଭୂ ଶ୍ରୀଜଗନ୍ନାଥ। ତାଙ୍କ ମୁଣ୍ଡ ନଇଁବା ଆମ ମୁଣ୍ଡ ନଇଁବା ସହ ସମାନ ନୁହେଁ କି? ତାଙ୍କ ଖଞ୍ୟାତି ପାଇଁ ଆମେ ବିନା ଭକ୍ତରେ ମାନ୍ୟବର ସୁପ୍ରିମକୋର୍ଟ ଯାହା ନିର୍ଦ୍ଦେଶ ଦେବେ ଆମେ ପାଳନ କରିବୁ।
ଏହା ପୂର୍ବରୁ ସ୍ନାନଯାତ୍ରା ସମୟରେ ଗଜପତି ମହାରାଜ କଟକଣା ମାନି ଶ୍ରୀନଅରରେ ରହିଲେ। ତାଙ୍କ ପ୍ରତିନିଧି ମୁଦିରସ୍ତ ଛେରାପହଁରା କଲେ। ରାଜା ଯଦି ମାନୁଛନ୍ତି, ପ୍ରଜା ମାନିବାରେ ଅସୁବିଧା କ’ଣ?
ସରକାରଙ୍କ ଗାଇଡଲାଇନ ଅନୁଯାୟୀ, ୧୯ ବର୍ଷରୁ କମ୍ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ବାହାରକୁ ନ ବାହାରିବା ଦରକାର। ତେବେ ଗଜପତି ମହାରାଜ ନବକୋଟି କର୍ଣ୍ଣାଟ ଶ୍ରୀ ଦିବ୍ୟସିଂହ ଦେବ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ହୋଇଥିବାରୁ ବ୍ୟକ୍ତିଗତ ସୁରକ୍ଷା ପାଇଁ ଘରେ ରହିଲେ। ସେଥିରେ କିଛି ବି ତିକ୍ତତା ନାହିଁ। କିନ୍ତୁ ମହାପ୍ରଭୁଙ୍କ ନୀତିରେ କୌଣସି ଅବହେଳା ଆମେ ଦେଖିନେ। ରାତି ଗୋଟାଏରେ ପହଣ୍ଡି ହେବାର ଥିଲା, ସେହି ସମୟରେ ହିଁ ହେଲା। ସ୍ନାନ ମଧ୍ୟ ଯଥା ସମୟର ହେଲା। ନୀତି ଶୃଙ୍ଖଳିତ ଭାବେ କିଛି ସେବାୟତଙ୍କୁ ନେଇ ହୋଇଛି।

ଆମେ ଜଗନ୍ନାଥଙ୍କୁ ଅଧିକ ଆତ୍ମୀୟ ଭାବୁ। ତୁ ବୋଲି କହିବାରୁ କାଳିଆ ଡାକୁ। ତାଙ୍କ ଲୀଳାକୁ ମାନବୀୟ ଲୀଳା କହୁ। ମହାପ୍ରଭୁ କ’ଣ ଚାହୁଁଥିବେ ତାଙ୍କ ପାଇଁ ଏପରି ଏକ ଆୟୋଜନ ହେଉ?
ଅଫତାବ୍- ଆପଣଙ୍କୁ ଗୋଟିଏ ଭଜନ ବାବଦରେ କହୁଛି ଏକା ତୋ ଭକତ ଜୀବନ। ଭକ୍ତ ନାମରେ ତୋର ଶଙ୍ଖ ପଦ୍ମ ଚିହ୍ନ। ଭକ୍ତ ବତ୍ସଳ ଭଗବାନ। ଆମେ ଯେପରି ଭଗବାନଙ୍କ ପାଇଁ ଆତୁର ମହାପ୍ରଭୁ ମଧ୍ୟ ଆମ ପାଇଁ ଆତୁର। ସେ ହାତ ମେଲାଇ ବସିଛନ୍ତି, ଆମକୁ ଡାକୁଛନ୍ତି। ତମେ ଆସ ମୋ ପାଖକୁ। ତେବେ ଏ ଯେଉଁ ବନ୍ଧୁ ବାନ୍ଧବ ସମ୍ପର୍କ ରହିଛି, ବନ୍ଧୁତା ସେଇଠି କାଏମ ରହେ ଯେଉଁଠି ପରସ୍ପର ପରସ୍ପର ପାଖକୁ ଆସିବେ। ମହାପ୍ରଭୁ ତ ସମସ୍ତଙ୍କ ପାଖକୁ ଯାଇପାରିବେନି, ତେଣୁ ସେ ଥରୁଟିଏ ବାହାରକୁ ଆସନ୍ତି ପତିତମାନଙ୍କୁ ଉଦ୍ଧାର କରିବା ପାଇଁ। ଏଠାରେ ଦେଖିବେ ଗଜପତି ମହାରାଜ ଛେରାପହଁରା କରନ୍ତି। ଅର୍ଥାତ ସେ ରାଜାଧିରାଜ ହୋଇ ମଧ୍ୟ ଛେରା ପହଁରା କରିଥା’ନ୍ତି। ଏଠାରେ ଧନୀ ଗରିବର କିଛି କଥା ନାହିଁ। ମୁଁ ଆଗରୁ କହିଛି ସାଢ଼େ ୪ କୋଟି ଓଡ଼ିଆ ଯଦି ପରିବାର ହୁଏ ମହାପ୍ରଭୁ ଏହାର ମୁରବୀ। ଆମେ ଯେପରି ମାନବ, ସେ ମଧ୍ୟ ମାନବୀୟ ଲୀଳା କରୁଛନ୍ତି। ଆମକୁ ଭୋକ ହେବା ପରି ତାଙ୍କୁ ଭୋକ ହୁଏ, ଶୀତ ହେଲେ ଘୋଡ଼ି ହୁଅନ୍ତି। ଗରମ ଦିନେ ଚନ୍ଦନ ଲଗାନ୍ତି ଚାପ ଖେଳିବାକୁ ଯାଆନ୍ତି। ଏସବୁ ମାନବୀୟ ଲୀଳା ନୁହେଁ କି? ଆଉ ଗୋଟେ କରୋନା ବଢ଼ୁଛି... ଆଛା ଧରାଯାଉ ଏଥର କରୋନା ପାଇଁ ରଥଯାତ୍ରା ବନ୍ଦ କରିଦେବେ। ମହାପ୍ରଭୁଙ୍କ ଦୟାରୁ ନହେଉ.. ଯଦି ଶହେ ବର୍ଷ କରୋନା ରହିଲା, କ’ଣ ଶହେବର୍ଷ ରଥଯାତ୍ରା ବନ୍ଦ ହେବ?

ଜନ୍ମରେ ଆପଣ ହିନ୍ଦୁ ନୁହନ୍ତି। ଆପଣଙ୍କୁ ମନ୍ଦିର ଅନୁମତି ମଧ୍ୟ ନଥାଏ। ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି, ଜଗନ୍ନାଥ ସଂସ୍କୃତି ପ୍ରତି ଆକୃଷ୍ଟ ହେଲେ କେମିତି?
ଅଫତାବ୍- ଆପଣଙ୍କୁ ଗୋଟିଏ ଉଦାହରଣ ଦେବି ଗୋଟିଏ ପୋଖରୀ ଅଛି। ପୋଖରୀ ଭିତରେ ଜଳ, ଚାରିପଟେ ପାହାଚ। ମୁଁ ମୁସିଲିମ୍ ବୋଲି ଗୋଟିଏ ପାହାଚରେ, ଆପଣ ହିନ୍ଦୁ ବୋଲି ଗୋଟିଏ ପାହାଚରେ, ଗୋଟିଏ ଇସାଇ ଏବଂ ଗୋଟିଏ ଜୈନ। କିନ୍ତୁ ପୋଖରୀରେ ପାଣି ଗୋଟିଏ। ଗୋଟିଏ ପାଣିକୁ ଆସ୍ୱାଦନ କଲେ। ତେଣୁ ଭଗବାନ ବାଣ୍ଟି ହୋଇନାହାନ୍ତି କି ଭଗବାନ କେବେ କହିନାହାନ୍ତି ଆମେ ଦି’ଟା ଆମେ ଚାରି ଟା। ଆମେ ମଣିଷମାନେ ବାଣ୍ଟିଛେ ଭଗବାନଙ୍କୁ ତୁମେ ଆଲ୍ଲା, ତୁମେ ଭଗବାନ ଏବଂ ତୁମେ ଜଗନ୍ନାଥ। ଆଉ ମୁଁ ମୁସଲିମ ହୋଇ ଜଗନ୍ନାଥଙ୍କ ସହ ଯୋଡ଼ି ହେବା କଥା ଆସିଲେ, ଜଗନ୍ନାଥ କେବେ କହିନାହାନ୍ତି ମୁଁ ହିନ୍ଦୁନାଥ। ବଦରିରେ ବଦ୍ରିନାଥ, ଦ୍ୱାରକାରେ ଦ୍ୱାରକାନାଥ ଏବଂ ଏ ପୁରୀଧାମ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ହେଉଛନ୍ତି ଜଗତର ନାଥ। ଜଗତ କହିଲେ ସନାତନ ଯାଉଛନ୍ତି, ମୁସଲିମ ବି ଯାଉଛନ୍ତି। ମଣିଷ, ପଶୁ, କୀଟ ପତଙ୍ଗଠାରୁ ଆରମ୍ଭ କରି ବୃକ୍ଷଲତା ପର୍ଯ୍ୟନ୍ତ।

ନିର୍ଦ୍ଦିଷ୍ଟ ଭାବେ କ’ଣ ଦାବି ରହିଛି? ଏଥର ରଥଯାତ୍ରା ହେଲେ ମହାପ୍ରଭୁଙ୍କୁ ଟିଭିରେ ହିଁ ଦେଖିହେବ ଭକ୍ତଙ୍କ ମନରେ ରହିଯିବ ସିଧା ସ୍ୱଚକ୍ଷୁ ଦର୍ଶନ କରିଥା’ନ୍ତେ?
ଅଫତାବ୍- ଆମେ ଭଗବାନଙ୍କୁ ନଦେଖିଲେ କ’ଣ ହେବ? ତାଙ୍କର ପରା ଚକା ଆଖି ବଡ଼ ବଡ଼ କରି ଆମକୁ ଦେଖୁଛନ୍ତି। ସିଏ ଆମକୁ ଦେଖିବେ। ଏବେ ଅଣସର ପାଇଁ ମନ୍ଦିର ବନ୍ଦ ଅଛି। ଆମେ ତାଙ୍କୁ ଦେଖିପାରୁନେ, କିନ୍ତୁ ସେ ଆମକୁ ଦେଖୁଛନ୍ତି ନା। ଆମର ଦାବି ହେଲା ସ୍ୱଳ୍ପ ସେବାୟତଙ୍କୁ ନେଇ ରଥଯାତ୍ରା ହେଉ। ଏଥିରେ ବୟସ୍କ ସେବାୟତ ବା କୁନି ସେବାୟତଙ୍କ କଥା ଉଠୁନି। ପ୍ରଶାସନକୁ ସେବାୟତଙ୍କ ତାଲିକା ମଧ୍ୟ ଦିଆଯାଇଛି। ସେହି ନିର୍ଦ୍ଦିଷ୍ଟ ବୟସ ବର୍ଗର ସେବାୟତଙ୍କ ଦ୍ୱାରା ଯାହା ନୀତି ତାହା ଶୃଙ୍ଖଳିତ ଭାବେ ସମ୍ପନ୍ନ ହେଉ। ଅନ୍ୟପକ୍ଷରେ ୭୦-୮୦ ବର୍ଷ ତଳେ ରଥଯାତ୍ରାରେ ଲୋକ ହେଉନଥିଲେ, ହାତୀ ହିଁ ରଥ ଟାଣୁଥିଲେ। ଏବେ ହେଲେ ଭଲ ହେବ, କିନ୍ତୁ ତାହା ପଶୁଙ୍କ ପ୍ରତି ହିଂସ୍ର ଭାବନା ହେବ। ଆନିମଲ ଆବ୍ୟୁଜ୍ କଥା ଉଠିବ। କିନ୍ତୁ ମେସିନ୍‌ ଦ୍ୱାରା ଟାଣିବା ମୋ ପକ୍ଷେ ଗ୍ରହଣୀୟ ନୁହେଁ। ପଶୁ ଦ୍ୱାରା ହୋଇପାରିବ ଯଦି କେହି ବିରୋଧ ନ କରନ୍ତି। ଏସବୁ ପରେ ସର୍ବୋଚ୍ଚ ନ୍ୟାୟାଳୟ ଯାହା ନିଷ୍ପତ୍ତି ନେବେ ତାହା ଗ୍ରହଣ ଯୋଗ୍ୟ। ସରକାର ସାମାଜିକ ଦୂରତା ରଖି ଯଦି ବନ୍ଦେ ଉତ୍କଳ ଜନନୀ ଗାନ କରିପାରୁଛନ୍ତି, ପୁଲିସ୍‌ ବା ସେନାରକ୍ଷୀମାନଙ୍କୁ ନେଇ ରଥଯାତ୍ରା କରାଯାଇପାରେ। ଏସବୁ ବିକଳ୍ପ ରହିଛି। କିନ୍ତୁ ସୁପ୍ରିମକୋର୍ଟ ଯାହା କହିଲେ ଆମେ ସେଥିରେ ଖୁସି।

ସ୍ନାନଯାତ୍ରା ଯେପରି ଭାବେ ହେଲା, ରଥଯାତ୍ରା ପ୍ରତୀକାତ୍ମକ ଭାବେ ବା ଅନ୍ୟ ପ୍ରକାରେ କରିବାର କିଛି ବିକଳ୍ପ ରହିଛି କି?
ଆଜି କାଲି ଜନ୍ମ ଦିନ ପାଳନ କଲେ ଦୀପଟିଏ ଜାଳିଦେଇ ବସିଯାଉଛି କି? ଏଥିପାଇଁ କେକ୍ ଆସିବ ମହମବତୀ ପୋତାହେବ। ସିଏ ଗୋଟେ ଚାଲିଲାଣି। କିନ୍ତୁ ଓଡ଼ିଶାର ଟେକ ମହାପ୍ରଭୁ। ଏଠାକାର କଳା ସ୍ଥାପତ୍ୟ, ଲିଙ୍ଗରାଜ ଏବଂ ଜଗନ୍ନାଥଙ୍କ ପାଇଁ ଏ ପ୍ରସିଦ୍ଧି। ଆଉ ରହିଲା ସ୍ନାନଯାତ୍ରା କଥା। ନୀତି ବିଳମ୍ବିତ ହେଉଥିବାରୁ ହିଁ ଅଣସର ୧୫ ଦିନ ବଦଳରେ ୧୪ ଦିନ ହେଇଥାଏ। କିନ୍ତୁ ଏଥର ଭକ୍ତ ଆସିବାର ନଥିବାରୁ ଶୃଙ୍ଖଳିତ ଭାବେ ଭୋରୁ ଭୋରୁ ନୀତି କରାଗଲା। ୨୦୧୧ ମସିହାରେ ମଧ୍ୟ ଗ୍ରହଣ ଥିବାରୁ ଏପରି କରାଯାଇଥିଲା।

ପୂର୍ବରୁ କେବେ ରଥଯାତ୍ରା ବନ୍ଦ ହେବାର ଉଦାହରଣ ଅଛି?
ଅଫତାବ୍- ନଅଙ୍କ ଦୁର୍ଭିକ୍ଷ ସମୟରେ ମଧ୍ୟ ରଥଯାତ୍ରା ହୋଇଛି। ରଥଯାତ୍ରା ସେତେବେଳେ ବନ୍ଦ ହେଇଛି ଯେତେବେଳେ ମହାପ୍ରଭୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି (ପାତାଳି)। ମହାପ୍ରଭୁ ସବୁ ଦେଖୁଛନ୍ତି। ଆମେ ପୂର୍ବରୁ ମଧ୍ୟ ଶୁଣିଛେ.. ଦୋଳେଚ ଦୋଳ ଗୋବିନ୍ଦ, ଚାପେଚ ମଧୁସୁଦନମ୍ । ରଥେତୁ ବାମହଂ ଦୃଷ୍ଟ୍ୱା , ପୁନର୍ଜନ୍ମ ନ ବିଦ୍ୟତେ । ଏହି ଶ୍ଲୋକକୁ ଅର୍ଥ କଲେ, ମହାପ୍ରଭୁ ଯଦି ବଡ଼ ଦାଣ୍ଡକୁ ଆସିବେ, ମୁଁ ଅନ୍ଧ ଭାବେ କହୁନି.. କରୋନାର ପ୍ରଭାବ ମଧ୍ୟ କମିଯାଇପାରେ। ମହାପ୍ରଭୁଙ୍କ ଇଛା ନଥିଲେ ଏତେ ଲୀଳା କରନ୍ତେନି। ସେ ଦୁଇ ବର୍ଷର ପିଲା ପରି, ଯାହା ଚାହିଁବେ ତାହା ହେବ। କିଛି କହୁଥିଲେ ସ୍ନାନଯାତ୍ରା ହେବନି। କିନ୍ତୁ ନୀତି ସିଧାସଳଖ ଭାବେ ଭଲରେ ହେଲା। ସେମିତି ହଠାତ ନିର୍ଦ୍ଦେଶ ଆସିବ ରଥ ଚାଲିବ, କେହି ଅଟକାଇପାରିବେନି। ଯେଉଁ ବ୍ୟକ୍ତିତ୍ୱମାନେ ରଥଯାତ୍ରା ବନ୍ଦ ସପକ୍ଷରେ ମତ ଦେଉଛନ୍ତି, ମୁଁ ସେମାନଙ୍କୁ ଗୋଟେ କଥା କହିବି ଏଥିରେ ଓଡ଼ିଆଙ୍କ ମାନହାନି ହେଉଛି ଏବଂ ଓଡ଼ିଆର ଶତ୍ରୁ ସେମାନେ।

ସେମାନେ ଏମିତି କ’ଣ କହିଦେଲେ ଯେ ସେମାନଙ୍କୁ ଓଡ଼ିଆ ବା ଓଡ଼ିଶାର ଶତ୍ରୁ କହୁଛନ୍ତି?
ଅଫତାବ୍- ଆଜି ଯଦି ସେ ବିଶ୍ୱ ଦରବାରରେ ପରିଚିତ ହୋଇଥା’ନ୍ତି ବା ତାଙ୍କ ଅନୁଷ୍ଠାନ କେଉଁଠି ପରିଚିତ ହୋଇଥାଏ ତାହା ମହାପ୍ରଭୁଙ୍କୁ ନେଇ। ଯେତେବେଳେ ମହାପ୍ରଭୁଙ୍କ ପ୍ରସଙ୍ଗ ଉଠିଛି, ତାଙ୍କ ମନରେ କ’ଣ ଚାଲିଛି ତ ମୁଁ ଜାଣିନି। କିନ୍ତୁ ଏହା ଠିକ ନୁହେଁ। ଆପଣଙ୍କ ବାପାଙ୍କୁ କେହି ଶୋଧିବ ଆପଣଙ୍କୁ ଭାରି ଭଲ ଲାଗିବ? ଓଡ଼ିଆ ଭାବେ ମୁଁ ଗର୍ବିତ ଯେ ମହାପ୍ରଭୁଙ୍କ ସପକ୍ଷରେ ମୁଁ ସ୍ୱର ଉତ୍ତୋଳନ କରୁଛି। ଯେବେ ମଧ୍ୟ ମହାପ୍ରଭୁଙ୍କ ନୀତିକାନ୍ତିରେ ଭୁଲ ହୁଏ ବା ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୁଏ ମୁଁ ସ୍ୱର ଉତ୍ତୋଳନ କରୁଥିବି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story