Advertisment

ପରଲୋକରେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାରେ ଆକ୍ରାନ୍ତ ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ ହୋଇଯାଇଛି। କୋଲକାତାର ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଶୁକ୍ରବାର ରାତି ୧୦ଟା ୧୫ ମିନିଟ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା। କରୋନାରେ ଆକ୍ରାନ୍ତ ହେବା ପରେ କଟକର ଏକ ଘରୋଇ ହସ୍ପିଟାଲରେ ଦେବାଶିଷଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା ଓ ଇକ୍‌ମୋ […]

ଅଦ୍ୟତନ ହୋଇଛି
ପରଲୋକରେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ

debasih

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାରେ ଆକ୍ରାନ୍ତ ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ ହୋଇଯାଇଛି। କୋଲକାତାର ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଶୁକ୍ରବାର ରାତି ୧୦ଟା ୧୫ ମିନିଟ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା।

Advertisment

କରୋନାରେ ଆକ୍ରାନ୍ତ ହେବା ପରେ କଟକର ଏକ ଘରୋଇ ହସ୍ପିଟାଲରେ ଦେବାଶିଷଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା ଓ ଇକ୍‌ମୋ ଚିକିତ୍ସା ଆବଶ୍ୟକ ହୋଇଥିଲା। ତେଣୁ ଜୁନ୍ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱରରୁ କୋଲକାତା ନିଆଯାଇଥିଲା। ଚାରିଦିନ ତଳେ ତାଙ୍କ ରକ୍ତ ସଂକ୍ରମଣ ବଢ଼ି ଯାଇଥିଲା। ଡାଏଲିସିସ କରାଯିବାରୁ ରକ୍ତରେ ଅଙ୍ଗାରକାମ୍ଳ ପରିମାଣ ବହୁ ମାତ୍ରାରେ ବଢ଼ି ଯାଇଥିବା ଜଣାପଡ଼ିଥିଲା ଏହାପରେ ଇକମୋ ସାହାଯ୍ୟରେ ଅମ୍ଳଜାନ ଦେଇ ଅଙ୍ଗରକାମ୍ଳ ବାହାର କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ତାହା ବିଫଳ ହୋଇଥିଲା।

ଗୁରୁବାର ଦିନ ରାତିରେ ଦେବାଶିଷଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଟିକିଏ ସୁଧାର ଆସିଥିଲା ଏହି ସମୟରେ ଡାକ୍ତର କିଛି ପଚାରିବାରୁ ସେ ମୁଣ୍ଡ ହଲାଇ ଉତ୍ତର ଦେଇଥିଲେ। ହେଲେ ଆଜି ତାଙ୍କ ଅବସ୍ଥା ବିଗିଡ଼ିଥିଲା। ଶେଷରେ ରାତି ୧୦ଟା ୧୫ବେଳେ ତାଙ୍କର ଦେହାନ୍ତ ହୋଇଥିଲା।

Advertisment

ଦେବାଶିଷଙ୍କ ପରିବାର ଲୋକେ କଟକରେ ଥିବାରୁ ମର ଶରୀରକୁ ଓଡ଼ିଶା ଅଣାଯିବ କି ନାହିଁ ଓ ଯଦି ଅଣାଯିବ କେଉଁଠାରେ ଅନ୍ତିମ ସଂସ୍କାର କରାଯିବ, ସେନେଇ କିଛି ସ୍ପଷ୍ଟ ହୋଇନାହିଁ। କୋଭିଡ୍ ପ୍ରୋଟକଲ୍ ଥିବାରୁ କିପରି ଅନ୍ତିମ ସଂସ୍କାର କରାଯିବ ସେନେଇ ସ୍ପଷ୍ଟ ଜଣାପଡ଼ିନି। ସୂଚନାଯୋଗ୍ୟ, ୧୯୯୧ ବ୍ୟାଚର ଏହି ଆଇପିଏସ ଅଫିସର ଦୁଇଟି ଟିକା ନେଇ ସାରିଥିଲେ। ହେଲେ ମେ’ ମାସରେ କରୋନାରେ ସଂକ୍ରମିତ ହୋଇଥିଲେ।

ସାହିତ୍ୟ ସାଧନା କରୁଥିଲେ ଦେବାଶିଷ

୧୯୬୫ ଅଗଷ୍ଟ ୨୯ରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବା ଦେବାଶିଷ ଜଣେ ଦକ୍ଷ ପ୍ରଶାସକ ସହ ସୁସାହିତ୍ୟିକ ଓ ଦ୍ୱିଭାଷୀ ଲେଖକ ମଧ୍ୟ ଥିଲେ। ରେଭେନ୍ସା କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ଓ ବାଣୀବିହାରରୁ ପିଜି କରିବା ପରେ ୧୯୯୧ରେ ଭାରତୀୟ ପୁଲିସ ସେବାରେ ଯୋଗ ଦେଇଥିଲେ। ଚାକିରୀ ଜୀବନ କାଳରେ କେନ୍ଦୁଝର, ଭୁବନେଶ୍ୱର, ପୁରୀ, ଗଞ୍ଜାମ ଓ କଟକର ଏସ୍‌ପି ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାସହ ଡିଆଇଜି, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ, ଆଇଜି (ଆଧୁନିକୀକରଣ), ଆଇଜି (କାର୍ମିକ) ଓ ଏଡିଜି (କାର୍ମିକ) ପଦରେ କାମ କରିବା ପରେ ୨୦୧୭ରୁ ଭିଜିଲାନ୍ସର ନିର୍ଦ୍ଦେଶକ ଥିଲେ।

ପୁଲିସ ବିଭାଗରେ କାର୍ଯ୍ୟ କରିବା ସହିତ ସାହିତ୍ୟରେ ତାଙ୍କର ସ୍ୱତନ୍ତ୍ର ରୁଚି ଥିଲା ସେ ଜଣେ ଭଲ ଦ୍ୱିଭାଷୀ ସାହିତ୍ୟିକ ଥିଲେ। ଉଭୟ ଇଂରାଜୀ ଓ ଓଡ଼ିଆରେ ତାଙ୍କର ୯ଟି କ୍ଷୁଦ୍ରଗଳ୍ପ ସଂକଳନ ରହିଛି। ସେ ୭ଟି ଉପନ୍ୟାସ ଓ ଗୀତି କବିତା ବି ରଚନା କରିଛନ୍ତି। ତାଙ୍କର କ୍ଷୁଦ୍ର ଗଳ୍ପ ଇଂରାଜୀ, ହିନ୍ଦୀ, ବଙ୍ଗଳା, ତେଲୁଗୁ ଓ କନ୍ନଡ଼ ଭାଷାରେ ଅନୁବାଦ ହୋଇଛି। ୨୦୦୨ରେ କ୍ଷୁଦ୍ରଗଳ୍ପ ପାଇଁ ସେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। କେବଳ ସେତିକି ନୁହେଁ, ପ୍ରକାଶକ ବନୋଜ ତ୍ରିପାଠୀଙ୍କ ସହ ମିଶି ଓଡ଼ିଆ ଲିଟରେଚର ଫେଷ୍ଟିଭାଲର ଆରମ୍ଭ କରିଥିଲେ ଦେବାଶିଷ।

ବିଭିନ୍ନ ମହଲରେ ଶୋକ

ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା,ଖାଉଟି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ପୁଲିସ୍ ଡିଜି ପ୍ରକାଶ ମିଶ୍ର, ଏସ୍‌ଆର୍‌ସି ପ୍ରଦୀପ ଜେନା, ପୁଲିସ୍ ମହାନିର୍ଦ୍ଦେଶକ ଅଭୟ, ଲୋକାୟୁକ୍ତ ସଦସ୍ୟ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ଷ୍ଟାଫ୍‌ ସିଲେକ୍‌ସନ୍ କମିଶନ ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ପ୍ରମୁଖ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

Corona Death In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe