Advertisment

ଜଗନ୍ନାଥଙ୍କ ଦାରୁ ଭୂପତିତ, ଦୁଇ ପେଚା ସୁରକ୍ଷିତ

ଜଗତସିଂହପୁର: ରାତି ପ୍ରାୟ ୮ଟା ୧୫ ବେଳେ ଜଗତସିଂହପୁରର ରଘୁନାଥପୁର କଣପଡ଼ିଆଠାରେ ଭୂପତିତ ହୋଇଛନ୍ତି। ଜଗନ୍ନାଥଙ୍କ ଦାରୁ ଆନୁଷ୍ଠାନିକ ଭାବେ ଚିହ୍ନଟ ହୋଇଥିବା ନେଇ ଘୋଷଣା ହେବା ପରଠାରୁ ସେଠାରେ ଦେଖିବାକୁ ମିଳିଥିଲା ଦୁଇଟି ପେଚା। ଲକ୍ଷ୍ମୀଙ୍କ ବାହାନ ହେଉଛି ପେଚା। ଆଉ ଏହି ପେଚାକୁ ନେଇ ପ୍ରଶାସନ ଚିନ୍ତିତ ହୋଇଥିଲା। ବିଭିନ୍ନ ବର୍ଗର ଲୋକେ ପେଚାଟିକୁ ଦାରୁରୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଚାପ ପକାଇଥିଲେ। ଏପରିକି ବନ ବିଭାଗ ପକ୍ଷରୁ ପେଚା ଦୁଇଟିକୁ ଦାରୁରୁ […]

ଜଗନ୍ନାଥଙ୍କ ଦାରୁ ଭୂପତିତ, ଦୁଇ ପେଚା ସୁରକ୍ଷିତ

pecha

Advertisment

ଜଗତସିଂହପୁର: ରାତି ପ୍ରାୟ ୮ଟା ୧୫ ବେଳେ ଜଗତସିଂହପୁରର ରଘୁନାଥପୁର କଣପଡ଼ିଆଠାରେ ଭୂପତିତ ହୋଇଛନ୍ତି। ଜଗନ୍ନାଥଙ୍କ ଦାରୁ ଆନୁଷ୍ଠାନିକ ଭାବେ ଚିହ୍ନଟ ହୋଇଥିବା ନେଇ ଘୋଷଣା ହେବା ପରଠାରୁ ସେଠାରେ ଦେଖିବାକୁ ମିଳିଥିଲା ଦୁଇଟି ପେଚା। ଲକ୍ଷ୍ମୀଙ୍କ ବାହାନ ହେଉଛି ପେଚା। ଆଉ ଏହି ପେଚାକୁ ନେଇ ପ୍ରଶାସନ ଚିନ୍ତିତ ହୋଇଥିଲା। ବିଭିନ୍ନ ବର୍ଗର ଲୋକେ ପେଚାଟିକୁ ଦାରୁରୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଚାପ ପକାଇଥିଲେ। ଏପରିକି ବନ ବିଭାଗ ପକ୍ଷରୁ ପେଚା ଦୁଇଟିକୁ ଦାରୁରୁ ଉଦ୍ଧାର କରିବା ପାଇଁ ଏକ ଟିମକୁ ପଠାଯାଇଥିଲା। ତେବେ ବନଯାଗ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା।  ଏପରିକି କେହି କେହି କଥା ହେଉଥିଲେ ଦାରୁ ଭୂପତିତ ହେବା ବେଳେ ପେଚା ଦୁଇଟିର କ’ଣ ହେବ। ସେମାନଙ୍କର କିଛି କ୍ଷତି ହେବନି ତ। ଆଉ କେହି କେହି କହୁଥିଲେ ଦାରୁ ପଡ଼ିଲା ବେଳେ ପେଚା ଦୁଇଟି ଉଡ଼ି ପଳାଇବେ। ତେବେ ସେମିତି କିଛି ହେଲା ନାହିଁ। ପକ୍ଷୀ ଦୁଇଟି ପୂରା ସୁରକ୍ଷିତ ଥିଲେ। ଗୋଟିଏ ପେଚାକୁ ଦାରୁ ପଡ଼ିବା କ୍ଷଣି ଉଦ୍ଧାର କରାଯାଇଥିଲା। ଆଉ ଗୋଟିକୁ କେଇ ମିନିଟ୍ ପରେ ଭୂପତିତ ଦାରରୁ ଉଦ୍ଧାର କରାଯାଇଥିଲା। ବନ ବିଭାଗ କର୍ମଚାରୀମାନେ ପିଜ୍ଞରା ଭିତରେ ଭର୍ତ୍ତି କରି ସୁରକ୍ଷିତ ନେଇଯାଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe