Advertisment

ପାରାଦୀପରେ ବାଂଲାଦେଶୀ ବୋଟ୍ ଜବତ, ୨୦ ନାଗରିକ ଅଟକ

ପାରାଦୀପ (ରମାକାନ୍ତ ନାୟକ): ପାରାଦୀପ ଉପକୂଳରୁ ସନ୍ଦିଗ୍ଦ ବାଂଲାଦେଶୀ ବୋଟ୍ ଜବତ ଘଟଣାରେ ଆସନ୍ତାକାଲି ହେବ ଜଏଣ୍ଟ୍ ଇନକ୍ୱାରୀ। ନୌସେନା, କୋଷ୍ଟ୍ ଗାର୍ଡ, ମେରାଇନ୍ ପୁଲିସ, କଷ୍ଟମ୍ସ, ମତ୍ସ୍ୟ ବିଭାଗ ଓ ଗୁଇନ୍ଦା ବିଭାଗ ଏହାର ମିଳିତ ତଦନ୍ତ କରିବେ। ଏନେଇ ସୂଚନା ଦେଇଛନ୍ତି ପାରାଦୀପ ଅତିରିକ୍ତ ଏସପି। ବାଂଲାଦେଶୀ ବୋଟରେ ଥିବା ୨୦ ଜଣ ବାଂଲା ନାଗରିକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ଓ ସେମାନଙ୍କ ପରିଚୟ ଯାଞ୍ଚ ଚାଲିଛି। ଅଟକ ମତ୍ସ୍ୟଜୀବୀଙ୍କ କହିବା କଥା […]

ପାରାଦୀପରେ ବାଂଲାଦେଶୀ ବୋଟ୍ ଜବତ, ୨୦ ନାଗରିକ ଅଟକ

bangladesi

Advertisment

ପାରାଦୀପ (ରମାକାନ୍ତ ନାୟକ): ପାରାଦୀପ ଉପକୂଳରୁ ସନ୍ଦିଗ୍ଦ ବାଂଲାଦେଶୀ ବୋଟ୍ ଜବତ ଘଟଣାରେ ଆସନ୍ତାକାଲି ହେବ ଜଏଣ୍ଟ୍ ଇନକ୍ୱାରୀ। ନୌସେନା, କୋଷ୍ଟ୍ ଗାର୍ଡ, ମେରାଇନ୍ ପୁଲିସ, କଷ୍ଟମ୍ସ, ମତ୍ସ୍ୟ ବିଭାଗ ଓ ଗୁଇନ୍ଦା ବିଭାଗ ଏହାର ମିଳିତ ତଦନ୍ତ କରିବେ। ଏନେଇ ସୂଚନା ଦେଇଛନ୍ତି ପାରାଦୀପ ଅତିରିକ୍ତ ଏସପି।

Advertisment

ବାଂଲାଦେଶୀ ବୋଟରେ ଥିବା ୨୦ ଜଣ ବାଂଲା ନାଗରିକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ଓ ସେମାନଙ୍କ ପରିଚୟ ଯାଞ୍ଚ ଚାଲିଛି। ଅଟକ ମତ୍ସ୍ୟଜୀବୀଙ୍କ କହିବା କଥା ଯେ ସେମାନେ ଗତ ୭ ତାରିଖରୁ ମାଛ ଧରିବାକୁ ବାଂଲାଦେଶ ଭୋଲାବୋରିସାଲ୍ ଜିଲ୍ଲାରୁ ବାହରିଥିଲେ ଓ ୧୧ ତାରିଖରେ ମଝି ସମୁଦ୍ରରେ ସେମାନଙ୍କର ବୋଟ୍ ଖରାପ ହୋଇଯାଇଥିଲା।

୨୦ ତାରିଖ ପରେ ଖାଦ୍ୟ ସରିଯିବାରୁ ସେମାନେ ବରଫ ଖାଇ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସେମାନେ ଭାରତୀୟ ଜଳସୀମାରେ ପ୍ରବେଶ କରିବା ପରେ ପାରାଦୀପର କିଛି ମାଛମରା ବୋଟ୍ ଦେଖି ସାହାଯ୍ୟ ପାଇଁ ଡାକିଥିଲେ ଓ ପାରାଦୀପରେ ପହଞ୍ଚିଥିଲେ। ଅନ୍ୟପକ୍ଷରେ ସେମାନେ କେତେ ସତ କହୁଛନ୍ତି ସେ ନେଇ କୋଷ୍ଟଗାର୍ଡ, ମେରାଇନ ପୁଲିସ, ଗୁଇନ୍ଦା ପୁଲିସ ଟିକିନିଖି ଯାଞ୍ଚ କରୁଛନ୍ତି। ପ୍ରକୃତରେ ଇଞ୍ଜିନ ଖରାପ ହୋଇଥିଲା ନା ଜାଣିଶୁଣି ଖରାପ କରାଯାଇଛି, ଟେକ୍ନିକାଲ ଟିମ୍ ଯାଞ୍ଚ କରିବେ। ତା ପରେ ଘଟଣା ସ୍ପଷ୍ଟ ହେବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe