Advertisment

ପ୍ରବାସୀ ଓଡ଼ିଆଙ୍କ ସଙ୍ଗରୋଧ ଟଙ୍କା ଖାଇବାକୁ ମସୁଧା!

ଭୁବନେଶ୍ୱର(ଓଡିଶା ରିପୋର୍ଟର): କରୋନା କାଳରେ କେତେ ସଂଖ୍ୟକ ପ୍ରବାସୀ ଓଡ଼ିଆ ସଙ୍ଗରୋଧ କେନ୍ଦ୍ରରେ ରହିଲେ ସେନେଇ ସରକାରୀ ତଥ୍ୟରେ ତାଳମେଳ ରହୁନାହିଁ। ଦୈନିକ ରିପୋର୍ଟରେ ଗୋଟିଏ ସଂଖ୍ୟା ଦର୍ଶା ଯାଉଥିବା ବେଳେ ଚୂଡାନ୍ତ ରିପୋର୍ଟରେ ଭିନ୍ନ ପ୍ରକାରର ତଥ୍ୟ ଦିଆଯାଉଛି। ମେ ୩୦ ରୁ ଅଗଷ୍ଟ ୮ ତାରିଖ ମଧ୍ୟରେ ୧୭ଟି ଜିଲ୍ଲାର ଜିଲ୍ଲାପାଳ ଓ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକମାନେ ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିବା ରିପୋର୍ଟରେ ତାଳମେଳ ରହୁନାହିଁ। ଉଦାହରଣ ସ୍ୱରୂପ ଏହି ସମୟ ମଧ୍ୟରେ […]

ପ୍ରବାସୀ ଓଡ଼ିଆଙ୍କ ସଙ୍ଗରୋଧ ଟଙ୍କା ଖାଇବାକୁ ମସୁଧା!

prabasi

Advertisment

ଭୁବନେଶ୍ୱର(ଓଡିଶା ରିପୋର୍ଟର): କରୋନା କାଳରେ କେତେ ସଂଖ୍ୟକ ପ୍ରବାସୀ ଓଡ଼ିଆ ସଙ୍ଗରୋଧ କେନ୍ଦ୍ରରେ ରହିଲେ ସେନେଇ ସରକାରୀ ତଥ୍ୟରେ ତାଳମେଳ ରହୁନାହିଁ। ଦୈନିକ ରିପୋର୍ଟରେ ଗୋଟିଏ ସଂଖ୍ୟା ଦର୍ଶା ଯାଉଥିବା ବେଳେ ଚୂଡାନ୍ତ ରିପୋର୍ଟରେ ଭିନ୍ନ ପ୍ରକାରର ତଥ୍ୟ ଦିଆଯାଉଛି। ମେ ୩୦ ରୁ ଅଗଷ୍ଟ ୮ ତାରିଖ ମଧ୍ୟରେ ୧୭ଟି ଜିଲ୍ଲାର ଜିଲ୍ଲାପାଳ ଓ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକମାନେ ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିବା ରିପୋର୍ଟରେ ତାଳମେଳ ରହୁନାହିଁ। ଉଦାହରଣ ସ୍ୱରୂପ ଏହି ସମୟ ମଧ୍ୟରେ ଭଦ୍ରକ ଜିଲ୍ଲାରେ ୩୬୯୩୪ ଜଣ ପ୍ରବାସୀ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ବୋଲି ଦୈନିକ ରିପୋର୍ଟରେ କୁହାଯାଇଥିବା ବେଳେ ଚୁଡାନ୍ତ ରିପୋର୍ଟରେ କିନ୍ତୁ ଏହି ସଂଖ୍ୟା ବଢାଇ ଦିଆଯାଇ ୪୫୦୨୫ କରିଦିଆଯାଇଛି। ଫଳରେ ଅଧିକ ୮୦୯୧ ଜଣ ବ୍ୟକ୍ତିଙ୍କ ନାଁ ଦିଆଯାଇଛି।

Advertisment

ଭଦ୍ରକ ବ୍ୟତୀତ ଅନୁଗୁଳ, ବାଲେଶ୍ୱର, କଟକ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରୀ, ନବରଙ୍ଗପୁର, ନୂଆପଡା, ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ତେବେ କଣ ପାଇଁ ଉଭୟ ଦୈନିକ ଓ ଚୂଡାନ୍ତ ରିପୋର୍ଟରେ ଏହି ତାରତମ୍ୟ ରହିଛି ସେନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାପାଳ ଓ ପିଡି ଡିଆରଡିଏମାନଙ୍କୁ ସ୍ପଷ୍ଟିକରଣ ମଗାଯାଇଛି।

ପୂର୍ବରୁ ଏ ବାବଦ ଟଙ୍କା ମଞ୍ଜୁର କରାଯାଇ ସରିଛି। ତଥ୍ୟ ଅନୁସାରେ ଚଳିତ ବର୍ଷ ମେ ୨୦ରୁ ଅଗଷ୍ଟ ୩ ତାରିଖ ମଧ୍ୟରେ ଏହି ୧୭ଟି ଜିଲ୍ଲାରେ ଥିବା ସଙ୍ଗରୋଧ କେନ୍ଦ୍ରଗୁଡିକୁ ସମୁଦାୟ ୬,୧୭,୮୦୨ ଜଣ ପ୍ରବାସୀ ଆସିଥିଲେ ବୋଲି ଦୈନିକ ରିପୋର୍ଟରେ କୁହାଯାଇଥିବା ବେଳେ ଚୂଡାନ୍ତ ରିପୋର୍ଟରେ ଏହି ସଂଖ୍ୟା ୧,୦୪,୫୩୫ ବୃଦ୍ଧି କରି ୭,୨୨,୩୩୭ କରାଯାଇଛି। ଏହି କାରଣରୁ ଏହି ସଂଖ୍ୟାବୃଦ୍ଧି ନେଇ ଭିନ୍ନ କିଛି କାରଣ ଥାଇପାରେ ବୋଲି ଏବେ ଆଲୋଚନା ହେଉଛି।

Advertisment

କୋଭିଡ୍ ସଙ୍କ୍ରମଣକୁ ରୋକିବା ପାଇଁ ପଞ୍ଚାୟତ ସ୍ତରରେ ରାଜ୍ୟ ସରକାର ସଂଗରୋଧ କେନ୍ଦ୍ରମାନ ଖୋଲିଥିଲେ। ଏଥିପାଇଁ ଏଯାଏଁ ୨୩୬ କୋଟି ଟଙ୍କା ବ୍ୟୟ କରାଯାଇସରିଲାଣି। ବାହାରୁ ଆସୁଥିବା ପ୍ରବାସୀମାନଙ୍କୁ ଏହି କେନ୍ଦ୍ରଗୁଡିକରେ ୧୪ ଦିନ ରହିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଏମାନଙ୍କ ଖାଇବା ଲାଗି ଜଣ ପିଛା  ଦୈନୀକ ୧୨୦ ଟଙ୍କା ଏବଂ ସାନ ପିଲାଙ୍କ ଲାଗି ପ୍ରତିଦିନ ୧୦୦ ଟଙ୍କାର ବ୍ୟବସ୍ଥା କରାଯାଇଥିଲା। ସେହିପରି ବାଲଟି ଓ ବେଡସିଟ୍ ବାବଦକୁ ୩୦୦ ଟଙ୍କା ଏବଂ କେନ୍ଦ୍ରର ରକ୍ଷଣାବେକ୍ଷ‍ଣ ବାବଦକୁ ୨ ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଇଥିଲା। ତେବେ ଏଭଳି ଅନିୟମିତତା ଏବେ ସାମ୍ନାକୁ ଆସିବା ପରେ କୋଭିଡ୍ ପରିଚାଳନା ‍କ୍ଷେତ୍ରରେ ଏକ ବଡ଼ ଧରଣର କିକବ୍ୟାକ୍ ହୋଇଥିବା ଏକପ୍ରକାରର ସ୍ପଷ୍ଟ ହୋଇଯାଇଛି।

Odisha Coronavirus Migrants
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe