Advertisment

ଜିଲ୍ଲାପାଳଙ୍କ ଘର ସମ୍ମୁଖରେ ଧାନ ବସ୍ତା ରଖି ଧାରଣା

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲାରେ ଚଳିତବର୍ଷ ମୋଟ ୧୦୫ ଟି ଧାନମଣ୍ଡି ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ କିଣିବାର ବ୍ୟବସ୍ଥା କରାଯାଇଛି । ହେଲେ ଟାର୍ଗେଟ ନଥିବା କହି ଅନେକ ମଣ୍ଡିରେ ସମସ୍ତ ବଳକା ଧାନ କ୍ରୟ ହେଉନଥିବାରୁ ଦିନକୁ ଦିନ ଚାଷୀ ଅସନ୍ତୋଷ ଚରମ ସୀମାରେ ପହଂଚିଛି । ଏହାର ପ୍ରତିବାଦ କରି କେତେକ ମଣ୍ଡିରେ ଚାଷୀମାନେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଆଜି ନବନିର୍ମାଣ କୃଷକ ସଙ୍ଗଠନ ତରଫରୁ ଜଗତସିଂହପୁର […]

ଜିଲ୍ଲାପାଳଙ୍କ ଘର ସମ୍ମୁଖରେ ଧାନ ବସ୍ତା ରଖି ଧାରଣା

vip

Advertisment

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲାରେ ଚଳିତବର୍ଷ ମୋଟ ୧୦୫ ଟି ଧାନମଣ୍ଡି ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ କିଣିବାର ବ୍ୟବସ୍ଥା କରାଯାଇଛି । ହେଲେ ଟାର୍ଗେଟ ନଥିବା କହି ଅନେକ ମଣ୍ଡିରେ ସମସ୍ତ ବଳକା ଧାନ କ୍ରୟ ହେଉନଥିବାରୁ ଦିନକୁ ଦିନ ଚାଷୀ ଅସନ୍ତୋଷ ଚରମ ସୀମାରେ ପହଂଚିଛି । ଏହାର ପ୍ରତିବାଦ କରି କେତେକ ମଣ୍ଡିରେ ଚାଷୀମାନେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ

Advertisment

ଆଜି ନବନିର୍ମାଣ କୃଷକ ସଙ୍ଗଠନ ତରଫରୁ ଜଗତସିଂହପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖି ଧାରଣା ଦିଆଯାଇଛି । ଚାଷୀନେତା ରଶ୍ମିରଞ୍ଜନ ସ୍ୱାଇଁ NJ ଏବଂ ଦୁର୍ଗା ଚରଣ ସ୍ୱାଇଁଙ୍କ ନେତୃତ୍ୱରେ ଚାଷୀମାନେ ଧାରଣାରେ ବସିଥିବା ବେଳେ ସମସ୍ତ ଧାନ କ୍ରୟ କରିବାର ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ପ୍ରକାଶ କରିଛନ୍ତି ।

ସେହିପରି ରଘୁନାଥପୁର ବ୍ଳକ ଅନ୍ତର୍ଗତ ତାରପୁର ପ୍ରାଥମିକ ସେବା ସମିତି ତରଫରୁ ଖୋଲା ଯାଇଥିବା ମଣ୍ଡିରେ ଜଣେ ମହିଳା ଚାଷୀଙ୍କ ଟୋକନ ରଦ୍ଦ ହୋଇଯିବାରୁ ମଣ୍ଡିରେ ଲାଗିଥିବା ଧାନ ଓଜନ କଣ୍ଟା ଉପରେ ବସି ପ୍ରତିବାଦ କରିଥିଲେ । ଏହାକୁ ନେଇ ସେଠାରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା।  ସମିତି କର୍ତ୍ତୃପକ୍ଷ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe