paradip
ପାରାଦୀପ (ରମାକାନ୍ତ ନାୟକ): ପାରାଦୀପରେ ଥିବା କାର୍ବନ କାରଖାନାକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ। କରୋନା ମହାମାରୀକୁ ଏଡ଼ାଇବା ପାଇଁ କାରଖାନାରେ କମ୍ ଶ୍ରମିକଙ୍କୁ ନେଇ କାମ କରାଇବାକୁ ଜିଲ୍ଲା ପ୍ରଶାସନ କହିଥିଲା। ହେଲେ ଏହି କାରଖାନା କର୍ତ୍ତୃପକ୍ଷ ସର୍ତ୍ତ ଖିଲାପ କରି ଅଧିକ ଶ୍ରମିକଙ୍କୁ କାମରେ ନିୟୋଜିତ କରିଥିଲେ। ୩୯ ଜଣ ଶ୍ରମିକଙ୍କୁ ନେଇ କାରଖାନା ଚଳାଇବାକୁ ଅନୁମତି ଦିଆଯାଇଥିବା ବେଳେ ୫୦ରୁ ଅଧିକ ଶ୍ରମିକଙ୍କୁ କାମରେ ଲଗାଯାଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧିର ଆଜି କାରଖାନାରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଏଥିସହ କାରଖାନା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ କାରଖାନାର ଦୁଇ ଜଣ ବରିଷ୍ଠ ପଦାଧିକାରୀଙ୍କୁ ଲକ୍ ଥାନା ପୁଲିସ୍ ଥାନାରେ ପଚରାଉଚରା କରାଯାଇଥିବା ଜଣାପଡ଼ିଛି।
ପାରାଦୀପର ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧିର କହିଛନ୍ତି, “ଏହି କାରଖାନାରେ ଶ୍ରମିକମାନଙ୍କ ମଧ୍ୟରେ ସାମାଜିକ ଦ୍ୱରତ୍ୱ ରହୁ ନଥିବା ନେଇ ଆମ ପାଖରେ ଅଭିଯୋଗ ଆସିଥିଲା। ଏହି ଅଭିଯୋଗକୁ ଭିତ୍ତି କରି କାରଖାନାରେ କାମ ବନ୍ଦ କରିବାକୁ ଆମେ ନିର୍ଦ୍ଦେଶ ଦେଇଛୁ।”
ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ ଏହି କାରଖାନାରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଶ୍ରମିକ ଗୁରୁତର ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/05/paradip-7700.jpg)