ପଣସ ବୋଝେଇ ଟ୍ରକ୍‌ରେ ଯାଉଥିଲା ଏପରି ଜିନିଷ, ମୂଲ୍ୟ ୪୦ ଲକ୍ଷ

ଲମତାପୁଟ(ଓଡ଼ିଶା ରିପୋର୍ଟର):  ପଣସ ବୋଝେଇ ଟ୍ରକ୍‌ରେ ହେଉଥିଲା ଗଞ୍ଜେଇର ଚୋରା ଚାଲାଣ।  ଏପରି ଭାବେ ୪୦ ଲକ୍ଷ ଟଙ୍କାର ଗଂଜେଇ  ଚୋରା ଚାଲାଣ ବେଳେ ପୁଲିସ୍‌ ହାବୁଡ଼ରେ ପଡ଼ିଗଲା। ପୁଲିସ୍‌ ସମସ୍ତ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ୱୟଙ୍କ ନାଁ ରାଜେଶ ଓ ବାବୁ ସିଂ। ଉଭୟ ରାଜସ୍ଥାନର ବୋଲି କୋରାପୁଟ ମାଛକୁଣ୍ଡ ପୁଲିସ୍‌ କହିଛି । ବାଡେଲ ଅଞ୍ଚଳରୁ ରାଜସ୍ଥାନକୁ ଏଭଳି ଅଭିନବ ଉପାୟରେ ଗଂଜେଇ ଚାଲାଣ କରାଯାଉଥିଲା […]

seized-truck

Niharika Rout
  • Published: Friday, 14 May 2021
  • , Updated: 14 May 2021, 12:37 PM IST

ଲମତାପୁଟ(ଓଡ଼ିଶା ରିପୋର୍ଟର):  ପଣସ ବୋଝେଇ ଟ୍ରକ୍‌ରେ ହେଉଥିଲା ଗଞ୍ଜେଇର ଚୋରା ଚାଲାଣ।  ଏପରି ଭାବେ ୪୦ ଲକ୍ଷ ଟଙ୍କାର ଗଂଜେଇ  ଚୋରା ଚାଲାଣ ବେଳେ ପୁଲିସ୍‌ ହାବୁଡ଼ରେ ପଡ଼ିଗଲା। ପୁଲିସ୍‌ ସମସ୍ତ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତଦ୍ୱୟଙ୍କ ନାଁ ରାଜେଶ ଓ ବାବୁ ସିଂ। ଉଭୟ ରାଜସ୍ଥାନର ବୋଲି କୋରାପୁଟ ମାଛକୁଣ୍ଡ ପୁଲିସ୍‌ କହିଛି । ବାଡେଲ ଅଞ୍ଚଳରୁ ରାଜସ୍ଥାନକୁ ଏଭଳି ଅଭିନବ ଉପାୟରେ ଗଂଜେଇ ଚାଲାଣ କରାଯାଉଥିଲା ।

ସୂଚନା ମିଳିବା ପରେ ଲମତାପୁଟ ଓ  ନନ୍ଦପୁର ପୁଲିସ ୨ ଜଣିଆ ଟିମ୍ ଗଠନ କରି ଟ୍ରକ୍‌କୁ ଜବତ କରିଥିଲେ । ଜବତ ଟ୍ରକ୍‌ରୁ  ୪୨୨ କେଜି ୩୦୦ ଗ୍ରାମ ଗଂଜେଇ ମିଳିଛି।  ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ନନ୍ଦପୁର ଏସ୍‌ଡିପିଓ କହିଛନ୍ତି ।

Related story