bnm
ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ମୋଟ ୩୫ଟି ସ୍ଥାନରେ ଟିକାକରଣ ପାଇଁ ବ୍ୟବସ୍ଥା ହୋଇଛି । ଟିକା ଗ୍ରହଣ କେନ୍ଦ୍ର ମାନଙ୍କରେ ଟୀକା ନେବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି। ଟିକା ଅଭାବରୁ ଅଧିକାଂଶ ଟାକାକରଣ କେନ୍ଦ୍ର ବନ୍ଦ ରହିଥିବାବେଳେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଆଉଟଡୋର ସମେତ ମୋଟ 24ଟି ସ୍ଥାନରେ ଟିକାକରଣ ଚାଲିଛି। ଅନେକ ସ୍ଥାନରେ କୋଭିଡ ଗାଇଡ ଲାଇନ ପାଳନ ହୋଇନଥିବା ଦେଖିବାକୁ ମିଳିଛି ।
ରଘୁନାଥପୁର ରେଢୁଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବାଲିକୁଦା ବୋରିକିନା ସ୍ୱାସ୍ଥ୍ୟକେନ୍ଦ୍ରରେ ପରିସ୍ଥିତି ଅସମ୍ଭାଳ ହୋଇଥିଲା । ସମୟ ଅତିକ୍ରାନ୍ତ ଭୟରେ 2ୟ ଡୋଜ ନେବା ପାଇଁ ରାତି 4ଟାରୁ ଲୋକମାନେ ଏଠାରେ ଲାଇନ ଲଗାଇଥିଲେ। ରେଢୁଆରେ ଭିଡ ଯୋଗୁ ଠେଲାପେଲା ହୋଇଥିଲା ଏବଂ 2 ଜଣ ବରିଷ୍ଠ ନାଗରିକ ସାମାନ୍ୟ ଆହତ ହୋଇଥିବା ଅଭିଯୋଗ ହୋଇଛି।
ସେହିପରି ବୋରିକିନାଠାରେ ମଧ୍ୟ ଟିକା ନେବା ପାଇଁ ଧାଡିରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରେ ଠେଲାପେଲା ହେବାରୁ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ସ୍ଥାନୀୟ ତହସିଲଦାର ଓ ପୁଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ । ଅନ୍ୟପକ୍ଷରେ ଜଗତସିଂହପୁର ଜିଲ୍ଳା ମୁଖ୍ୟ ଚିକତ୍ସା ଅଧିକାରୀ ଡାଃ ବିଜୟା ପଣ୍ଡା କହିଛନ୍ତି ଯେ, ଅନେକ ଲୋକଙ୍କର ସମୟ ସରି ଆସୁଥିବାରୁ ସବୁ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀମାନଙ୍କୁ କେବଳ 2ୟ ଡୋଜ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକ ଟିକା ଆସିଲେ ସରକାରଙ୍କ ଗାଇଡଲାଇନ ଅନୁସାରେ ସମସ୍ତଙ୍କୁ ଟିକା ଦିଆଯିବ ବୋଲି ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/05/bnm-1.jpg)