Advertisment

ମୁଖା ଖୋଲିବା ଭୟରେ ଏସଟି କମିଶନ ସଦସ୍ୟଙ୍କୁ ପ୍ରାୟୋଜିତ ବିରୋଧ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ଅନୁସୂଚିତ ଜନଜାତି(ଏସଟି) କମିଶନ ସଦସ୍ୟ ଅନନ୍ତ ନାୟକଙ୍କୁ ଗତକାଲି କେନ୍ଦୁଝର ଜିଲ୍ଲାରେ ବିରୋଧ ହେବା ଘଟଣାକୁ ନେଇ ରାଜ୍ୟ ବିଜେପି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିବା ସହ ଏଭଳି ପ୍ରାୟୋଜିତ ବିରୋଧକୁ କଡ଼ା ଭାଷାରେ ନିନ୍ଦା କରିଛି । ଶାସକ ବିଜେଡିର କିଛି ନେତା ଓ କର୍ମୀ ପ୍ରାୟୋଜିତ ଭାବେ ଜନଜାତି କମିଶନଙ୍କ କାମରେ ବାଧା ସୃଷ୍ଟି କରୁଛନ୍ତି । ଆଦିବାସୀଙ୍କ ବିକାଶ କଥା କହୁଥିବା ସରକାର ଓ ପ୍ରଶାସନର ମୁଖା ଖୋଲିଯିବା […]

ବୁଥ୍ ଭିତରକୁ ଫୋନ୍ ବାରଣ ହେଉ, ସିଇଓଙ୍କୁ ଦାବି କଲା ବିଜେପି

BJP

Advertisment
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ଅନୁସୂଚିତ ଜନଜାତି(ଏସଟି) କମିଶନ ସଦସ୍ୟ ଅନନ୍ତ ନାୟକଙ୍କୁ ଗତକାଲି କେନ୍ଦୁଝର ଜିଲ୍ଲାରେ ବିରୋଧ ହେବା ଘଟଣାକୁ ନେଇ ରାଜ୍ୟ ବିଜେପି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିବା ସହ ଏଭଳି ପ୍ରାୟୋଜିତ ବିରୋଧକୁ କଡ଼ା ଭାଷାରେ ନିନ୍ଦା କରିଛି । ଶାସକ ବିଜେଡିର କିଛି ନେତା ଓ କର୍ମୀ ପ୍ରାୟୋଜିତ ଭାବେ ଜନଜାତି କମିଶନଙ୍କ କାମରେ ବାଧା ସୃଷ୍ଟି କରୁଛନ୍ତି । ଆଦିବାସୀଙ୍କ ବିକାଶ କଥା କହୁଥିବା ସରକାର ଓ ପ୍ରଶାସନର ମୁଖା ଖୋଲିଯିବା ଭୟରେ ଏଭଳି ବିରୋଧ ହୋଇଛି ବୋଲି ବିଜେପି କହିଛି ।
Advertisment
ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜାତୀୟ ଏସଟି କମିଶନ ସଦସ୍ୟ ଶ୍ରୀ ନାୟକ ଗତକାଲି କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକରେ ଏସ୍‌ଟି କମିଶନ ସଦସ୍ୟ ଅନନ୍ତ ନାୟକ ଆଦିବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜନଶୁଣାଣୀ ପାଇଁ ଯାଇଥିଲେ । ବଳଭଦ୍ରପୁର ଏବଂ ଓରିଆ ଅଂଚଳରେ ସରକାରୀ ଦଳର ନେତାଙ୍କ ଦ୍ୱାରା କିଛି ପ୍ରାୟୋଜିତ ଆଦିବାସୀ ଲୋକ ଅନନ୍ତ ନାୟକଙ୍କୁ ଅଟକାଇବା ସହ ତାଙ୍କ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଥିଲେ । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
କାରଣ ଏସ୍‌ଟି କମିଶନ ସଦସ୍ୟ ଶ୍ରୀ ନାୟକଙ୍କୁ ସୁରକ୍ଷା ଯୋଗାଇ ଦେବା ହେଉଛି ଜିଲ୍ଲା ପ୍ରଶାସନର କାର୍ଯ୍ୟ । କାହିଁକି ଏଥିରେ ପ୍ରଶାସନ ଓ ସରକାର ବିଫଳ ହେଲେ । ରାଜ୍ୟ ଗୁଇନ୍ଦା ବିଭାଗ କ’ଣ ଏନେଇ କିଛି ପୂର୍ବ ସୂଚନା ପାଇଲା ନାହିଁ । କାହିଁକି ଗୁଇନ୍ଦା ବିଭାଗ ବାରମ୍ବାର ବିଫଳ ହେଉଛି କାହିଁକି ? କାଞ୍ଜିପାଣି ପୁଲିସ ଷ୍ଟେସନ୍‌ର ୧୦୦ମିଟର ଦୂରରେ ଘଟଣା ଘଟିବା ଓ ପୂର୍ବରୁ ଅନୁମତି ନ ନେଇ ଏତେ ଲୋକ ରୁଣ୍ଡ ହେବା ପୁଲିସ ବିଭାଗକୁ କେମିତି ଜଣାପଡ଼ିଲା ନାହିଁ ? କମିଶନ ସଦସ୍ୟଙ୍କ ଗସ୍ତ କାର୍ଯ୍ୟକ୍ରମ ସଂପର୍କରେ ଅବଗତ ଥିବା ସ୍ଥାନୀୟ ପୁଲିସ ଓ ପ୍ରଶାସନ କାହିଁକି ସହଯୋଗ କରୁନାହାନ୍ତି ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି ।
Advertisment
ଆଦିବାସୀବହୁଳ କେନ୍ଦୁଝର ଜିଲ୍ଲାରେ ପ୍ରଶାସନ ବିରୋଧରେ ସ୍ଥାନୀୟ ଆଦିବାସୀ ଲୋକଙ୍କ ବାରମ୍ବାର ଅଭିଯୋଗ କାରଣରୁ ଲୋକଙ୍କ ସାମ୍ବିଧାନିକ ଅଧିକାରର ରକ୍ଷା ପାଇଁ ଏସ୍‌ଟି କମିଶନ ସଦସ୍ୟ ଅନନ୍ତ ନାୟକ କେନ୍ଦୁଝର ଜିଲ୍ଲା ଗସ୍ତ କରୁଛନ୍ତି । ସରକାର ଏବଂ ସ୍ଥାନୀୟ ପ୍ରଶାସନର ଅସଲ ମୁଖା ଖୋଲିଯିବା ଭୟରେ ଅସ୍ତବ୍ୟସ୍ତ ହୋଇ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଏଭଳି ଘଟଣା ଘଟାଇବାରେ ପ୍ରଚ୍ଛଦପଟର ନାୟକ ସାଜିଛି । ଗତକାଲି ଏସଟି କମିଶନ ସଦସ୍ୟ ଶ୍ରୀ ନାୟକଙ୍କୁ ପ୍ରାୟୋଜିତ ବିରୋଧ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ଏହି ଘଟଣାରେ ଜିଲ୍ଲାପାଳ ଏବଂ ଜିଲ୍ଲା ପୁଲିସର ଭୂମିକା ସନ୍ଦେହଘେରରେ ତଥା ରାଜ୍ୟରେ ସାମ୍ବିଧାନିକ ଶାସନ ଚାଲୁ ନାହିଁ ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି । ଜନଜାତିଙ୍କ ସ୍ୱାର୍ଥ ବିରୋଧୀ କାର୍ଯ୍ୟରୁ ରାଜ୍ୟ ସରକାର ତୁରନ୍ତ ନିବୃତ୍ତ ନହେଲେ ବିଜେପି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ ମୋର୍ଚ୍ଚାର ରାଜ୍ୟ ସଭାପତି ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ବିଧାୟିକା କୁସୁମ ଟେଟେ,ବିଧାୟକ ନାଉରୀ ନାୟକ, ମୁଖପାତ୍ର ଠାକୁର୍ ରଞ୍ଜିତ ଦାସ ଓ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe