ବିଜେପିର ନିକଟତର ହେଉଛି କି ବିଜେଡି ? ତଥାଗତ କହିଲେ ଏମିତି କିଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ’ଣ ପୁଣି ଥରେ ବିଜେଡି, ବିଜେପିର ନିକଟତର ହେଉଛି କି ? ସମଦୂରତା କଥା କହିବା ସହ ବିଜେପି ମେଣ୍ଟରେ ସାମିଲ ହେବାକୁ ନା ନା କହୁଥିବା ବିଜେଡିର କେନ୍ଦ୍ର ସରକାରରେ ସାମିଲ ହେବା ଲାଗି ରହିଛି କି ଲାଳସା ? ବର୍ତ୍ତମାନ ରାଜ୍ୟରେ ବିଜେପି ଓ ବିଜେଡିର ସ୍ଥିତି ଦେଖିଲେ ତ ଆପଣ କହିବେ ‘ନା’। ହେଲେ ରାଜନୀତିରେ କିଏ କେତେ ବେଳେ ବନ୍ଧୁ ଓ କିଏ କେତେବେଳେ ବିରୋଧୀ ହୋଇଯିବେ କହିବା […]

tathagata

tathagata

Rakesh Mallick
  • Published: Saturday, 27 October 2018
  • Updated: 27 October 2018, 11:13 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ’ଣ ପୁଣି ଥରେ ବିଜେଡି, ବିଜେପିର ନିକଟତର ହେଉଛି କି ? ସମଦୂରତା କଥା କହିବା ସହ ବିଜେପି ମେଣ୍ଟରେ ସାମିଲ ହେବାକୁ ନା ନା କହୁଥିବା ବିଜେଡିର କେନ୍ଦ୍ର ସରକାରରେ ସାମିଲ ହେବା ଲାଗି ରହିଛି କି ଲାଳସା ?

ବର୍ତ୍ତମାନ ରାଜ୍ୟରେ ବିଜେପି ଓ ବିଜେଡିର ସ୍ଥିତି ଦେଖିଲେ ତ ଆପଣ କହିବେ ‘ନା’। ହେଲେ ରାଜନୀତିରେ କିଏ କେତେ ବେଳେ ବନ୍ଧୁ ଓ କିଏ କେତେବେଳେ ବିରୋଧୀ ହୋଇଯିବେ କହିବା କାଠିକର ପାଠ। କାରଣ ରାଜ୍ୟରେ ଏହି ଦୁଇ ଦଳ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ବିଜେଡି ପୁଣି ଥରେ ବିଜେପିର ନିକଟତର ହେଉଥିବାର ଗନ୍ଧ ଆସିବାରେ ଲାଗିଛି। ଦଳୀୟ ସାଂସଦ ତଥାଗତ ଶତପଥୀ ଦେଇଥିବା ମନ୍ତବ୍ୟରୁ ଏମିତି କିଛି ଆଭାସ ମିଳୁଛି।

ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାର ସିବିଆଇକୁ ମ୍ୟାନେଜ୍ କରୁଥିବା ପ୍ରଶ୍ନର ଉତ୍ତରରେ ତଥାଗତ ଦେଇଥିବା ଉତ୍ତରରୁ ଏମିତି କିଛି ଆଭାସ ମିଳୁଛି। ସେ କହିଛନ୍ତି, “ଯଦି କୌଣସି ରାଜ୍ୟର ସରକାର କେନ୍ଦ୍ରର ବଡ଼ ବଡ଼ ଅଫିସରଙ୍କୁ ଓ ବ୍ୟବସ୍ଥାକୁ ମ୍ୟାନେଜ୍ କରିପାରୁଛି, ମୁଁ ଭାବୁଛି ସେ ରାଜ୍ୟ ସରକାର କେନ୍ଦ୍ରରେ ଶାସନ କରିବା କଥା।”

ପାଦେ ଆଗକୁ ଯାଇ ତଥାଗତ ଆହୁରି କହିଛନ୍ତି ଯେ, “ଯଦି ଆଗାମୀ ନିର୍ବାଚନ ପରେ ନବୀନ ପଟ୍ଟନାୟକ ଏଭଳି ସଫଳତା ପାଇଲେ, ସେ ଚାହିଁପାରନ୍ତି ତାଙ୍କ ଲୋକ ଦିଲ୍ଲୀରେ ଶାସନ କରନ୍ତୁ। ଏଥିରେ କ’ଣ ଅସୁବିଧା ଅଛି ?”

ତଥାଗତଙ୍କ ଏଭଳି ମନ୍ତବ୍ୟ ନେଇ ଉଭୟ କଂଗ୍ରେସ ଓ ବିଜେପି ପ୍ରତିକ୍ରିୟା ରଖିଛନ୍ତି।

ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି, “ନବୀନ ବାବୁ ବିଜେଡିର ରାଜ୍ୟ ସଭାପତି ଦାୟିତ୍ୱର ମୁକ୍ତ ହୋଇ ତଥାଗତ ଶତପଥୀଙ୍କୁ ସେ ଦାୟିତ୍ୱ ଦେଇ ସାରିଲେଣି କି? ଭାରତୀୟ ଜନତା ପାର୍ଟି ଗତଥର ଯେତିକି ସିଟ୍‌ ଜିତିଥିଲା, ତା’ଠାରୁ ଅଧିକ ସିଟ୍‌ରେ ଜିତିବ। ବିଜେପିକୁ କାହାର ଆବଶ୍ୟକତା ପଡ଼ିବ ନାହିଁ।”

ଅନ୍ୟପକ୍ଷରେ ବିଜେଡି-ବିଜେପି ମେଣ୍ଟ ହୋଇପାରେ ବୋଲି କଂଗ୍ରେସ କହୁଛି। ଆସନ୍ତା ନିର୍ବାଚନରେ କିଛି ବି ହୋଇପାରେ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ତଥାଗତଙ୍କ ମନ୍ତବ୍ୟକୁ ନେଇ ଉତ୍ତର ରଖିଛନ୍ତି।

https://youtu.be/gHVaUIcfKio

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story