ଇତିଶ ପ୍ରଧାନଙ୍କୁ ଝାରପଡ଼ା ଜେଲରେ ଭେଟିଲେ ଜୟଦେବ ଜେନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ  ଓଡ଼ିଆ ଶିଖାଇବା ପାଇଁ ଉଦ୍ୟମ କରି ଅଟକ  ଥିବା ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଓ ଅନ୍ୟ ୪ ଜଣଙ୍କୁ ଆଜି ଝାରପଡ଼ା ଜେଲରେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଶିଖାଇବା ପାଇଁ ଉଦ୍ୟମ କରି ଇତିଶ ଓ ଅନ୍ୟ ୪ ଜଣଙ୍କୁ ପୋଲିସ୍ ଅଟକ ରଖିଥିଲା। ସେମାନଙ୍କୁ ଗତକାଲି କମିଶନରେଟ୍ ପୋଲିସ୍ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରିଥିଲା। ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ  […]

jayadeba-5

Rakesh Mallick
  • Published: Tuesday, 05 April 2016
  • , Updated: 05 April 2016, 10:00 AM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ  ଓଡ଼ିଆ ଶିଖାଇବା ପାଇଁ ଉଦ୍ୟମ କରି ଅଟକ  ଥିବା ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଓ ଅନ୍ୟ ୪ ଜଣଙ୍କୁ ଆଜି ଝାରପଡ଼ା ଜେଲରେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଶିଖାଇବା ପାଇଁ ଉଦ୍ୟମ କରି ଇତିଶ ଓ ଅନ୍ୟ ୪ ଜଣଙ୍କୁ ପୋଲିସ୍ ଅଟକ ରଖିଥିଲା। ସେମାନଙ୍କୁ ଗତକାଲି କମିଶନରେଟ୍ ପୋଲିସ୍ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରିଥିଲା। ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ  ସେମାନେ ନଥିପତ୍ର ଦାଖଲ କରିଥିଲେ। ନଥିପତ୍ରଗୁଡ଼ିକ ଯାଞ୍ଚ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ମିଳି ନ ଥିବାରୁ ସମସ୍ତେଙ୍କୁ  ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

Related story