Advertisment

ବିଦେଶୀଙ୍କ ଅଭିଯୋଗ- ମୁଁ ଚୋର,ଠକ ବୋଲି ହେଉଛି ଅପପ୍ରଚାର

ପୁରୀ(ଓଡ଼ିଶା ରିପୋର୍ଟର): ଫେକ୍ ଆଇଡି ଜରିଆରେ ପୁରୀରେ ରହୁଥିବା ଜଣେ ବିଦେଶୀଙ୍କର ଚାରିତ୍ରିକ ସଂହାର ସହ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ଇଟାଲୀର ପ୍ରଫେସର ଆଲଫ୍ରେଡୋ ରୋମ୍ବୋଲା ଏନେଇ ପୁରୀ ସାଇବର ଥାନା ସହ ଚନ୍ଦନପୁର ଥାନାରେ ଅଭିଯୋଗ କରିଛନ୍ତି। ଗତ ୫ତାରିଖରେ ଏନେଇ ଥାନାରେ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ସେ କହିଛନ୍ତି।  ଗତକାଲି  ପ୍ରଫେସର ଆଲଫ୍ରେଡୋ ପୁରୀ ଅତିରିକ୍ତ ଏସ୍‌ପି ମିହିର ପଣ୍ଡାଙ୍କୁ ଭେଟି ଏନେଇ ଅଭିଯୋଗ କରିଥିଲେ। ପ୍ରଫେସର […]

author-image
Tapaswini Nayak
ଅଦ୍ୟତନ ହୋଇଛି
ବିଦେଶୀଙ୍କ ଅଭିଯୋଗ- ମୁଁ ଚୋର,ଠକ ବୋଲି ହେଉଛି ଅପପ୍ରଚାର

Puri

ପୁରୀ(ଓଡ଼ିଶା ରିପୋର୍ଟର): ଫେକ୍ ଆଇଡି ଜରିଆରେ ପୁରୀରେ ରହୁଥିବା ଜଣେ ବିଦେଶୀଙ୍କର ଚାରିତ୍ରିକ ସଂହାର ସହ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ଇଟାଲୀର ପ୍ରଫେସର ଆଲଫ୍ରେଡୋ ରୋମ୍ବୋଲା ଏନେଇ ପୁରୀ ସାଇବର ଥାନା ସହ ଚନ୍ଦନପୁର ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଗତ ୫ତାରିଖରେ ଏନେଇ ଥାନାରେ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ସେ କହିଛନ୍ତି।  ଗତକାଲି  ପ୍ରଫେସର ଆଲଫ୍ରେଡୋ ପୁରୀ ଅତିରିକ୍ତ ଏସ୍‌ପି ମିହିର ପଣ୍ଡାଙ୍କୁ ଭେଟି ଏନେଇ ଅଭିଯୋଗ କରିଥିଲେ।

ପ୍ରଫେସର ଆଲଫ୍ରେଡୋ ଦୀର୍ଘ ୨୫ ବର୍ଷ ହେବ ଓଡ଼ିଶା ଆସି ଏଠାରେ ବିବାହ କରିବା ସହ ଅର୍ଜୁନ ଦାସ ନାମରେ ପରିଚିତ ହୋଇଛନ୍ତି। ବିଦେଶୀ ଜଣକ ପୁରୀ, ବ୍ରହ୍ମପୁର ଓ କନ୍ଧମାଳ ସମେତ ବିଭିନ୍ନ ସ୍ଥାନରେ ଦୀର୍ଘ ବର୍ଷ ହେବ ସମାଜସେବା ଓ ଗରିବଙ୍କୁ ସାହାଯ୍ୟ କରି ଆସୁଛନ୍ତି।  ସେ ପୁରୀ ଚନ୍ଦନପୁରରେ ଏକ ଆଶ୍ରମ କରିଛନ୍ତି। ହେଲେ କିଛି କୁଚକ୍ରୀ ଗୋଷ୍ଠୀ ସୋଶାଲ ମିଡିଆରେ ବିଭିନ୍ନ ଫେକ୍ ଆଇଡି ଖୋଲି ତାଙ୍କ ସ୍ତ୍ରୀ, ପୁଅ ଓ  ତାଙ୍କ ବିରୋଧରେ ଅପପ୍ରଚାର ସହ ଚାରିତ୍ରିକ ସଂହାର କରୁଛନ୍ତି।  ଏମିତିକି ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି।

Advertisment

ପୁରୀ ଅତିରିକ୍ତ ଏସ୍‌ପି ମିହିର ପଣ୍ଡା କହିଛନ୍ତି,  ପ୍ରଫେସର ଆଲଫ୍ରେଡୋଙ୍କୁ ତାଙ୍କ ଦେଶର ଲୋକ ଫେସ୍‌ବୁକ୍‌ରେ ବଦନାମ କରୁଛନ୍ତି। ସେ ଏନେଇ ଅଭିଯୋଗ କରିଛନ୍ତି। ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀ ବିରୋଧରେ  ଦୃଢ଼ କାର୍ଯ୍ୟାନୁଷ୍ଠନ ନିଆଯିବ।

ପ୍ରଫେସର ଆଲଫ୍ରେଡୋ କହିଛନ୍ତି, ମୋତେ  ଓ ମୋ ପରିବାରକୁ ମାରିଦେବାକୁ ଫେସବୁକ୍‌ରେ ଧମକ ଦିଆଯାଉଛି।  କୁଚକ୍ରୀ ଗୋଷ୍ଠୀ ସୋଶାଲ ମିଡିଆରେ ବିଭିନ୍ନ ଫେକ୍ ଆଇଡି ଖୋଲି ମୋତେ ଅପରାଧୀ, ଠକ୍ ଓ ଚୋର କହି ଚାରିତ୍ରିକ ସଂହାର କରୁଛନ୍ତି।

Cyber Attack Cyber Crime