Advertisment

ଜଗୁଆଳି କହିଲେ-ଘଟଣା ଦିନ ଜିଲ୍ଲାପାଳ ଉପସ୍ଥିତ ଥିଲେ

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ  ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ନୂଆ ନୂଆ ଖିଅ ପାଉଛି କ୍ରାଇମ୍‌ବ୍ରାଞ୍ଚ। ଆଜି ଜେରା ବେଳେ ଜଗୁଆଳି ସନ୍ତୋଷ ବିଶ୍ୱାଳ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଘଟଣା ଦିନ ଜିଲ୍ଲାପାଳ ଉପସ୍ଥିତ ଥିଲେ ବୋଲି କହିଛନ୍ତି  ଜଗୁଆଳି। ଜିଲ୍ଲାପାଳଙ୍କୁ ପଚରାଉଚରା କରାଯିବ କି ପ୍ରଶ୍ନରେ ସେ କଥା ସମୟ କହିବ ବୋଲି କ୍ରାଇମବ୍ରାଞ୍ଚର DSP ଜ୍ଞାନରଂଜନ ମିଶ୍ର କହିଛନ୍ତି। ଆବଶ୍ୟକତା ଅନୁସାରେ ସେ ନେଇ ବିଚାର କରାଯିବ କହିଛନ୍ତି DSP। […]

author-image
Tapas Behera
ଅଦ୍ୟତନ ହୋଇଛି
ସଂଧ୍ୟାରେ ତହସିଲଦାରଙ୍କ ପାଳି

Soumaya

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ  ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ନୂଆ ନୂଆ ଖିଅ ପାଉଛି କ୍ରାଇମ୍‌ବ୍ରାଞ୍ଚ। ଆଜି ଜେରା ବେଳେ ଜଗୁଆଳି ସନ୍ତୋଷ ବିଶ୍ୱାଳ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଘଟଣା ଦିନ ଜିଲ୍ଲାପାଳ ଉପସ୍ଥିତ ଥିଲେ ବୋଲି କହିଛନ୍ତି  ଜଗୁଆଳି। ଜିଲ୍ଲାପାଳଙ୍କୁ ପଚରାଉଚରା କରାଯିବ କି ପ୍ରଶ୍ନରେ ସେ କଥା ସମୟ କହିବ ବୋଲି କ୍ରାଇମବ୍ରାଞ୍ଚର DSP ଜ୍ଞାନରଂଜନ ମିଶ୍ର କହିଛନ୍ତି। ଆବଶ୍ୟକତା ଅନୁସାରେ ସେ ନେଇ ବିଚାର କରାଯିବ କହିଛନ୍ତି DSP। ଆଜି ଜଗୁଆଳି ସହ ଜଣେ ମାଳିଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ।  ଜଗୁଆଳି ସନ୍ତୋଷ ବିଶ୍ୱାଳ ଉଭୟ ସେଠାକାର ଡିଏଫଓଙ୍କ ଅଫିସ୍‌ ଓ କ୍ୱାର୍ଟର ସାମ୍ନାରେ ଡ୍ୟୁଟି କରନ୍ତି। ଅଫିସ୍‌ ଏବଂ କ୍ୱାର୍ଟର ଗୋଟିଏ ପ୍ରେମିଶେସ୍‌ରେ ରହିଛି।  ଗତକାଲି ୬ ଜଣଙ୍କୁ ଡକାଯାଇଥିଲା ।

Advertisment

ଗତକାଲି ମାମଲାରେ ସୌମ୍ୟଙ୍କ ଦୁଇ ସହକର୍ମୀ ଏସିସିଏଫଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ଲଗାତର ୪ ଘଣ୍ଟା ଧରି ପଚରାଉଚରା କରିଛି କ୍ରାଇମବ୍ରାଞ୍ଚର ଟିମ । ୪ ଘଣ୍ଟାର ଜେରା ପରେ ବାହାରିଥିଲେ ଦୁଇ ଏସିଏଫ୍  ସୌମ୍ୟଙ୍କ ଦୁଇ ସହକର୍ମୀ ଏସିଏଫଙ୍କ ସହ ରୋଷେୟା ମନ୍ମଥ କୁମ୍ଭ ଏବେଂ ଅନ୍ୟ ୩ ଫରେଷ୍ଟରଙ୍କୁ ଜେରା ପାଇଁ ଡାକିଥିଲା କ୍ରାଇମବ୍ରାଞ୍ଚ ।

ଅପରାହ୍ନରେ ଅନ୍ୟ ୪ ଜଣଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ତଦନ୍ତ ନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍ପି ଜ୍ଞାନରଂଜନ ମିଶ୍ର। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ସଂପୃକ୍ତ ରୋଷେୟାଙ୍କ ବିରୋଧରେ ହତ୍ୟା ସହ ଅପରାଧିକ ଷଡ଼ଯନ୍ତ୍ର ଭଳି ସଂଗୀନ ଦଫା ଲାଗିଛି।  ଏମାନଙ୍କ ବିରୋଧରେ ସୌମ୍ୟଙ୍କ ପରିବାର ଲୋକେ ବି ସିଧା ଅଭିଯୋଗ କରୁଛନ୍ତି ।  ସଂପୃକ୍ତ ରୋଷେୟା ଏହି ମାମଲାର ଅନ୍ୟତମ ପ୍ରତ୍ୟକ୍ଷଦର୍ଶୀ ବୋଲି କୁହାଯାଉଛି।  ତେଣୁ ଘଟଣା ଦିନ ରାତିରେ କେମିତି ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିଲା ଓ ସେ କଣ ଦେଖିଥିଲେ ଏ ସଂପର୍କରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଜେରା କରାଯାଇଥିବା ଜଣାପଡିଛି । ଅପର ପକ୍ଷରେ ପୁରା ତଦନ୍ତ ଦାୟିତ୍ୱ ଭାର ନେଇଥିବା କ୍ରାଇମବ୍ରାଞ୍ଚ ଡିଏଫ୍ଓ ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ମଧ୍ୟ ପୁଣି ଥରେ ପଚରା ଉଚରା କରିବ ବୋଲି ଜଣାପଡ଼ିଛି ।

Advertisment
ACFO Death