paradip1
ପାରାଦୀପ: ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଆଜି ଜଗତସିଂହପୁରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରୁଟ୍ ପୋଲିସ ଛାଉଁଣିରେ ପରିଣତ ହୋଇଥିଲା। ଆଉ ଆଇଓସିଏଲ ଲୋକାର୍ପଣ ସ୍ଥଳରେ ମଧ୍ୟ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏହା ସତ୍ତ୍ୱେ ବିଶୃଙ୍ଖଳିତ ଲୋକଙ୍କୁ କାବୁ କରିବାକୁ ପୋଲିସ ସକ୍ଷମ ହୋଇ ନ ଥିଲା। ନିୟୋଜିତ ସୁରକ୍ଷା କର୍ମୀଙ୍କୁ ଧକ୍କା ମାରି ବହୁ ଲୋକ ସଭା ସ୍ଥଳକୁ ଧସେଇ ପଶିଥିଲେ ମଧ୍ୟ ପୋଲିସ କିଛି କରିପାରି ନ ଥିଲା।
ପୋଲିସର ବାରଣ ସତ୍ତ୍ୱେ ଉଭୟ ବିଜେପି ଓ ବିଜେଡି କର୍ମୀ ସଭା ସ୍ଥଳକୁ ଧସେଇ ପଶିଥିଲେ। ଏହାକୁ ନେଇ ସଭାସ୍ଥଳରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣା ପାଇଁ ଉଭୟ ବିଜେଡି ଓ ବିଜେପି ପରସ୍ପରକୁ ଦୋଷାରୋପ କରୁଛନ୍ତି।/odisha-reporter/media/post_attachments/wp-content/uploads/2016/02/paradip1.jpg)
ଅନ୍ୟପକ୍ଷେ, ପିପିଲି ପରି କୌଣସି ଘଟଣା ଯେପରି ନ ଘଟେ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଇଥିଲା। ଲୋକମାନଙ୍କୁ ତନ ତନ କରି ଯାଞ୍ଚ କରାଯାଇ ସଭା ସ୍ଥଳକୁ ଛଡା ଯାଇଥିଲା। କୌଣସି ଦଳର କର୍ମୀଙ୍କୁ ପତାକା ନେଇ ସଭାସ୍ଥଳକୁ ଯିବାକୁ ଅନୁମତି ଦିଆଯାଇ ନ ଥିଲା। ସଭାସ୍ଥଳକୁ ପ୍ରବେଶ ପଥରେ ହିଁ କର୍ମୀମାନଙ୍କ ପାଖରୁ ପତାକା ପୋଲିସ ନେଇଯାଇଥିଲା। ଏହାସତ୍ତ୍ୱେ ସଭାସ୍ଥଳରେ କିଛି କର୍ମୀ ପତାକା ଉଡାଉ ଥିବା ଦେଖିବାକୁ ମିଳିଥିଲା। ଯାହା ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି।
ବିଜେପି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି, ବିଜୁ ଜନତା ଦଳ ବହୁ ଅସହିଷ୍ଣୁ ହୋଇପଡିଛି ଗତ ରାତିରୁ। ବିଜେଡି ପକ୍ଷରୁ ରାସ୍ତା ରୋକ କରାଯାଇଥିଲା। ଭାରତୀୟ ଜନତା ପାର୍ଟିର ଯେଉଁ ସମର୍ଥକ ଆସିଥିଲେ ସେମାନଙ୍କୁ ରୋକା ଯାଇଥିଲା।
ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି, ବିଜେପିର ଲୋକ ନାହାନ୍ତି। ବିଜେପି ମିଥ୍ୟା ଉପରେ ନିର୍ଭର କରୁଛନ୍ତି। ଆମ ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ବିଜେପି ଦଳ ପକ୍ଷରୁ ମାଡ ମରାଯାଇଛି। କେବଳ ତାଟିଆ କାମୁଡିବା ପରି ହେଉଛନ୍ତି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷେ ସଭାସ୍ଥଳକୁ ସବୁଜ ଓ ଗେରୁଆ କରିବାକୁ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ଦେଖିବାକୁ ମିଳିଥିଲା। ଦଳ ଦଳ ହୋଇ ପ୍ରବେଶ କରୁଥିଲେ ସବୁଜ ବାହୀନ। ବିଜେପି ବି ପଛରେ ପଡି ନ ଥିଲା। ହାତରେ ମୋଦି ପୋଷ୍ଟର ଓ ଦଳୀୟ ପତାକା ଧରି ସଭାସ୍ଥଳକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ପୋଲିସ ସଭାସ୍ଥଳକୁ ପୋଷ୍ଟର ବ୍ୟାନର ନେବାକୁ ଦେଇ ନ ଥିଲା। ହେଲେ ସବୁଜ ଓ ଗେରୁଆ ପୋଷାକ ପିନ୍ଧିଥିବା ମହିଳା ପୁରୁଷମାନଙ୍କୁ ଅଟକାଇ ପାରି ନ ଥିଲା।
ମୋଦି ଭାଷଣ ଦେବା ବେଳେ ମୋଦି ମୋଦିରେ ସଭାସ୍ଥଳ ପ୍ରକମ୍ପିତ ହୋଇଥିଲା। ସେହିପରି ନବୀନ ଉଦ୍ବୋଧନ ଦେବା ବେଳେ ନବୀନ ନବୀନ ନାରା ଶୁଣିବାକୁ ମିଳିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/02/paradip11.jpg)