Advertisment

ଭୋଟର ତାଲିକାରେ ନାଁ ନଥିବାରୁ ନିର୍ବାଚନ ଅଧିକାରୀଙ୍କୁ ତାଲା ପକାଇ ଦେଲେ

ମୋହନା (ଓଡ଼ିଶା ରିପୋର୍ଟର): ଭୋଟର ତାଲିକାରୁ ନାଁ ବାଦ୍ ପଡ଼ିଥିବାରୁ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକୁ ବନ୍ଦ କରିଦେଇ ନିର୍ବାଚନ ଅଧିକାରୀଙ୍କୁ ଭିତରେ ରଖି ପଞ୍ଚାୟତ ଅଫିସରେ ତାଲା ପକାଇ ଧାରଣା ବସିଲେ ଲୋକେ। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନାରେ। ମିଳିଥିବା ସୂଚନା ଅନୁସାରେ, ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରକାଶ ପାଇଥିବା ବେଳେ ମୋହନା ପଞ୍ଚାୟତର ୧୧, ୧୨,୧୩ ଓ ୧୪ ନମ୍ବର ସମେତ ୫ଟି ଓ୍ୱାର୍ଡର ବାସିନ୍ଦାଙ୍କ ନାଁ […]

ଅଦ୍ୟତନ ହୋଇଛି
ଭୋଟର ତାଲିକାରେ ନାଁ ନଥିବାରୁ ନିର୍ବାଚନ ଅଧିକାରୀଙ୍କୁ ତାଲା ପକାଇ ଦେଲେ

strike

Advertisment

ମୋହନା (ଓଡ଼ିଶା ରିପୋର୍ଟର): ଭୋଟର ତାଲିକାରୁ ନାଁ ବାଦ୍ ପଡ଼ିଥିବାରୁ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକୁ ବନ୍ଦ କରିଦେଇ ନିର୍ବାଚନ ଅଧିକାରୀଙ୍କୁ ଭିତରେ ରଖି ପଞ୍ଚାୟତ ଅଫିସରେ ତାଲା ପକାଇ ଧାରଣା ବସିଲେ ଲୋକେ। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନାରେ।

Advertisment

ମିଳିଥିବା ସୂଚନା ଅନୁସାରେ, ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରକାଶ ପାଇଥିବା ବେଳେ ମୋହନା ପଞ୍ଚାୟତର ୧୧, ୧୨,୧୩ ଓ ୧୪ ନମ୍ବର ସମେତ ୫ଟି ଓ୍ୱାର୍ଡର ବାସିନ୍ଦାଙ୍କ ନାଁ ଏଥିରୁ ବାଦ୍ ପଡ଼ିଛି। ତେଣୁ ଏହି ଲୋକମାନେ ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକୁ ବନ୍ଦ କରି ଦେଇଥିଲେ। ସେମାନେ ନିର୍ବାଚନ ଅଧିକାରୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ରଖି ତାଲା ପକାଇ ଦେଇଥିଲେ ଓ  ତା’ ସମ୍ମୁଖରେ ଧାରଣାରେ ବସିଥିଲେ।

କିଛି ଲୋକ ପ୍ରାର୍ଥୀ ହେବା ପାଇଁ ଆଶା ରଖିଥିବା ବେଳେ ଭୋଟର ତାଲିକାରେ ନାଁ ନଥିବାରୁ ସେମାନେ ନିରାଶ ହୋଇଥିବା କହିଛନ୍ତି। ଏ ସମ୍ପର୍କରେ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇବା ପରେ ବି କେହି ଶୁଣି ନଥିବାରୁ ଶେଷରେ ଏଭଳି  ପ୍ରତିବାଦ କରାଯାଇଥିବା ଆନ୍ଦୋଳନକାରୀ କହିଛନ୍ତି।

Advertisment

ଆନ୍ଦୋଳନକାରୀ ପ୍ରଭାକର ମଲ୍ଲିକ କହିଛନ୍ତି, ଆମ ଗାଁରେ ଭୋଟର ତାଲିକାରେ କାହା ନାଁ ନାହିଁ। ଆମେ ଏନେଇ ବ୍ଲକ୍ ଅଫିସକୁ ଚାରି ଦିନ ହେଲା ଦୌଡ଼ି ଦୌଡ଼ି ନୟାନ୍ତ ହେଲୁଣି। ହେଲେ ସେମାନେ କିଛି ପ୍ରତିଶ୍ରୁତି ଦେଉ ନାହାନ୍ତି। ମୁଁ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଇଚ୍ଛା ରଖିଥିଲି। ହେଲେ ମୋ ନାଁ ଭୋଟର ତାଲିକାରେ ନଥିବାରୁ ନିର୍ବାଚନ ଲଢ଼ିପାରୁ ନାହିଁ।

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe