Advertisment

କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଜଗତସିଂହପୁର (ଶଶାଙ୍କ ପଣ୍ଡା): ରାଜ୍ୟରେ ନେତା ଓ ମନ୍ତ୍ରୀମାନଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରିବା ଏବେ ସାଧାରଣ କଥା ହୋଇଗଲାଣି। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗରେ ରାଜ୍ୟ ବିଭିନ୍ନ ସ୍ଥାନରେ ଶାସକ ଦଳର ନେତା ଓ ମନ୍ତ୍ରୀମାନଙ୍କୁ ବିରୋଧୀ ଦଳ ପକ୍ଷରୁ ଅଣ୍ଡାମାଡ଼ କରାଯାଉଛି। ଏହିକ୍ରମରେ ଆଜି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଣ୍ଡାମାଡ଼ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ […]

କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

anda-mada

Advertisment

ଜଗତସିଂହପୁର (ଶଶାଙ୍କ ପଣ୍ଡା): ରାଜ୍ୟରେ ନେତା ଓ ମନ୍ତ୍ରୀମାନଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରିବା ଏବେ ସାଧାରଣ କଥା ହୋଇଗଲାଣି। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗରେ ରାଜ୍ୟ ବିଭିନ୍ନ ସ୍ଥାନରେ ଶାସକ ଦଳର ନେତା ଓ ମନ୍ତ୍ରୀମାନଙ୍କୁ ବିରୋଧୀ ଦଳ ପକ୍ଷରୁ ଅଣ୍ଡାମାଡ଼ କରାଯାଉଛି। ଏହିକ୍ରମରେ ଆଜି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଣ୍ଡାମାଡ଼ କରାଯାଇଛି।

Advertisment

ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ବୃଦ୍ଧି ପ୍ରତିବାଦରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ କରାଯାଇଛି। ଜଗତସିଂହପୁର ଜିଲ୍ଲା ନାଉଗାଁରେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ କର୍ମୀ ଅଣ୍ଡାମାଡ କରିଛନ୍ତି। ମନ୍ତ୍ରୀ ନାଉଗାଁ ଯାଉଥିବା ବେଳେ ମୁଣ୍ଡାଳ ଓ ଅଲଣାହାଟ ନିକଟରେ କଳାପତାକା ଦେଖାଇଥିଲେ। ଏଥିସହ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ ବି କରିଥିଲେ।

ୟୁପିର ଲଖୀମପୁର ଖେରୀ ଘଟଣା ଏବଂ ଦରଦାମ୍ ବୃଦ୍ଧି ପ୍ରତିବାଦରେ ଏଭଳି ବିରୋଧ ପ୍ରଦର୍ଶନ କରାଯାଇଥିବା ଛାତ୍ର କଂଗ୍ରେସ କହିଛି। ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ଏଭଳି ଘଟଣାକୁ ଗୁରୁତ୍ୱ ଦିଅନ୍ତି ନାହି ବୋଲି କହିଛନ୍ତି। କେନ୍ଦ୍ର ସରକାର ପ୍ରଦାନ କରୁଥିବା ଅର୍ଥର ସଠିକ ବିନିଯୋଗ ଓଡ଼ିଶାରେ ହେଉନଥିବାରୁ ବିକାଶରେ ବାଧା ସୃଷ୍ଟି ହେଉଥିବା ପାଲଟା ଅଭିଯୋଗ କରିଛନ୍ତି ବିଶ୍ୱେଶ୍ୱର।

Advertisment

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଆଜି ଜଗତସିଂହପୁର ଜିଲ୍ଳା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଥମେ ଶ୍ରୀ ଟୁଡୁ ନାଉଗାଁ ବ୍ଲକ୍ ଅନ୍ତର୍ଗତ ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟ ପୂର୍ବତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଭଗବାନ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହରେ ଯୋଗଦେଇ କୃତୀ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହା ପରେ ଜଗତସିଂହପୁର ସର୍କିଟ ହାଉସ ପରିସରରେ ଜଳସଂପଦ ବିଭାଗ, ଜଳ ଓ ପରିମଳ ବିଭାଗ ତଥା ଆଦିବାସୀ କଲ୍ୟାଣ ବିଭାଗର ଅଧିକାରୀ ମାନଙ୍କ ସହିତ ବିଭାଗର ଉନ୍ନୟନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ କେନ୍ଦ୍ରମନ୍ତ୍ରୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe