Advertisment

ସାମ୍ବାଦିକଙ୍କୁ ଚାପୁଡ଼ା ମାରିଲେ ଆଇଆଇସି

ଜଗତସିଂହପୁର (ଶଶାଙ୍କ ପଣ୍ଡା): ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ପୁଣି ପୁଲିସ ଅଧିକାରୀଙ୍କ ଆକ୍ରମଣ ଅଭିଯୋଗ ଆସିଛି। ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବନ୍ଦର ସାମୁଦ୍ରିକ ଥାନା ଅଞ୍ଚଳରୁ ଏହି ଅଭିଯୋଗ ଆସିଛି। ଅଭିଯୋଗ ଅନୁସାରେ ବନ୍ଦର ଥାନା ଆଇଆଇସି ଅଜୟ ମୁଦୁଲି ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ମରିଚିପୁର ଛକରେ ଲୋକମାନଙ୍କୁ ଗାଳିଗୁଲଜ କରୁଥିବା ଖବର ପାଇ ବିଶ୍ଵଜିତ ବରାଳ ନାମକ ଜଣେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିଥିଲେ। ନିଜ କ୍ୟାମେରାରେ ଭିଜୁଆଲ […]

author-image
Ranjit Kumar Jena
ସାମ୍ବାଦିକଙ୍କୁ ଚାପୁଡ଼ା ମାରିଲେ ଆଇଆଇସି

jagatsinghpur

ଜଗତସିଂହପୁର (ଶଶାଙ୍କ ପଣ୍ଡା): ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ପୁଣି ପୁଲିସ ଅଧିକାରୀଙ୍କ ଆକ୍ରମଣ ଅଭିଯୋଗ ଆସିଛି। ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବନ୍ଦର ସାମୁଦ୍ରିକ ଥାନା ଅଞ୍ଚଳରୁ ଏହି ଅଭିଯୋଗ ଆସିଛି।

Advertisment

ଅଭିଯୋଗ ଅନୁସାରେ ବନ୍ଦର ଥାନା ଆଇଆଇସି ଅଜୟ ମୁଦୁଲି ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ମରିଚିପୁର ଛକରେ ଲୋକମାନଙ୍କୁ ଗାଳିଗୁଲଜ କରୁଥିବା ଖବର ପାଇ ବିଶ୍ଵଜିତ ବରାଳ ନାମକ ଜଣେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିଥିଲେ।

ନିଜ କ୍ୟାମେରାରେ ଭିଜୁଆଲ ରେକର୍ଡିଂ କଲାବେଳେ ଆଇଆଇସି ଶ୍ରୀ ମୁଦୁଲି ତାଙ୍କୁ ଏକ ଚାପୁଡ଼ା ମାରିବା ସହିତ କ୍ୟାମେରା ଛଡ଼ାଇବାକୁ ଉଦ୍ୟମ କରିଥିବା ବିଶ୍ଵଜିତ ଆଜି ଜଗତସିଂହପୁର ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତୁରନ୍ତ ଉକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବିଶ୍ଵଜିତ।

Advertisment

ଏ ସମ୍ପର୍କରେ ଏସପି ଅଖିଳେଶ୍ୱର ସିଂଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଅଜୟ ମୁଦୁଲିଙ୍କୁ ବନ୍ଦର ଥାନାରୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଘଟଣା ସମ୍ପର୍କରେ ତଦନ୍ତ ଚାଲିଛି। ରିପୋର୍ଟ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।