Advertisment

ନାବାଳିକା ଦୁଷ୍କର୍ମକାରୀ କାଳିଆକୁ ଫାଶୀ ଦଣ୍ଡାଦେଶ

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଦେଢ଼ବର୍ଷ ପରେ ଅଭିଯୁକ୍ତକୁ ମିଳିଲା ଫାଶୀଦଣ୍ଡାଦେଶ। ୨୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଜଗତସିଂହପୁର ଏଡିଜେ ମାମଲାକୁ ବିଚାର କରି ଅଭିଯୁକ୍ତ କାଳିଆ ମାନା ଓରଫ ନବକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୮ ମାର୍ଚ୍ଚ ୨୦ ତାରିଖରେ ଏରସମା ଥାନା ଅଞ୍ଚଳରେ ଜଣେ ନାବାଳିକା ଗାଁ ଦାଣ୍ଡରେ ଖେଳୁଥିଲା। ଏହି ସମୟରେ ଚକୋଲେଟ୍‌ର ଲୋଭ ଦେଖାଇ ଅଭିଯୁକ୍ତ କାଳିଆ ନାବାଳିକାକୁ ନିକଟସ୍ଥ କାଜୁ ଜଙ୍ଗଲକୁ ନେଇ ଯାଇଥିଲା। ସେଠାରେ ତାକୁ ଦୁଷ୍କର୍ମ […]

author-image
Manoranjan Sial
ଅଦ୍ୟତନ ହୋଇଛି
ନାବାଳିକା ଦୁଷ୍କର୍ମକାରୀ କାଳିଆକୁ ଫାଶୀ ଦଣ୍ଡାଦେଶ

567

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଦେଢ଼ବର୍ଷ ପରେ ଅଭିଯୁକ୍ତକୁ ମିଳିଲା ଫାଶୀଦଣ୍ଡାଦେଶ। ୨୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଜଗତସିଂହପୁର ଏଡିଜେ ମାମଲାକୁ ବିଚାର କରି ଅଭିଯୁକ୍ତ କାଳିଆ ମାନା ଓରଫ ନବକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।

Advertisment

୨୦୧୮ ମାର୍ଚ୍ଚ ୨୦ ତାରିଖରେ ଏରସମା ଥାନା ଅଞ୍ଚଳରେ ଜଣେ ନାବାଳିକା ଗାଁ ଦାଣ୍ଡରେ ଖେଳୁଥିଲା। ଏହି ସମୟରେ ଚକୋଲେଟ୍‌ର ଲୋଭ ଦେଖାଇ ଅଭିଯୁକ୍ତ କାଳିଆ ନାବାଳିକାକୁ ନିକଟସ୍ଥ କାଜୁ ଜଙ୍ଗଲକୁ ନେଇ ଯାଇଥିଲା। ସେଠାରେ ତାକୁ ଦୁଷ୍କର୍ମ ପରେ ତଣ୍ଟିଚିପି ହତ୍ୟା କରି ଫିଙ୍ଗି ଦେଇଥିଲା। ପରେ ଅଭିଯୁକ୍ତ ମୃତଦେହ ଉପରେ ଡାଳ ପତ୍ର ପକାଇ ଦେଇ ଦେଇ ଗାଁରୁ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା।

ନାବାଳିକା ଦୁଷ୍କର୍ମ ପରେ ହତ୍ୟା ମାମଲା ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କ ଗିରଫ ଦାବିରେ ଗାଁ ଲୋକେ ରାସ୍ତାରୋକ କରିଥିଲେ। ପୁଲିସ ମାମଲା ରୁଜୁ କରି କଟକ ବାଦାମବାଡ଼ିରୁ ଅଭିଯୁକ୍ତ କାଳିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ଆଜି ରାୟ ପ୍ରକାଶ ପାଇଛି। ଜଗତସିଂହପୁର ଏଡିଜେ ମାମଲାକୁ ବିଚାର କରି ଅଭିଯୁକ୍ତ କାଳିଆ ମାନାକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।

Advertisment

ଗତ ଦେଢ଼ ମାସ ଭିତରେ ୩ଟି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ କୋର୍ଟ ୩ ଜଣ ଦୋଷୀଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି। ଅନୁଗୋଳ ଜିଲ୍ଲା କାଙ୍ଗୁଲା ଅଞ୍ଚଳରେ ଗତ ଜାନୁଆରୀ ୨୦ ତାରିଖରେ ଘଟିଥିବା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପାଖାପାଖି ୬ ମାସରେ ଆସିଥିଲା ରାୟ। ଜୁଲାଇ ୨୬ ତାରିଖରେ ପୋକ୍ସୋ କୋର୍ଟ ଅଭିଯୁକ୍ତ ଅନାମ ଦେହୁରୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।

ସେହିପରି ଜୁନ୍ ୧୬ ତାରିଖରେ ମୟୂରଭଞ୍ଜ ବେତନଟୀ ଅଞ୍ଚଳରେ ସଂଘଟିତ ଅନୁରୂପ ଅନ୍ୟ ଏକ ଅପରାଧରେ ବାରିପଦା ଅତିରିକ୍ତ ଦୌରାଜଜ୍ ଅଭିଯୁକ୍ତ ଜାମିନୀକାନ୍ତ ମହାନ୍ତକୁ ଦୋଷୀ ସାବ୍ୟସ୍ତ କରି ଫାଶୀଦଣ୍ଡାଦେଶ ଦେଇଥିଲେ। ଏହି ଅପରାଧ ଘଟିବାର ପାଖାପାଖି ଅଢ଼େଇମାସ ଭିତରେ ଆସିଥିଲା କୋର୍ଟଙ୍କ ରାୟ। ତେବେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଅପରାଧୀଙ୍କ ବିରୋଧରେ ଏଭଳି ତ୍ୱରିତ ଦଣ୍ଡବିଧାନକୁ ସ୍ୱାଗତ କରିଛନ୍ତି ସାମାଜିକ କର୍ମୀ। ହେଲେ ତଳକୋର୍ଟରୁ ଫାଶୀଦଣ୍ଡ ପାଇଥିବା ଦୋଷୀ ଉପରକୋର୍ଟରୁ ଯେଭଳି ନିସ୍ତାର ନପାଆନ୍ତି, ତା’ଉପରେ ଧ୍ୟାନ ଦିଆଯିବା ଉପରେ ମତ ପ୍ରକାଶ ପାଇଛି।