Advertisment

କାଲି ଭାସିଯାଇଥିଲେ, ଆଜି ମିଳିଲା ମୃତଦେହ

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ପାଇକା ନଦୀର ପାରିଲଙ୍କାପଡା ଘାଟରେ ଗତକାଲି ଅପରାହ୍ନରେ ଘଟିଛି ଅଘଟଣ। ନଦୀ ପାର ହେବା ସମୟରେ ନଦୀରେ ଭାସି ଜାଇ ନିଖୋଜ ଥିବା ତ୍ରିଲୋଚନ ଦାସଙ୍କ ମୃତ ଦେହ ଆଜି ଉଦ୍ଧାର ହୋଇଛି। ତ୍ରିଲୋଚନ ନଦୀ ସେପଟରୁ ଏପଟ ତୁଠକୁ ପାଣିରେ ପଶି ପାର୍ ହେଉଥିବା ସମୟରେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଖବର ପାଇ ତିର୍ତ୍ତୋଲ ଓ କୋରୁଅ ଅଗ୍ନିଶମ ସେବା ବାହିନୀ ଘଟଣା ସ୍ତଳରେ ପହଁଛି […]

ଅଦ୍ୟତନ ହୋଇଛି
କାଲି ଭାସିଯାଇଥିଲେ, ଆଜି ମିଳିଲା ମୃତଦେହ

jagatsinghpur

Advertisment

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ପାଇକା ନଦୀର ପାରିଲଙ୍କାପଡା ଘାଟରେ ଗତକାଲି ଅପରାହ୍ନରେ ଘଟିଛି ଅଘଟଣ। ନଦୀ ପାର ହେବା ସମୟରେ ନଦୀରେ ଭାସି ଜାଇ ନିଖୋଜ ଥିବା ତ୍ରିଲୋଚନ ଦାସଙ୍କ ମୃତ ଦେହ ଆଜି ଉଦ୍ଧାର ହୋଇଛି। ତ୍ରିଲୋଚନ ନଦୀ ସେପଟରୁ ଏପଟ ତୁଠକୁ ପାଣିରେ ପଶି ପାର୍ ହେଉଥିବା ସମୟରେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ।

Advertisment

ଖବର ପାଇ ତିର୍ତ୍ତୋଲ ଓ କୋରୁଅ ଅଗ୍ନିଶମ ସେବା ବାହିନୀ ଘଟଣା ସ୍ତଳରେ ପହଁଛି ନଦୀରେ ଖୋଜା ଖୋଜି କରିଥିଲେ ମଧ୍ୟ ତ୍ରିଲୋଚନଙ୍କର କୌଣସି ପତ୍ତା ମିଳିନଥିଲା। ତେବେ ଆଜି ସକାଳୁ ପୁଣି ଖୋଜାଖୋଜି ଚାଲିଥିଲା। ହେଲେ ଅପରାହ୍ନରେ ଘଟଣା ସ୍ଥଳର ୨ କିମି ଦୂରରୁ ତ୍ରିଲୋଚନଙ୍କ ମୃତ ଦେହକୁ କୋରୁଅ ଅଗ୍ନିଶମ ସେବା କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ହୋଇଛି। ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ମୃତ ଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe