Advertisment

ମହାଦେବଙ୍କ ବିବାହ ସଂପନ୍ନ, ଆଜି ମନ୍ଦିର ପ୍ରବେଶ

ସମ୍ବଲପୁର( ଓଡ଼ିଶା ରିପୋର୍ଟର): ଦେବ ଦମ୍ପତିଙ୍କ ବିବାହ ପରେ ଚାଲିଛି ଯୁଗଳ ଦର୍ଶନ ଶୋଭାଯାତ୍ରା। ଆଜି ସଂଧ୍ୟା ଯାଏ ଶୋଭାଯାତ୍ରା ଚାଲିବ। ନବ ବିବାହିତ ଦେବ ଦମ୍ପତି ସୁସଜ୍ଜିତ ବିମାନରେ ନଗର ପରିକ୍ରମା କରୁଛନ୍ତି। ଏଥିରେ ସାମିଲ ହୋଇଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର କଳାକାର। ଦେବ ଦମ୍ପତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରାରେ କିନ୍ନରମାନେ ମଧ୍ୟ ସାମିଲ ହୋଇଛନ୍ତି।ସଂଧ୍ୟାରେ ଶିବ ପାର୍ବତୀଙ୍କ ମନ୍ଦିର ପ୍ରବେଶ ସହିତ ଶେଷ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା। ସେହିପରି […]

author-image
Tapaswini Nayak
ଅଦ୍ୟତନ ହୋଇଛି
ମହାଦେବଙ୍କ ବିବାହ ସଂପନ୍ନ, ଆଜି ମନ୍ଦିର ପ୍ରବେଶ

sambalpur-

ସମ୍ବଲପୁର( ଓଡ଼ିଶା ରିପୋର୍ଟର): ଦେବ ଦମ୍ପତିଙ୍କ ବିବାହ ପରେ ଚାଲିଛି ଯୁଗଳ ଦର୍ଶନ ଶୋଭାଯାତ୍ରା। ଆଜି ସଂଧ୍ୟା ଯାଏ ଶୋଭାଯାତ୍ରା ଚାଲିବ। ନବ ବିବାହିତ ଦେବ ଦମ୍ପତି ସୁସଜ୍ଜିତ ବିମାନରେ ନଗର ପରିକ୍ରମା କରୁଛନ୍ତି। ଏଥିରେ ସାମିଲ ହୋଇଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର କଳାକାର।

Advertisment

ଦେବ ଦମ୍ପତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରାରେ କିନ୍ନରମାନେ ମଧ୍ୟ ସାମିଲ ହୋଇଛନ୍ତି।ସଂଧ୍ୟାରେ ଶିବ ପାର୍ବତୀଙ୍କ ମନ୍ଦିର ପ୍ରବେଶ ସହିତ ଶେଷ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା।

ସେହିପରି ବଲାଙ୍ଗିରରେ ମଧ୍ୟ ଶୀତଳଷଷ୍ଠୀ ଅବସରରେ ଆଜି ଯୁଗଳବନ୍ଦୀ ଶୋଭାଯାତ୍ରାରେ ବାହାରିଛନ୍ତି ଦେବଦମ୍ପତି। ଦେବାଳୟରୁ ବାହାରି ସହର ପରିକ୍ରମା କରୁଛନ୍ତି ଦେବ ଦମ୍ପତି। ବାଜା ଢୋଲରେ ସାରା ସହର ପ୍ରକମ୍ପିତ ହୋଇଛି।

Advertisment

ଶୀତଳଷଷ୍ଠୀ ଯାତ୍ରାକୁ ଭାରତ ସରକାରଙ୍କ ପ୍ରଚେଷ୍ଟାରେ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଆଗକୁ ନେବାର ପ୍ରଚେଷ୍ଟା କରାଯିବ।  ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାରେ ସାମିଲ ହୋଇ ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦିନିକିଆ ସମ୍ବଲପୁର ଗସ୍ତରେ ଆସି କେନ୍ଦ୍ର ଶିକ୍ଷାମନ୍ତ୍ରୀ ସମ୍ବଲପୁରର ବିଭିନ୍ନ ପଡାର ଶୀତଳଷଷ୍ଠୀ ଯାତ୍ରାରେ ସାମିଲ଼ ହୋଇଥିଲେ। ସହରର ନନ୍ଦପଡ଼ା, ଝାଡ଼ୁଆପଡ଼ା, ମୋଦିପଡ଼ା ଏବଂ ବାଲିବନ୍ଧାର ଯାତ୍ରାରେ ସେ ଯୋଗଦେଇଥିଲେ।  ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରାରେ କନ୍ୟା ପିତା ହୋଇଥିବା ଗିରିଶ ପଟେଲଙ୍କ ଘରକୁ ଯାଇ, ବର-କନ୍ୟା ବିଦା ସମୟରେ ଭୋଳାବାବାଙ୍କ ବିମାନକୁ ଅନ୍ୟ ମାନଙ୍କ ସହ ମିଶି କାନ୍ଧରେ ବୋହିଥିଲେ କେନ୍ଦ୍ରମନ୍ତ୍ରୀ।

ShitalSasthi Festival