ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ପାଇକା ନଦୀର ପାରିଲଙ୍କାପଡା ଘାଟରେ ଗତକାଲି ଅପରାହ୍ନରେ ଘଟିଛି ଅଘଟଣ। ନଦୀ ପାର ହେବା ସମୟରେ ନଦୀରେ ଭାସି ଜାଇ ନିଖୋଜ ଥିବା ତ୍ରିଲୋଚନ ଦାସଙ୍କ ମୃତ ଦେହ ଆଜି ଉଦ୍ଧାର ହୋଇଛି। ତ୍ରିଲୋଚନ ନଦୀ ସେପଟରୁ ଏପଟ ତୁଠକୁ ପାଣିରେ ପଶି ପାର୍ ହେଉଥିବା ସମୟରେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ।
ଖବର ପାଇ ତିର୍ତ୍ତୋଲ ଓ କୋରୁଅ ଅଗ୍ନିଶମ ସେବା ବାହିନୀ ଘଟଣା ସ୍ତଳରେ ପହଁଛି ନଦୀରେ ଖୋଜା ଖୋଜି କରିଥିଲେ ମଧ୍ୟ ତ୍ରିଲୋଚନଙ୍କର କୌଣସି ପତ୍ତା ମିଳିନଥିଲା। ତେବେ ଆଜି ସକାଳୁ ପୁଣି ଖୋଜାଖୋଜି ଚାଲିଥିଲା। ହେଲେ ଅପରାହ୍ନରେ ଘଟଣା ସ୍ଥଳର ୨ କିମି ଦୂରରୁ ତ୍ରିଲୋଚନଙ୍କ ମୃତ ଦେହକୁ କୋରୁଅ ଅଗ୍ନିଶମ ସେବା କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ହୋଇଛି। ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ମୃତ ଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଘୁଷୁରୀ ପାଇଁ କଳି! ବୃଦ୍ଧଙ୍କୁ କଟୁରୀରେ ହାଣି ହତ୍ୟା
ପ୍ରହ୍ଲାଦ ଘରେ ଥିବା ବେଳେ ନିକଟସ୍ଥ ନାରଦିଆ ଗ୍ରାମର ବାନା ଦାସ ତାଙ୍କୁ କଟୁରୀରେ ହାଣି ହତ୍ୟା କରିଥିଲେ।
Crime
ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା, ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ
୨୦୨୧ ମସିହାରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳରେ ଘଟିଥିଲା ଏହି ଘଟଣା।
Accident
ଜଳିଗଲା ବାଣ ଦୋକାନ
ବାଣ ଦୋକାନ କରିବାକୁ ନିର୍ଦ୍ଦିଷ୍ଟ ସ୍ଥାନ ସ୍ଥିର ହୋଇଥିଲେ ବି ବଜାର, ଛକ ଓ ଗାଁ ମୁଣ୍ଡରେ କିପରି ବାଣ ଦୋକାନ ଖୋଲୁଛି, ତାକୁ ନେଇ ପ୍ରଶ୍ନ ଉଠିଛି।
Crime
ଘର ଭିତରୁ ନିଖୋଜ ହୋଇଗଲା ସାଢ଼େ ୩ ବର୍ଷର ଶିଶୁପୁତ୍ର
ଘରକୁ ଆସିଥିବା ଜଣେ ସଂପର୍କୀୟ ଓ ଅନ୍ୟ ଜଣେ ଯୁବକ ଛୁଆଟିକୁ ଅପହରଣ କରିଥିବା ଅଭିଯୋଗ ହୋଇଛି।
Crime
ଡଲାର ଓ ବିଦେଶୀ ସାମଗ୍ରୀ ସଉକ; ଗିରଫ ଡ଼ାକ୍ତରଙ୍କ ଗୁମର ଫିଟୁଛି
ସିବିଆଇ ଚଢ଼ାଉବେଳେ ତାଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ଦାମୀ ସିଗାରେଟ ମିଳିଥିଲା। ଏହାସହ ବିଛଣା ତଳୁ, ବାଥରୁମରୁ ପାଖାପାଖି କୋଟିଏ ଟଙ୍କା ସହ ବିପୁଳ ପରିମାଣର ବିଦେଶୀ ମୁଦ୍ରା ଜବତ କରାଯାଇଥିଲା।