Advertisment

ପୁଲିସକୁ ମାଡ଼ ମାରିଥିଲା, ଖଣ୍ଡା ସହ ଧରା ପଡ଼ିଲା

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ଅନ୍ତର୍ଗତ ତେରମାଣପୁର ବାଲିସାହି ଗ୍ରାମରେ ପୁଲିସ ଉପରେ ଆକ୍ରମଣ ଘଟଣାର ଅଭିଯୁକ୍ତ ନନ୍ଦ ବରାଳକୁ ଗିରଫ କରିଛି ପୁଲିସ। କୁଜଙ୍ଗ ଥାନା ଅନ୍ତର୍ଗତ ବଡ଼ ବାଲିକଣି ଗ୍ରାମରୁ ନନ୍ଦକୁ ଗିରଫ କରାଯାଇଥିବା ତିର୍ତ୍ତୋଲ ଏସଡିପିଓ ଦୀପକ ରଞ୍ଜନ ଜେନା ସୂଚନା ଦେଇଛନ୍ତି । ନନ୍ଦ ଠାରୁ ଏକ ଖଣ୍ଡା ଏବଂ ଅନ୍ୟାନ୍ୟ ଚୋରି ସାମଗ୍ରୀ ଜବତ କରାଯାଇଛି। ଏଠାରେ ସୂଚନାଯୋଗ୍ୟ, ଗତ ବୁଧବାର ରାତିରେ ତିର୍ତ୍ତୋଲ […]

author-image
Ranjit Kumar Jena
ପୁଲିସକୁ ମାଡ଼ ମାରିଥିଲା, ଖଣ୍ଡା ସହ ଧରା ପଡ଼ିଲା

attack

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ଅନ୍ତର୍ଗତ ତେରମାଣପୁର ବାଲିସାହି ଗ୍ରାମରେ ପୁଲିସ ଉପରେ ଆକ୍ରମଣ ଘଟଣାର ଅଭିଯୁକ୍ତ ନନ୍ଦ ବରାଳକୁ ଗିରଫ କରିଛି ପୁଲିସ। କୁଜଙ୍ଗ ଥାନା ଅନ୍ତର୍ଗତ ବଡ଼ ବାଲିକଣି ଗ୍ରାମରୁ ନନ୍ଦକୁ ଗିରଫ କରାଯାଇଥିବା ତିର୍ତ୍ତୋଲ ଏସଡିପିଓ ଦୀପକ ରଞ୍ଜନ ଜେନା ସୂଚନା ଦେଇଛନ୍ତି । ନନ୍ଦ ଠାରୁ ଏକ ଖଣ୍ଡା ଏବଂ ଅନ୍ୟାନ୍ୟ ଚୋରି ସାମଗ୍ରୀ ଜବତ କରାଯାଇଛି।

Advertisment

ଏଠାରେ ସୂଚନାଯୋଗ୍ୟ, ଗତ ବୁଧବାର ରାତିରେ ତିର୍ତ୍ତୋଲ ଥାନା ସାଇଲୋ ଗ୍ରାମର ଏକ ମନ୍ଦିରରୁ ଚୋରି ହୋଇଥିବା ନେଇ ଗ୍ରାମବାସୀ ଥାନାରେ ଅଭିଯୋଗ କରିଥିଲେ । ତେବେ ଗୁରୁବାର ଅପରାହ୍ନରେ ତିର୍ତ୍ତୋଲ ଥାନାର ଜଣେ ମହିଳା ଏସଆଇ ଓ ଜଣେ ହାବିଲଦାର ସନ୍ଧାନୀ କୁକୁର ଟିମ ସହିତ ଘଟଣା ସ୍ଥଳକୁ ଯାଇଥିଲେ। ସନ୍ଧାନୀ କୁକୁର ତେରମାଣପୁର ବାଲିସାହି ଗ୍ରାମର ନନ୍ଦ ବରାଳଙ୍କ ଘର ପାଖରେ ଅଟକି ଯିବାରୁ ପୁଲିସ ସେଠାରେ ପହଞ୍ଚିଥିଲା।

ପୂର୍ବରୁ ନନ୍ଦ ନାମରେ ବିଭିନ୍ନ ମାମଲା ଥିବାରୁ ହାବିଲଦାର ସ୍ମୃତି ମହାପାତ୍ର ତାକୁ କବାଟ ଖୋଲିବାକୁ କହିଲେ । ପ୍ରଥମେ ନନ୍ଦକିଶୋର କବାଟ ଖୋଲିବାକୁ ମନା କରି ଦେଇଥିଲା । ହଠାତ୍ ସେ ଘର ପଛ ପଟ କବାଟ ପଟେ ଏକ ଖଣ୍ଡା ଧରି ବାହାରକୁ ଆସି ବୁଲାଇ ଥିଲା। ପୁଲିସ୍ ତାକୁ କାବୁ କରିବାକୁ ଉଦ୍ୟମ କରିବା ସମୟରେ ସେ ହାବିଲଦାର ମହାପାତ୍ରଙ୍କୁ ଏକ ଠେଙ୍ଗାରେ ନିସ୍ତୁକ ପିଟିଥିଲା । ମାଡ଼ ମାରିବା ପରେ ନନ୍ଦ ଫେରାର ହୋଇ ଯାଇଥିଲା।

Advertisment

ଏବେ ଗିରଫ ହେବା ପରେ ନନ୍ଦ ଠାରୁ ପୁଲିସ୍ ମନ୍ଦିରରୁ ଚୋରି ହୋଇଥିବା ସାମଗ୍ରୀକୁ ଜବତ କରାଯାଇଛି । ଗିରଫ ପରେ ତାକୁ କୋର୍ଟ ଚାଲାଣ କରାଯାଇଛି ।