/odisha-reporter/media/post_attachments/uploads/2021/05/charan-ram-das-11.jpg)
charan-ram-das-11
ପୁରୀ(ଓଡ଼ିଶା ରିପୋର୍ଟର) ଲୋକପ୍ରିୟ ପ୍ରବଚକ ଚାରଣ ରାମଦାସଙ୍କ ପରଲୋକ ପୁରୀର IDH କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । କୋଭିଡ୍ରେ ଆକ୍ରାନ୍ତ ହୋଇ ସେ ପୁରୀର IDHରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତି ପ୍ରାୟ ୧୦ଟା ବେଳେ ୬୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Advertisment
ବିଭିନ୍ନ ଦୈବ ତଥା ଭଗବତ କଥା ପ୍ରବଚନ କରି ବେଶ ଲୋକପ୍ରିୟ ହୋଇପାରିଥିଲେ ଚାରଣ ରାମଦାସ। ବିଶେଷ ଭାବେ ଜଗନ୍ନାଥ ସଂସ୍କୃତି ଓ ଶ୍ରୀଜଗନ୍ନାଥଙ୍କ ମହିମା କଥା ସେ ପ୍ରବଚନ ମାଧ୍ୟମରେ ଲୋକଙ୍କୁ ପରିବେଷଣ କରୁଥିଲେ । ତାଙ୍କ ପ୍ରବଚନ ଶୈଳୀ ଅନ୍ୟଙ୍କଠୁ ଭିନ୍ନ ଥିଲା । ଯାହା ତାଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରିଥିଲା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
