ଆକଳନ ହୋଇପାରେ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ସୁରକ୍ଷା କରିଡର ନିର୍ମାଣ ଓ ବଗଲା ଧର୍ମଶାଳା ଜମି ବିକିବାକୁ ନେଇ ବିବାଦ ଲାଗି ରହିଥିବାବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନ ଭଣ୍ଡାରର ଅନୁଧ୍ୟାନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ରାଜ୍ୟ ଆଇନ ବିଭାଗର ଅନୁସଚିବ ଚିଠି ଲେଖି ଜଗନ୍ନାଥ ମନ୍ଦିର ପ୍ରଶାସନ ଶାଖାକୁ କହିଛନ୍ତି। ଆଇନ ବିଭାଗର ସୂଚନା ଅନୁସାରେ, ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାରର ଅଳଙ୍କାରର ଅନୁଧ୍ୟାନ ଓ ମୁକ୍ତିମଣ୍ଡପରେ ଖାଲି […]

outfit-says-it-will-launch-hunger-strike-if-ratna-bhandar-assets-are-not-audited-soon

Manoranjan Sial
  • Published: Monday, 24 August 2020
  • Updated: 24 August 2020, 08:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ସୁରକ୍ଷା କରିଡର ନିର୍ମାଣ ଓ ବଗଲା ଧର୍ମଶାଳା ଜମି ବିକିବାକୁ ନେଇ ବିବାଦ ଲାଗି ରହିଥିବାବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନ ଭଣ୍ଡାରର ଅନୁଧ୍ୟାନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ରାଜ୍ୟ ଆଇନ ବିଭାଗର ଅନୁସଚିବ ଚିଠି ଲେଖି ଜଗନ୍ନାଥ ମନ୍ଦିର ପ୍ରଶାସନ ଶାଖାକୁ କହିଛନ୍ତି।

ଆଇନ ବିଭାଗର ସୂଚନା ଅନୁସାରେ, ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାରର ଅଳଙ୍କାରର ଅନୁଧ୍ୟାନ ଓ ମୁକ୍ତିମଣ୍ଡପରେ ଖାଲି ପଡ଼ିଥିବା ପଦବୀ ପୂରଣ ନିମନ୍ତେ ଦିଲ୍ଲୀପ କୁମାର ବରାଳ ଓ ଦୁର୍ଗାପ୍ରସାଦ ମହାପାତ୍ର ନାମକ ଦୁଇଜଣ ବ୍ୟକ୍ତି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ସେମାନଙ୍କର ଆବେଦନ ଆଧାରରେ ରାଜ୍ୟ ଆଇନ ବିଭାଗର ଅନୁସଚିବ ଗତ ୧୮ତାରିଖରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଶାଖାକୁ ଚିଠି ଲେଖି ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ କହିବା ସହ ଉଭୟ ବିଭାଗ ଓ ଆବେଦନକାରୀଙ୍କୁ ଅବଗତ କରାଇବାକୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୮ ମସିହା ମାର୍ଚ୍ଚ ମାସରେ ରତ୍ନ ଭଣ୍ଡାର ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଇଥିଲେ। କିନ୍ତୁ ଖୋଲାଯିବା ପୂର୍ବରୁ ରତ୍ନଭଣ୍ଡାରର ଚାବି ହଜିଯାଇଥିବା ଓ ପରେ ତାହା ମିଳିବା ଭଳି ନାଟକୀୟ ଘଟଣାକ୍ରମ ଯୋଗୁ ଭିତର ରତ୍ନଭଣ୍ଡାରର ଅବସ୍ଥା ଓ ସେଠାରେ ଥିବା ଅଳଙ୍କାରର ଅନୁଧ୍ୟାନ ହୋଇପାରିନଥିଲା। ଏପରିକି ରତ୍ନଭଣ୍ଡାରର ଚାବି ହଜିବା ଘଟଣାରେ ରାଜ୍ୟ ସରକାର ଜଷ୍ଟିସ ରଘୁବୀର ଦାସ କମିଶନ ଗଠନ କରି ତା’ର ତଦନ୍ତ କରାଇଥିଲେ। କମିଶନର ମଧ୍ୟ ମାତ୍ର ୬ମାସ ମଧ୍ୟରେ ନିଜର ୩୨୪ ପୃଷ୍ଠାର ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ଏହି ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ମଧ୍ୟ ୨୨ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ଏସବୁ ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଆକଳନ ସମ୍ଭବପର ହୋଇପାରିନି।

ଶେଷଥର ପାଇଁ ୧୯୭୮ ମସିହା ମେ’ ୧୩ରୁ ୨୩ତାରିଖ ମଧ୍ୟରେ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଆକଳନ କରାଯାଇଥିଲା। ୧୨୦ କିଲୋରୁ ଅଧିକ ସୁନା ଓ ୨୨୧ କିଲୋରୁ ଅଧିକ ରୂପା ଅଳଙ୍କାର ସହ ଅନ୍ୟାନ୍ୟ ରତ୍ନ ସାମଗ୍ରୀ ଥିବା ଆକଳନ କରାଯାଇଥିଲା।

ଏବେ ରାଜ୍ୟ ସରକାର ବାସ୍ତବରେ ରତ୍ନଭଣ୍ଡାରର ଅନୁଧ୍ୟାନ କରିବାକୁ ଚାହୁଁଛନ୍ତି ନା ଆବେଦନକାରୀଙ୍କୁ ମନ ବୁଝାଇବା ନିମନ୍ତେ ଏଭଳି ଚିଠି ଶ୍ରୀମନ୍ଦିର ପ୍ରଶାସନ ଶାଖାକୁ ଲେଖିଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story