Advertisment

ଜଗତସିଂହପୁର: ଗ୍ରାମ୍ୟ ଉନ୍ନୟନ ଅଫିସ ଜଗୁଆଳୀଙ୍କୁ ଗୁଳି କରି ହତ୍ୟା

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଫିସରେ କାମ କରୁଥିବା ସୋମନାଥ ଦାସ ନାମକ ଜଣେ ଜଗୁଆଳୀଙ୍କୁ କେହି ଅଜଣା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛି।  ସବୁଦିନ ଭଳି ଆଜି ସେ ସକାଳ ପ୍ରାୟ ଆଠଟା ପାଖାପାଖି ନିକଟସ୍ଥ ଗାଁ ଚାଟ୍ରାରୁ ଅଫିସ ଆସିଥିଲେ। ପରେ ପାଣି ଆଣି ଅଫିସ ଭିତରକୁ ମଧ୍ୟ ଯାଇଥିଲେ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ତେବେ ସକାଳୁଆ ଅଫିସ ପାଇଁ ଅନ୍ୟ କର୍ମଚାରୀମାନେ ଆସିବା ପରେ ସୋମନାଥ ରକ୍ତ ଜୁଡୁବୁଡୁ ଅବସ୍ଥାରେ […]

ଅଦ୍ୟତନ ହୋଇଛି
ଜଗତସିଂହପୁର: ଗ୍ରାମ୍ୟ ଉନ୍ନୟନ ଅଫିସ ଜଗୁଆଳୀଙ୍କୁ ଗୁଳି କରି ହତ୍ୟା

Accident

Advertisment

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଫିସରେ କାମ କରୁଥିବା ସୋମନାଥ ଦାସ ନାମକ ଜଣେ ଜଗୁଆଳୀଙ୍କୁ କେହି ଅଜଣା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛି।  ସବୁଦିନ ଭଳି ଆଜି ସେ ସକାଳ ପ୍ରାୟ ଆଠଟା ପାଖାପାଖି ନିକଟସ୍ଥ ଗାଁ ଚାଟ୍ରାରୁ ଅଫିସ ଆସିଥିଲେ। ପରେ ପାଣି ଆଣି ଅଫିସ ଭିତରକୁ ମଧ୍ୟ ଯାଇଥିଲେ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ତେବେ ସକାଳୁଆ ଅଫିସ ପାଇଁ ଅନ୍ୟ କର୍ମଚାରୀମାନେ ଆସିବା ପରେ ସୋମନାଥ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଫିସରେ ପଡିଥିବାର ଦେଖିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ମୁଖ୍ୟ ଚିକିତ୍ସାଳୟ ଆଣାଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ଜଗୁଆଳୀ ଭାବେ କାମ କରୁଥିବା ସୋମନାଥଙ୍କୁ କିଏ ଓ କାହିଁକି ମାରିଲା ତାହା ସ୍ପଷ୍ଟ ହୋଇ ନାହିଁ। ତେବେ କୁହାଯାଉଛି କିଛି ଦିନ ତଳେ ସୋମନାଥଙ୍କର କିଛି ଠିକାଦାରଙ୍କ ସହିତ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe