ପାରାଦୀପ, କୁଜଙ୍ଗ, ଏରସମା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ

ପାରାଦୀପ (ଓଡ଼ିଶା ରିପୋର୍ଟର) ପାରାଦୀପ, କୁଜଙ୍ଗ, ଏରସମା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଲାଗି ରହିଛି।  ଗତକାଲି ରାତି ପ୍ରାୟ ୯ଟା ବେଳେ ଘଡଘଡି ସହ ଭୀଷଣ ଧୂଳିଝଡ ଓ ବର୍ଷା ହୋଇଥିଲା। ଫଳରେ ଅନେକ ସ୍ଥାନରେ ଗଛ ପଡ଼ିବା ସାଙ୍ଗକୁ ଚାଳଛପର ଘର କ୍ଷତିଗ୍ରସ୍ତ ହେବା ସହ କୋଠା ଘର ମଧ୍ୟ ଭାଙ୍ଗିଯାଇଛି। ବିଜୁଳି ଖୁଣ୍ଟ ଭାଙ୍ଗିପଡିଥିବା ଦେଖିବାକୁ ମିଳିଛି । କୁଜଙ୍ଗ, ଗଣ୍ଡକିପୁର, ଫତେପୁର, ରଙ୍ଗିଆଗଡ଼, ନୂଆଗାଁ, ଢିଙ୍କିଆ, ତ୍ରିଲୋଚନପୁର, ଗୋବିନ୍ଦପୁର ଆଦି ଅଂଚଳରେ ବ୍ୟାପକ […]

bc1

Tapas Behera
  • Published: Monday, 19 April 2021
  • , Updated: 19 April 2021, 07:54 PM IST

ପାରାଦୀପ (ଓଡ଼ିଶା ରିପୋର୍ଟର) ପାରାଦୀପ, କୁଜଙ୍ଗ, ଏରସମା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଲାଗି ରହିଛି।  ଗତକାଲି ରାତି ପ୍ରାୟ ୯ଟା ବେଳେ ଘଡଘଡି ସହ ଭୀଷଣ ଧୂଳିଝଡ ଓ ବର୍ଷା ହୋଇଥିଲା। ଫଳରେ ଅନେକ ସ୍ଥାନରେ ଗଛ ପଡ଼ିବା ସାଙ୍ଗକୁ ଚାଳଛପର ଘର କ୍ଷତିଗ୍ରସ୍ତ ହେବା ସହ କୋଠା ଘର ମଧ୍ୟ ଭାଙ୍ଗିଯାଇଛି। ବିଜୁଳି ଖୁଣ୍ଟ ଭାଙ୍ଗିପଡିଥିବା ଦେଖିବାକୁ ମିଳିଛି ।

କୁଜଙ୍ଗ, ଗଣ୍ଡକିପୁର, ଫତେପୁର, ରଙ୍ଗିଆଗଡ଼, ନୂଆଗାଁ, ଢିଙ୍କିଆ, ତ୍ରିଲୋଚନପୁର, ଗୋବିନ୍ଦପୁର ଆଦି ଅଂଚଳରେ ବ୍ୟାପକ ଭାବେ କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି । ଗଣ୍ଡକିପୁର ଗାଁରେ ଅଜୟ ମାଝୀଙ୍କ ଘର ଉପରେ ପଡୋଶୀଙ୍କ ନଡ଼ଇା ଗଛ ଭାଙ୍ଗି ପଡିଥିବାବେଳେ ଘର ଛାତ ଫାଟି ପାଣି ଝରୁଛି ।

ଫଳରେ ଅଘଟଣ ଆଶଙ୍କାରେ ରହୁଛନ୍ତି ପରିବାର। ଏନେଇ ପରିବାର ଲୋକେ ପ୍ରଶାସନ ନିକଟରେ ସହାୟତା ଦାବି କରିଛନ୍ତି । ପୁଣି ପାନବରଜ ଭାଙ୍ଗି ଯିବାରୁ ବିଭିନ୍ନ ଅଂଚଳର ପାନଚାଷୀ ବି କ୍ଷତିଗ୍ରସ୍ତ ହୋଇଛନ୍ତି । ଗତକାଲି ରାତି ସାରା ସମଗ୍ର ଅଂଚଳ ଅନ୍ଧାରରେ ବୁଡି ରହିଥିବାବେଳେ ଆଜିବି ଦିନ ତମାମ ଗରମରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ସେପଟେ କ୍ଷତିଗ୍ରସ୍ତଙ୍କ କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଦେବାକୁ ଆରଆଇ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆବଶ୍ୟକ ପଦକ୍ଷେପ ନେଇ ତୁରନ୍ତ ବିଦ୍ୟୁତ ସଂଯୋଗ କରିବାକୁ ବିଭାଗକୁ ଜଣାଯାଇଥିବା କହିଛନ୍ତି କୁଜଙ୍ଗ ଅତିରିକ୍ତ ତହସିଲଦାର ।

Related story