Advertisment

ବିଜେଡିରେ ଅଲୋଡ଼ା ହେଲେଣି ଅନୁଭବ !

ଭୁବନେଶ୍ୱର(ତାପସ ରଂଜନ ବେହେରା ): ବିଜେଡିର ଦିନେ ୟଙ୍ଗ ଆଇକନ ଭାବେ ଦବଦବା ଜାହିର କରୁଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପ୍ରଭାବ ଆଉ ଆଗର ସିଂଘମ ଭଳି ନଥିବା ଚର୍ଚ୍ଚା ହେଉଛି। କାରଣ ଗୋଟିଏ ପରେ ଗୋଟିଏ ଯେପରି ଦଳୀୟ  ଓ ସରକାରୀ କାର୍ଯ୍ୟକ୍ରମରୁ ଅନୁଭବଙ୍କୁ ଦୂରେଇ ରଖାଯାଉଛି ତାହା ହିଁ ଉପରୋକ୍ତ ଚର୍ଚ୍ଚାକୁ  ଖୋରାକ ଯୋଗାଇଛି। ଆଜି କେନ୍ଦ୍ରାପଡ଼ାରେ ଏକ ମେଗା ପ୍ରକଳ୍ପ ପାଇଁ ଚାଲୁଥିବା ସଜବାଜରେ ଅନୁଭବଙ୍କ ଅନୁପସ୍ଥିତି ଏଭଳି ଆଲୋଚନାକୁ ବେଶ ଭିତ୍ତି […]

author-image
Tapas Behera
ଅଦ୍ୟତନ ହୋଇଛି
ବିଜେଡିରେ ଅଲୋଡ଼ା ହେଲେଣି ଅନୁଭବ !

689

ଭୁବନେଶ୍ୱର(ତାପସ ରଂଜନ ବେହେରା ): ବିଜେଡିର ଦିନେ ୟଙ୍ଗ ଆଇକନ ଭାବେ ଦବଦବା ଜାହିର କରୁଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପ୍ରଭାବ ଆଉ ଆଗର ସିଂଘମ ଭଳି ନଥିବା ଚର୍ଚ୍ଚା ହେଉଛି। କାରଣ ଗୋଟିଏ ପରେ ଗୋଟିଏ ଯେପରି ଦଳୀୟ  ଓ ସରକାରୀ କାର୍ଯ୍ୟକ୍ରମରୁ ଅନୁଭବଙ୍କୁ ଦୂରେଇ ରଖାଯାଉଛି ତାହା ହିଁ ଉପରୋକ୍ତ ଚର୍ଚ୍ଚାକୁ  ଖୋରାକ ଯୋଗାଇଛି। ଆଜି କେନ୍ଦ୍ରାପଡ଼ାରେ ଏକ ମେଗା ପ୍ରକଳ୍ପ ପାଇଁ ଚାଲୁଥିବା ସଜବାଜରେ ଅନୁଭବଙ୍କ ଅନୁପସ୍ଥିତି ଏଭଳି ଆଲୋଚନାକୁ ବେଶ ଭିତ୍ତି ଯୋଗାଇଛି।  କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଆଖଡାଶାଳି ଅଞ୍ଚଳରେ ପ୍ରସ୍ତାବିତ ବନ୍ଦର ପାଇଁ ଆଜି ସରଜମିନ ଅନୁଧ୍ୟାନ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍‌। ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ନେତୃତ୍ୱରେ 5T ସଚିବ ଏବଂ ବାଣିଜ୍ୟ ଓ ପରିବହନ ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ରଙ୍କ ସହ ଏକ ଉଚ୍ଚସ୍ତରୀୟ ଟିମ ପ୍ରସ୍ତାବିତ ମହାନଦୀ ବନ୍ଦର ଅଞ୍ଚଳ ପରିଦର୍ଶନ କରିଛନ୍ତି। ଗସ୍ତ ସମୟରେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ଉପସ୍ଥିତ ଥିଲେ। ଏହି ବନ୍ଦର କାର୍ଯ୍ୟକ୍ଷମ ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଥମ ପର୍ଯ୍ୟାୟରେ ୪୦୦୦ ଓ ଦ୍ଵିତୀୟ ପର୍ଯ୍ୟାୟରେ ୧୭୦୦ ନିଯୁକ୍ତି ସୃଷ୍ଟି କରିବ।

Advertisment

publive-image ହେଲେ ଶିଳ୍ପବୀହିନ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ମେଗା ପ୍ରକଳ୍ପ ଜନ୍ମ ନେବାକୁ ଯାଉଥିବା ବେଳେ ଆଜିର ଏହି ସ୍ଥିତି ଅନୁଧ୍ୟାନ ବେଳେ ସ୍ଥାନୀୟ ସାଂସଦଙ୍କୁ ଦେଖିବାକୁ ମିଳି ନଥିଲା। ବିଶେଷ କରି ଜିଲ୍ଲାରେ କୌଣସି ଉନ୍ନତିମୂଳକ କାର୍ଯ୍ୟକ୍ରମ ପାଇଁ ଲୋକପ୍ରତିନିଧି ହିସାବରେ ସ୍ଥାନୀୟ ସାଂସଦଙ୍କ ଗୁରୁତ୍ୱ ଅନେକ କିଛି ଥିବା ବେଳେ ଆଜି ଅନୁଭବଙ୍କୁ ନିମନ୍ତ୍ରଣ ହୋଇଥିଲା କି ନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ଯଦି ଅନୁଭବଙ୍କୁ ହତାଦାର କରାଯାଇଥିବ ସେ ଯେଉଁ ‘କେନ୍ଦ୍ରାପଡ଼ା ମୋର କର୍ମଭୂମି’ ଛାତି ପିଟି ଡାଇଲଗ ମାରନ୍ତି ତାଙ୍କ ସ୍ୱାଭିମାନ ପ୍ରତି ଏହା ଏକ ଶକ୍ତ ଧକ୍କା ବୋଲି କୁହାଯାଇ ପାରିବ। କୁହାଯାଉଛି ଦିନକୁ ଦିନ ବିଭିନ୍ନ ବିବାଦରେ ଛନ୍ଦି ହୋଇପଡ଼ୁ ଥିବା ଅନୁଭବ ଆଉ ବିଜେଡି ସୁପ୍ରିମୋଙ୍କ ଶୁଭଦୃଷ୍ଟିରେ ନାହାନ୍ତି। ଯଦିଓ ସେ ଗତ ନିର୍ବାଚନରେ କେନ୍ଦ୍ରାପଡ଼ା ଆସନରୁ ଜିତି ବିଜେଡିର ସମ୍ମାନକୁ ବଞ୍ଚାଇଦେଇଥିବା ବାଜା ବାଜି ଆସୁଥିଲା ତେବେ ଏହା ପରେ ବିଭିନ୍ନ ବିବାଦରେ ଫସି ଦଳୀୟ ଇମେଜକୁ ବାରବଜେଇ ଦେଲେଣି।  ତେଣୁ ଉପରେ ଭଲ ଓ ଭିତରେ ଭେଲ ନ୍ୟାୟରେ ଅନୁଭବଙ୍କୁ  ଗୁଡ୍‌ ବୁକ୍ ତାଲିକାରୁ ବାଦ ଦିଆଯାଇଥିବା ଚର୍ଚ୍ଚା ହେଉଛି।

କୁହାଯାଉଛି ବାଲେଶ୍ୱର ଉପନିର୍ବାଚନ ବେଳେ ଷ୍ଟାର ପ୍ରଚାରକ ତାଲିକାରୁ ଅନୁଭବଙ୍କୁ ବାଦ ଦେଇ ଦଳ ତାଙ୍କର ପକ୍ଷଛେଦନର ପ୍ରକ୍ରିୟା ଆରମ୍ଭ କରିଛି । ଏବେ କେନ୍ଦ୍ରାପଡ଼ାରେ ମହାନଦୀ ବନ୍ଦର କାର୍ଯ୍ୟକ୍ରମରେ ଅନୁଭବଙ୍କ ଅନୁପସ୍ଥିତି ଦଳୀୟ ଆକ୍ସନ ପୂର୍ବରୁ ସିଗନାଲ ବୋଲି ଚର୍ଚ୍ଚା ହେଉଛି।

Advertisment

ଅଧିକ ପଢ଼ନ୍ତୁ : ପରୀ ହତ୍ୟା ଅଭିଯୁକ୍ତକୁ ଗିରଫ କଲା, କିନ୍ତୁ ପ୍ରମାଣ ଦେଖାଇବାକୁ ସମୟ ମାଗିଲା ଏସ୍‌ଆଇଟି

ସୂଚନାଯୋଗ୍ୟ ଏହି ସମ୍ଭାବ୍ୟ ବନ୍ଦରର ପ୍ରସ୍ତାବ ଓ ଯୋଜନାର ତତ୍କାଳୀନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଜୋର ଧରିଥିଲା।

BjD Bjd Leader