bc1
ପାରାଦୀପ (ଓଡ଼ିଶା ରିପୋର୍ଟର) ପାରାଦୀପ, କୁଜଙ୍ଗ, ଏରସମା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଲାଗି ରହିଛି। ଗତକାଲି ରାତି ପ୍ରାୟ ୯ଟା ବେଳେ ଘଡଘଡି ସହ ଭୀଷଣ ଧୂଳିଝଡ ଓ ବର୍ଷା ହୋଇଥିଲା। ଫଳରେ ଅନେକ ସ୍ଥାନରେ ଗଛ ପଡ଼ିବା ସାଙ୍ଗକୁ ଚାଳଛପର ଘର କ୍ଷତିଗ୍ରସ୍ତ ହେବା ସହ କୋଠା ଘର ମଧ୍ୟ ଭାଙ୍ଗିଯାଇଛି। ବିଜୁଳି ଖୁଣ୍ଟ ଭାଙ୍ଗିପଡିଥିବା ଦେଖିବାକୁ ମିଳିଛି ।
କୁଜଙ୍ଗ, ଗଣ୍ଡକିପୁର, ଫତେପୁର, ରଙ୍ଗିଆଗଡ଼, ନୂଆଗାଁ, ଢିଙ୍କିଆ, ତ୍ରିଲୋଚନପୁର, ଗୋବିନ୍ଦପୁର ଆଦି ଅଂଚଳରେ ବ୍ୟାପକ ଭାବେ କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି । ଗଣ୍ଡକିପୁର ଗାଁରେ ଅଜୟ ମାଝୀଙ୍କ ଘର ଉପରେ ପଡୋଶୀଙ୍କ ନଡ଼ଇା ଗଛ ଭାଙ୍ଗି ପଡିଥିବାବେଳେ ଘର ଛାତ ଫାଟି ପାଣି ଝରୁଛି ।
ଫଳରେ ଅଘଟଣ ଆଶଙ୍କାରେ ରହୁଛନ୍ତି ପରିବାର। ଏନେଇ ପରିବାର ଲୋକେ ପ୍ରଶାସନ ନିକଟରେ ସହାୟତା ଦାବି କରିଛନ୍ତି । ପୁଣି ପାନବରଜ ଭାଙ୍ଗି ଯିବାରୁ ବିଭିନ୍ନ ଅଂଚଳର ପାନଚାଷୀ ବି କ୍ଷତିଗ୍ରସ୍ତ ହୋଇଛନ୍ତି । ଗତକାଲି ରାତି ସାରା ସମଗ୍ର ଅଂଚଳ ଅନ୍ଧାରରେ ବୁଡି ରହିଥିବାବେଳେ ଆଜିବି ଦିନ ତମାମ ଗରମରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ସେପଟେ କ୍ଷତିଗ୍ରସ୍ତଙ୍କ କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଦେବାକୁ ଆରଆଇ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆବଶ୍ୟକ ପଦକ୍ଷେପ ନେଇ ତୁରନ୍ତ ବିଦ୍ୟୁତ ସଂଯୋଗ କରିବାକୁ ବିଭାଗକୁ ଜଣାଯାଇଥିବା କହିଛନ୍ତି କୁଜଙ୍ଗ ଅତିରିକ୍ତ ତହସିଲଦାର ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/04/bc1.jpg)