ଲମତାପୁଟ(ଓଡ଼ିଶା ରିପୋର୍ଟର): ପଣସ ବୋଝେଇ ଟ୍ରକ୍ରେ ହେଉଥିଲା ଗଞ୍ଜେଇର ଚୋରା ଚାଲାଣ। ଏପରି ଭାବେ ୪୦ ଲକ୍ଷ ଟଙ୍କାର ଗଂଜେଇ ଚୋରା ଚାଲାଣ ବେଳେ ପୁଲିସ୍ ହାବୁଡ଼ରେ ପଡ଼ିଗଲା। ପୁଲିସ୍ ସମସ୍ତ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତଦ୍ୱୟଙ୍କ ନାଁ ରାଜେଶ ଓ ବାବୁ ସିଂ। ଉଭୟ ରାଜସ୍ଥାନର ବୋଲି କୋରାପୁଟ ମାଛକୁଣ୍ଡ ପୁଲିସ୍ କହିଛି । ବାଡେଲ ଅଞ୍ଚଳରୁ ରାଜସ୍ଥାନକୁ ଏଭଳି ଅଭିନବ ଉପାୟରେ ଗଂଜେଇ ଚାଲାଣ କରାଯାଉଥିଲା ।
ସୂଚନା ମିଳିବା ପରେ ଲମତାପୁଟ ଓ ନନ୍ଦପୁର ପୁଲିସ ୨ ଜଣିଆ ଟିମ୍ ଗଠନ କରି ଟ୍ରକ୍କୁ ଜବତ କରିଥିଲେ । ଜବତ ଟ୍ରକ୍ରୁ ୪୨୨ କେଜି ୩୦୦ ଗ୍ରାମ ଗଂଜେଇ ମିଳିଛି। ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ନନ୍ଦପୁର ଏସ୍ଡିପିଓ କହିଛନ୍ତି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।