Advertisment

‘ଆଶା କରି ନଥିଲି, ଡିଜିପି ସାର୍ ହଠାତ୍ ଫୋନ୍ କଲେ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ବହୁତ ଗର୍ବର ବିଷୟ। କେବେ ଆଶା କରି ନଥିଲି। କିନ୍ତୁ ଡିଜିପି ସାର୍ ହଠାତ୍ ଫୋନ୍ କରି କହିଲେ ଯେ ମୁଁ ମନୋନୀତ ହୋଇଛି। ଏହା ଶୁଣି ମୁଁ ନର୍ଭସ ହୋଇଯାଇଥିଲି। କାରଣ ଏକ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସର ପରେଡ୍‌ର ନେତୃତ୍ୱ ନେବା ବହୁତ ବଡ଼ ଦାୟିତ୍ୱ।” ଏଥର ସାଧାରଣତନ୍ତ୍ର ଦିବସରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପରେଡ୍‌ର ନେତୃତ୍ୱ ନେବାକୁ ମନୋନୀତ ହୋଇଥିବା ଯୁବ ଆଇପିଏସ୍ ଏସ୍‌. ସୁଶ୍ରୀ ଏହି କଥା କହିଛନ୍ତି। […]

ଅଦ୍ୟତନ ହୋଇଛି
‘ଆଶା କରି ନଥିଲି, ଡିଜିପି ସାର୍ ହଠାତ୍ ଫୋନ୍ କଲେ’

susree

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ବହୁତ ଗର୍ବର ବିଷୟ। କେବେ ଆଶା କରି ନଥିଲି। କିନ୍ତୁ ଡିଜିପି ସାର୍ ହଠାତ୍ ଫୋନ୍ କରି କହିଲେ ଯେ ମୁଁ ମନୋନୀତ ହୋଇଛି। ଏହା ଶୁଣି ମୁଁ ନର୍ଭସ ହୋଇଯାଇଥିଲି। କାରଣ ଏକ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସର ପରେଡ୍‌ର ନେତୃତ୍ୱ ନେବା ବହୁତ ବଡ଼ ଦାୟିତ୍ୱ।” ଏଥର ସାଧାରଣତନ୍ତ୍ର ଦିବସରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପରେଡ୍‌ର ନେତୃତ୍ୱ ନେବାକୁ ମନୋନୀତ ହୋଇଥିବା ଯୁବ ଆଇପିଏସ୍ ଏସ୍‌. ସୁଶ୍ରୀ ଏହି କଥା କହିଛନ୍ତି।

Advertisment

ସେ କହିଛନ୍ତି, ଏତେ ବଡ଼ ଦାୟିତ୍ୱ ଡିଜିପି ସାର୍ ମୋତେ ଦେଇଛନ୍ତି ମାନେ ମୋ ଉପରେ ତାଙ୍କର ଭରସା ରହିଛି। ମୁଁ ଆଶା କରୁଛି ତାଙ୍କର ସେହି ଭରସାକୁ ସଫଳ କରିପାରିବି। ଏଭଳି ଏକ ଦାୟିତ୍ୱ ପାଇଁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ଯେଉଁମାନଙ୍କ ପାଇଁ ମୁଁ ଏହି ସୁଯୋଗ ପାଇଛି, ସେମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ। ଆଶା କରୁଛି, ମୁଁ ସେମାନଙ୍କୁ ନିରାଶ କରିବି ନାହିଁ।

ଏସ୍‌ ସୁଶ୍ରୀ ହେଉଛନ୍ତି ୨୦୧୭ ବ୍ୟାଚ୍‌ର ଆଇପିଏସ୍ ଅଫିସର। ସେ ଏବେ କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଏସ୍‌ଡିପିଓ ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରଥମ ଥର ପାଇଁ ତାଙ୍କୁ ସାଧାରଣତନ୍ତ୍ର ଦିବସରେ ରାଜ୍ୟ ସ୍ତରୀୟ ପରେଡରେ ନେତୃତ୍ୱ ନେବାକୁ ସୁଯୋଗ ମିଳିଛି। ସେ ଏହାକୁ ସୂଚାରୁ ଭାବେ ସଂପନ୍ନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Advertisment

ସୂଚନାଯୋଗ୍ୟ, ଏଥର ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ୧୪ଟି କଣ୍ଟିଜେଣ୍ଟ ଭାଗ ନେବେ। ଏଥିପାଇଁ ଆଜି ଫୁଲ୍‌ଡ୍ରେସ୍‌ ରିହରସେଲ୍ ମଧ୍ୟ ହୋଇଥିଲା। ଡିଜିପି ଅଭୟ ଏହାର ନିରୀକ୍ଷଣ କରିଥିଲେ। ଏହି ଅବସରରେ ସେ କହିଥିଲେ, ଏଥର ପରେଡ୍‌ରେ ଆମେ ସ୍କୁଲ ପିଲାମାନଙ୍କ ଅନୁପସ୍ଥିତିକୁ ଅନୁଭବ କରିବୁ। ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଏଥର ସୁଯୋଗ ମିଳିନି। ସେହିପରି ପରେଡ୍ ବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୫ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯିବ।

ଏହା ସହିତ ଡିଜିପି ନକ୍ସଲମାନଙ୍କୁ ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ।

Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe