Advertisment

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପୂରଣକୁ ଲାଗିଗଲା ୧୨ବର୍ଷ, ୨ ନୂଆ ଫାୟାର ଷ୍ଟେସନ ଉଦଘାଟିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସବୁ ବ୍ଲକରେ ଗୋଟିଏ ଲେଖାଏଁ ଫାୟାର ଷ୍ଟେସନ(ଅଗ୍ନିଶମ ସେବା କେନ୍ଦ୍ର) ସ୍ଥାପନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ୧୨ବର୍ଷ ଲାଗିଲା । ମାଲକାନଗିରିର ଚିତ୍ରକୋଣ୍ଡା ଓ ମୟୂରଭଞ୍ଜର କୁଳିଅଣା ବ୍ଲକରେ ଦୁଇଟି ନୂଆ ଫାୟାର ଷ୍ଟେସନ ଆଜି ଉଦଘାଟିତ ହେବାପରେ ରାଜ୍ୟର ସବୁ ବ୍ଲକରେ ଗୋଟିଏ ଲେଖାଏଁ ଫାୟାର ଷ୍ଟେସନ ସ୍ଥାପିତ ହୋଇପାରିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ବାହାବା ନିଆଯାଉଥିଲେ ମଧ୍ୟ ବାସ୍ତବରେ ପ୍ରତିବର୍ଷ ୪୦ରୁ ୪୫ଟି […]

ଅଦ୍ୟତନ ହୋଇଛି
କ୍ୟାବିନେଟ୍ ନିଷ୍ପତ୍ତିକୁ ଫୁ’ : ୨ବର୍ଷ ଧରି ସମ୍ପତ୍ତି ତାଲିକା ଦେଉନାହାନ୍ତି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ

CM Naveen Patnaik

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସବୁ ବ୍ଲକରେ ଗୋଟିଏ ଲେଖାଏଁ ଫାୟାର ଷ୍ଟେସନ(ଅଗ୍ନିଶମ ସେବା କେନ୍ଦ୍ର) ସ୍ଥାପନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ୧୨ବର୍ଷ ଲାଗିଲା । ମାଲକାନଗିରିର ଚିତ୍ରକୋଣ୍ଡା ଓ ମୟୂରଭଞ୍ଜର କୁଳିଅଣା ବ୍ଲକରେ ଦୁଇଟି ନୂଆ ଫାୟାର ଷ୍ଟେସନ ଆଜି ଉଦଘାଟିତ ହେବାପରେ ରାଜ୍ୟର ସବୁ ବ୍ଲକରେ ଗୋଟିଏ ଲେଖାଏଁ ଫାୟାର ଷ୍ଟେସନ ସ୍ଥାପିତ ହୋଇପାରିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ବାହାବା ନିଆଯାଉଥିଲେ ମଧ୍ୟ ବାସ୍ତବରେ ପ୍ରତିବର୍ଷ ୪୦ରୁ ୪୫ଟି ଫାୟାର ଷ୍ଟେସନ କେନ୍ଦ୍ର ସ୍ଥାପନ ନିମନ୍ତେ ସରକାରୀସ୍ତରରେ ନିଷ୍ପତ୍ତିକୁ ପାଳନ ଦିଗରେ ତତ୍ପରତା ପଦାରେ ପଡ଼ିଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ୨୦୧୦ ଅକ୍ଟୋବର ୨୮ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଫାୟାର ଷ୍ଟେସନ ସ୍ଥାପନ ନିମନ୍ତେ ନୀତିଗତ ନିଷ୍ପତ୍ତି ହୋଇଥିଲା । ପ୍ରତିବର୍ଷ ୪୦ରୁ ୪୫ଟି କେନ୍ଦ୍ର ଖୋଲିବାକୁ ମଧ୍ୟ ଧାର୍ଯ୍ୟ ଲକ୍ଷ୍ୟ ସ୍ଥିର ହୋଇଥିଲା । ସେତେବେଳେ ରାଜ୍ୟରେ ମୋଟ ୨୨୫ଟି ଫାୟାର ଷ୍ଟେସନ ଥିବାରୁ ସବୁ ବ୍ଲକରେ ଗୋଟିଏ ଲେଖାଏଁ ଫାୟାର ଷ୍ଟେସନ ସ୍ଥାପନ ଲକ୍ଷ୍ୟ ନିର୍ଦ୍ଧାରିତ ଅବଧିରେ ହାସଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଏହି ଲକ୍ଷ୍ୟକୁ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ଗୃହ ବିଭାଗକୁ ୧୨ବର୍ଷ ସମୟ ଲାଗିଗଲା ।

ଏହି ୨ଟି ନୂଆ ଫାୟାର ଷ୍ଟେସନକୁ ମିଶାଇ ଆଜିସୁଦ୍ଧା ରାଜ୍ୟରେ ଏବେ ୩୪୧ଟି ଫାୟାର ଷ୍ଟେସନ ଥିବା ଓ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଫାୟାର ଷ୍ଟେସନ ସ୍ଥାପନ ହୋଇପାରିଛି ସତ । ମାତ୍ର ଯେତିକି ଅବଧିରେ ଏହି ଫାୟାର ଷ୍ଟେସନ ସ୍ଥାପନ ହେଲା, ତାକୁ ଦେଖିଲେ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଫାୟାର ଷ୍ଟେସନ ସ୍ଥାପିତ ହୋଇଛି ବୋଲି କହି ଗୃହ ବିଭାଗ ବାହାବା ନେବାର ବାଟ ବନ୍ଦ କରିଛି । ଓଲଟା ୩ବର୍ଷ ମଧ୍ୟରେ ଧାର୍ଯ୍ୟଲକ୍ଷ୍ୟକୁ ପୂରଣ କରିବା ପରିବର୍ତ୍ତେ ୧୨ ବର୍ଷରେ ଏହା ପୂରଣ କରି ନିଜର ବିଫଳତାକୁ ପଦାରେ ପକାଇଥିବା ଚର୍ଚ୍ଚା ହେଉଛି ।

Advertisment

ସୂଚନାଯୋଗ୍ୟ, ଚିତ୍ରକୋଣ୍ଡା ଓ କୁଳିଅଣା ବ୍ଲକରେ ଆଜି ଦୁଇଟି ଫାୟାର ଷ୍ଟେସନକୁ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଭର୍ଚୁଆଲ ମୋଡରେ ଉଦଘାଟନ କରିଥିଲେ ।ଏହି ଉଭୟ କେନ୍ଦ୍ର ପାଇଁ ରାଜ୍ୟ ସରକାର ୧୫ ଜଣ ଲେଖାଏଁ କର୍ମଚାରୀ ମୁତୟନ ସକାଶେ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଅବସରରେ ଓଡ଼ିଶା ଅଗ୍ନିଶମ ସେବା ଡିଜି ସନ୍ତୋଷ କୁମାର ଉପାଧ୍ୟାୟ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲାପାଳ, ମାଲକାନଗିରି ପ୍ରମୁଖ ଯୋଗ ଦେଇଥିଲେ ।

Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe