ମମିତା ହତ୍ୟା ମାମଲାର ତଦନ୍ତ ଅବହେଳାକୁ ଖଣ୍ଡନ କଲେ ଡିଆଇଜି

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ମହାଲିଙ୍ଗ ସନ୍‌ସାଇନ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ମମିତା ହତ୍ୟା ନେଇ ଅକ୍ଟୋବର ୧୩ ତାରିଖରେ ଏତଲା ହୋଇଥିଲା। ହେଲେ ବଙ୍ଗମୁଣ୍ଡା କୋର୍ଟକୁ ଏହି ମାମଲା ୧୬ ତାରିଖରେ ଯାଇଥିଲା। ଏଥିପାଇଁ ୩ ଦିନ କାହିଁକି ଲାଗିଲା ବୋଲି ବିଜୟ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଦେଇଛନ୍ତି। ଉଦ୍ଦେଶ୍ୟମୂଳକ […]

Sambalpur

Sambalpur

Manoranjan Sial
  • Published: Saturday, 13 November 2021
  • Updated: 13 November 2021, 09:13 PM IST

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ମହାଲିଙ୍ଗ ସନ୍‌ସାଇନ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ମମିତା ହତ୍ୟା ନେଇ ଅକ୍ଟୋବର ୧୩ ତାରିଖରେ ଏତଲା ହୋଇଥିଲା। ହେଲେ ବଙ୍ଗମୁଣ୍ଡା କୋର୍ଟକୁ ଏହି ମାମଲା ୧୬ ତାରିଖରେ ଯାଇଥିଲା। ଏଥିପାଇଁ ୩ ଦିନ କାହିଁକି ଲାଗିଲା ବୋଲି ବିଜୟ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଦେଇଛନ୍ତି।

ଉଦ୍ଦେଶ୍ୟମୂଳକ ଭାବେ ତଦନ୍ତରେ ଅବହେଳା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡିଆଇଜି ଦୀପକ କୁମାର। ସେ କହିଛନ୍ତି, ଦାୟିତ୍ୱର ସହ ସଠିକ ଭାବେ ମାମଲାର ତଦନ୍ତ କରାଯାଉଛି। ମାମଲାରେ ଏଯାବତ ୧୦ ଜଣ ସାକ୍ଷୀଙ୍କର ୧୬୧ ବୟାନ ରେକର୍ଡ ହୋଇଛି। କୋର୍ଟଙ୍କୁ ଏଫଆଇର ପ୍ରଦାନ କରାଯିବାରେ ଆଦୌ ବିଳମ୍ବ ହୋଇନାହିଁ। ୧୩, ୧୪ ଓ ୧୫ ତାରିଖ ଛୁଟି ପଡ଼ିଥିବାରୁ ୧୬ ତାରିଖରେ କେସ୍‌ ଡାଏରୀ ଦିଆଯାଇଥିଲା ବୋଲି ଡିଆଇଜି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଗତ ଅକ୍ଟୋବର ୧୩ ତାରିଖରେ ଥାନାରେ ଏତଲା ରୁଜୁ କରାଯାଇଥିଲା। ଏହି ଏତଲାକୁ ୨୪ ଘଣ୍ଟା ଭିତରେ ସିସିଟିଏନ୍‌ଏସ୍‌ରେ ଅପଲୋଡ୍‌ କରାଯାଇଥିଲା। ପୁଲିସ ପେଷାଗତ ଭାବେ ସମସ୍ତ ସାଇଣ୍ଟିଫିକ, ଟେକ୍ନିକାଲ, ଫୋରେନ୍ସିକ ତଥ୍ୟକୁ ଆଧାର କରି ତଦନ୍ତ କରୁଛି ବୋଲି ଡିଆଇଜି ଦୀପକ କୁମାର କହିଛନ୍ତି।

ଆଜି ସକାଳେ ପୁଲିସ୍‌ର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର। ସେ କହିଥିଲେ, ମମିତା ହଷ୍ଟେଲରେ ରହୁଥିଲେ। ସେଠାରେ ସେକ୍ସ ରାକେଟ୍‌ ଚାଲିଥିବା କେସ୍‌ ଡାଏରୀରେ ଉଲ୍ଲେଖ ଥିବା ବିଜୟ ଅଭିଯୋଗ କରିଥିଲେ। ଯାହାକୁ ମମିତା ପ୍ରତିବାଦ କରୁଥିଲେ। ତେବେ କେସ୍‌ ଡାଏରୀରେ ଗୋବିନ୍ଦ ବିଷୟରେ ବିଶେଷ କିଛି ଉଲ୍ଲେଖ ନାହିଁ। ଏଥିରୁ କେସ୍‌କୁ ଦୁର୍ବଳ କରି ଗୋବିନ୍ଦ ସାହୁକୁ ପୁଲିସ୍‌ ଖସାଇବାକୁ ଷଡଯନ୍ତ୍ର କରୁଥିବା ଜଣାପଡୁଛି ବୋଲି ବିଜୟ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story