Advertisment

ପୁଞ୍ଜି ନିବେଶ ନେଇ ପ୍ରତିଯୋଗିତା: ନବୀନଙ୍କ ପରେ ଧର୍ମେନ୍ଦ୍ରଙ୍କ ଇନ୍‌ଭେଷ୍ଟର୍ ମିଟ୍‌ ଓ ରୋଡ୍ ଶୋ'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଞ୍ଜି ନିବେଶ ନେଇ ରାଜନୀତିକ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇରେ ରୋଡ୍ ଶୋ’ କରିଥିଲେ। ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥା ସହିତ ଆଲୋଚନା କରିଥିଲେ। ଏହାର ଦିନ କେଇଟା ପରେ ଆଜି ସୁରତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇନ୍‌ଭେଷ୍ଟର ମିଟ୍‌ରେ ଯୋଗ ଦେଇଛନ୍ତି। ଏଥିରେ ୬ ଶହରୁ ଅଧିକ ଛୋଟ ବଡ଼ ନିବେଶକାରୀ ଯୋଗଦେଇଥିଲେ। ଫୋକସରେ ଥିଲା ପ୍ଲାଷ୍ଟିକ […]

ପୁଞ୍ଜି ନିବେଶ ନେଇ ପ୍ରତିଯୋଗିତା: ନବୀନଙ୍କ ପରେ ଧର୍ମେନ୍ଦ୍ରଙ୍କ ଇନ୍‌ଭେଷ୍ଟର୍ ମିଟ୍‌ ଓ ରୋଡ୍ ଶୋ'

pradhan

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଞ୍ଜି ନିବେଶ ନେଇ ରାଜନୀତିକ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇରେ ରୋଡ୍ ଶୋ’ କରିଥିଲେ। ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥା ସହିତ ଆଲୋଚନା କରିଥିଲେ। ଏହାର ଦିନ କେଇଟା ପରେ ଆଜି ସୁରତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇନ୍‌ଭେଷ୍ଟର ମିଟ୍‌ରେ ଯୋଗ ଦେଇଛନ୍ତି। ଏଥିରେ ୬ ଶହରୁ ଅଧିକ ଛୋଟ ବଡ଼ ନିବେଶକାରୀ ଯୋଗଦେଇଥିଲେ।

Advertisment

suratଫୋକସରେ ଥିଲା ପ୍ଲାଷ୍ଟିକ ଓ ବୟନଶିଳ୍ପ। ବିଶେଷ କରି ପାରାଦୀପ ଓ ଭଦ୍ରକରେ ପ୍ରସ୍ତାବିତ ପ୍ଲାଷ୍ଟିକ ଓ ବୟନ ଶିଳ୍ପ ପାର୍କ ପରି ଓଡ଼ିଶାରେ ପେଟ୍ରୋକେମିକାଲ୍‌ ଡାଉନ୍‌ଷ୍ଟ୍ରିମ୍‌ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଦେଶର ବଡ ବଡ ଶିଳ୍ପପତିଙ୍କୁ ଆମନ୍ତ୍ରଣ କରିଛି ପେଟ୍ରୋଲିୟମ ମନ୍ତ୍ରାଳୟ।

ସୁରତରେ ଶିଳ୍ପ ପ୍ରତିଷ୍ଠା କରିଥିବା କିଛି ନିବେଶକାରୀ ଏହି କନ୍‌କ୍ଲେଭ୍‌ରେ ଅଂଶଗ୍ରହଣ କରିଥିଲେ। ଗୁଜରାଟର କେତେଜଣ ମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ନେଇ କେନ୍ଦ୍ର ତା’ର ଦାୟିତ୍ୱ ପୂରଣ କରୁଛି ଓ ରାଜ୍ୟ ସରକାର ମଧ୍ୟ ଏଥିରେ ସହଯୋଗ କରିବା ଦରକାର ବୋଲି ଏହି ଅବସରରେ କହିଥିଲେ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Advertisment

surat-meetଶ୍ରୀ ପ୍ରଧାନ କହିଛନ୍ତି, “ସୁରତ ଭାରତ ବର୍ଷରେ ଏକ ପ୍ରଗତିଶୀଳ ନଗର। ସେଥିପାଇଁ ଏଠାରେ ରୋଡ୍‌ ଶୋ'ର ଆୟୋଜନ କରାଯାଇଛି। ମୁଁ ଚାହେଁ ରାଜ୍ୟରେ ଯୁବକମାନଙ୍କୁ ନିଯୁକ୍ତି ମିଳୁ। ସେମାନେ ନିଜ ଗୋଡ଼ରେ ଛିଡ଼ା ହୁଅନ୍ତୁ। ଏଇଟା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦାୟିତ୍ୱ। ଆମେ ଆମ ଦାୟିତ୍ୱ ସମ୍ପାଦନ କରୁଛୁ, ମୋର ଆଶା ରାଜ୍ୟ ସରକାର ତାଙ୍କର ଦାୟିତ୍ୱ ସମ୍ପାଦନ କରିବେ।”

ତେବେ ସୁରତରେ ଇନ୍‌ଭେଷ୍ଟର୍‌ କନକ୍ଲେଭ୍‌ ନେଇ ରାଜ୍ୟ ସରକାରଙ୍କ ପାଖରେ କୌଣସି ଖବର ନଥିବା କହିଛନ୍ତି ରାଜ୍ୟ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ।

ଓଡ଼ିଶା ଫେରିଲେ ଶିଳ୍ପ ବିଭାଗର ଏକ ଟିମ୍

ଏପଟେ ପୁଞ୍ଜିନିବେଶକାରୀଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବା ନେଇ ରାଜ୍ୟ ଶିଳ୍ପ ବିଭାଗର ଏକ ଟିମ୍ ଚୀନ, ଜାପାନ ଓ ଦକ୍ଷିଣ କୋରିଆ ଗସ୍ତ କରି ଫେରିଛନ୍ତି। ନଭେମ୍ବରରେ ହେବାକୁ ଯାଉଥିବା ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭର ପାର୍ଟନର ଥିବା ଜାପାନର ୨୦ଟି ସଂସ୍ଥା ସହ ଓ୍ୱାନ ଟୁ ଓ୍ୱାନ ଆଲୋଚନା କରାଯାଇଛି। ସେହିପରି ଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ରୋଡ୍ ଶୋ’ରେ ତିନୋଟି ଦେଶର ୩ ଶହରୁ ଅଧିକ ସଂସ୍ଥା ଯୋଗ ଦେଇଥିବା ରାଜ୍ୟ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ ସୂଚନା ଦେଇଛନ୍ତି।

publive-imageପୂର୍ବରୁ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ଶିଳ୍ପ ବିଭାଗର ଏକ ଟିମ୍‌ ଇଟାଲୀ, ସାଉଦି ଆରବ ଓ ଜର୍ମାନୀ ଗସ୍ତ କରିଥିଲା। ତେବେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଚାଲିଥିବା ଏହି ପ୍ରତିଯୋଗିତାରେ ଉଭୟ ପକ୍ଷଙ୍କ ବାସ୍ତବରେ ଆନ୍ତରିକତା ରହିଛି ନା କେବଳ ବାହାବା ନେବାକୁ ପ୍ରୟାସ ଚାଲିଛି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe