/odisha-reporter/media/post_attachments/uploads/2016/04/jayadeba-5.jpg)
jayadeba-5
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଶିଖାଇବା ପାଇଁ ଉଦ୍ୟମ କରି ଅଟକ ଥିବା ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଓ ଅନ୍ୟ ୪ ଜଣଙ୍କୁ ଆଜି ଝାରପଡ଼ା ଜେଲରେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି।
Advertisment
ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଶିଖାଇବା ପାଇଁ ଉଦ୍ୟମ କରି ଇତିଶ ଓ ଅନ୍ୟ ୪ ଜଣଙ୍କୁ ପୋଲିସ୍ ଅଟକ ରଖିଥିଲା। ସେମାନଙ୍କୁ ଗତକାଲି କମିଶନରେଟ୍ ପୋଲିସ୍ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରିଥିଲା। ମାଜିଷ୍ଟ୍ରେଟ୍ଙ୍କ ନିକଟରେ ସେମାନେ ନଥିପତ୍ର ଦାଖଲ କରିଥିଲେ। ନଥିପତ୍ରଗୁଡ଼ିକ ଯାଞ୍ଚ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ମିଳି ନ ଥିବାରୁ ସମସ୍ତେଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
